Saturday, May 9, 2026 07:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଣୟ କଂଗ୍ରେସ ପ୍ରାର୍ଥୀ, ଘାଟାରେ ବିଜେପି

by Our Correspondent
04 Feb, 2018- 04:33 PM
in Latest News, Politics
1 min read
0
ପ୍ରଣୟ କଂଗ୍ରେସ ପ୍ରାର୍ଥୀ, ଘାଟାରେ ବିଜେପି
ଭୁବନେଶ୍ୱର: ଶେଷରେ ପ୍ରଣୟ ସାହୁଙ୍କୁ ବିଜେପୁରରୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଆଜି ଏଆଇସିସି ପକ୍ଷରୁ ତାଙ୍କ ନାଁ ଘୋଷଣା ହୋଇଛି । ପ୍ରଣୟ ସାହୁ ଓ ରିପୁନାଥ ସେଠ୍ ଙ୍କ ମଧ୍ୟରୁ ପ୍ରଣୟଙ୍କ ସପକ୍ଷରେ ଦଳର ବହୁମତ ଥିଲେ ମଧ୍ୟ କେଁ ଭର୍ତ୍ତି ହୋଇଯାଇଥିଲା । ଏକ ଛୋଟିଆ ପ୍ରଭାବଶାଳୀ ଗୋଷ୍ଠୀ ରିପୁନାଥଙ୍କ ସପକ୍ଷରେ ଜୋରଦାର ଲବି କରିଥିଲେ । ଫଳରେ ପ୍ରାର୍ଥୀ ଘୋଷଣା ବିଳମ୍ବ ହୋଇ ଚାଲିଥିଲା । ଶେଷରେ ରାହୁଲ ଗାନ୍ଧୀ ନିଜେ ହସ୍ତକ୍ଷେପ କରି ପ୍ରଣୟଙ୍କ ନାଁ ଚୂଡ଼ାନ୍ତ କରିଛନ୍ତି । ପ୍ରଣୟଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପୁରରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ପ୍ରଣୟଙ୍କ ପ୍ରାର୍ଥୀତ୍ୱ ବିଜେଡ଼ିକୁ ଆହୁରି ଖୁସି କରିଦେଇଛି । ତେବେ ଘାଟାରେ ପଡ଼ିଯାଇଛି ବିଜେପି । ରିପୁନାଥଙ୍କ ପ୍ରାର୍ଥୀତ୍ୱକୁ ଚାହିଁ ରହିଥିବା ବିଜେପି ଶିବିର ପ୍ରଣୟଙ୍କ ନାଁ ଶୁଣିଲା ପରେ ନେତାଙ୍କ ମନ ମଉଳିଯାଇଛି ।
ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଈସିଲଟ୍ ବ୍ଲକ୍ ର ଉପାଧ୍ୟକ୍ଷ ହେଉଛନ୍ତି ପ୍ରଣୟ । ଅଞ୍ଚଳରେ ତାଙ୍କର ପ୍ରବଳ ଲୋକପ୍ରିୟତା । ବ୍ଲକ୍ ରେ ଯଥେଷ୍ଟ ପତିଆରା । ଘରେ ଘରେ କଂଗ୍ରେସ ସଂଗଠନକୁ ବିସ୍ତାର କରିଛନ୍ତି ସେ । କଂଗ୍ରେସ ସଂଗଠନ ଉପରେ ତାଙ୍କର ଦବଦବା ଓ ବ୍ଲକ୍ ର ଏକମାତ୍ର ପ୍ରତିନିଧି ଭାବେ ତାଙ୍କର ପ୍ରାର୍ଥୀତ୍ୱ ସପକ୍ଷରେ ଦଳର ତଳିଆ କର୍ମୀଙ୍କଠାରୁ ଆରମ୍ଭ କରି ଅଧିକାଂଶ ଉପର ନେତା ମୂଳରୁ କହିଆସୁଥିଲେ । ପିସିସି ପକ୍ଷରୁ ତାଙ୍କ ନାଁ ମଧ୍ୟ ଅନୁମୋଦନ ହୋଇଥିଲା । ମାତ୍ର ଗତ ୨୭ ତାରିଖରେ ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୬ ଜଣିଆ କମିଟି ବିଜେପୁର ଯାଇ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଆସିଥିଲା । ସେହି ଅନୁଯାୟୀ କମିଟି ବିଜେପୁର ଗସ୍ତ କରି ରିପୋର୍ଟ ଦେଇଥିଲେ । ଆଶ୍ଚର୍ଯ୍ୟର କଥା, ରିପୁନାଥଙ୍କୁ ପ୍ରଥମ ପସନ୍ଦର ପ୍ରାର୍ଥୀ ଭାବେ କମିଟି ଅନୁମୋଦନ କରିଥିବା ଚର୍ଚ୍ଚା ହୋଇଥିଲା । ଦଳର ଜଣେ ବିଧାୟକ ରିପୁନାଥଙ୍କ ସପକ୍ଷରେ କୁଆଡ଼େ ଆଣ୍ଠୁଗଣ୍ଠି ଛିଣ୍ଡାଇ ଦେଇଥିଲେ । ଏମିତି ବି ଚର୍ଚ୍ଚା ହୋଇଥିଲା କି ରିପୁନାଥଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପାଇଁ ବିଜେପି ପ୍ରଚୁର ଅର୍ଥ ଲଗାଇଛି । ଦିଲ୍ଲୀ ଲବି ପାଇଁ ନିର୍ଦ୍ଦିଷ୍ଟ ବିଧାୟକଙ୍କ ସହ ୩ କୋଟି ଟଙ୍କା ଡିଲ୍ କରିଛି । ରିପୁନାଥ ପ୍ରାର୍ଥୀ ହେଲେ ଗାଈସିଲଟ୍ ବ୍ଲକ୍ ରେ ସେମାନଙ୍କ ପ୍ରାର୍ଥୀ ଅନାୟାସରେ ବାଜିମାତ୍ କରିବେ ବୋଲି ବିଜେପି ନେତାମାନେ ଆକଳନ କରିଥିଲେ ।
ପ୍ରଣୟ ପ୍ରାର୍ଥୀ ହେଲା ପରେ ବିଜେପି ଅଡୁଆରେ ପଡ଼ିଯାଇଛି । କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଦଳର ଅଙ୍କ ବିଗିଡ଼ିଯାଇଛି । ଗତ ପଞ୍ଚାୟତ ନିର୍ବାଚନ ବେଳୁ ବିଜେପି ସେଠାରେ ଶକ୍ତି ବଢ଼ାଇଥିବାରୁ ଉପନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରାର୍ଥୀ ବିଜେପି ବିଜୟକୁ ସୁଗମ କରିଥାଆନ୍ତା । ମାତ୍ର ଏବେ ତାହା ସମ୍ଭବ ହେବନି । ସେପଟେ କଂଗ୍ରେସ ଭୋଟ ବିଜେପି ଆଡକୁ ନ ଗଲେ ସେମାନଙ୍କ ବିଜୟ ବାଟ ସହଜ ହୋଇଯିବ ବୋଲି ବିଜେଡ଼ି ନେତାମାନେ ଆକଳନ କରିଛନ୍ତି । ତେବେ ଏକଥା ସୁନିଶ୍ଚିତ ଯେ ପ୍ରଣୟ କଂଗ୍ରେସ ପ୍ରାର୍ଥୀ ହେଲା ପରେ ଏବେ ବିଜେପୁରରେ ତ୍ରିମୁଖୀ ଲଢ଼େଇ ସ୍ପଷ୍ଟ ।
Previous Post

ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍

Next Post

ଖବର ମୋଡ଼ିଦିଅ..ଚାପିଦିଅ…!!

Next Post
ଖବର ମୋଡ଼ିଦିଅ..ଚାପିଦିଅ…!!

ଖବର ମୋଡ଼ିଦିଅ..ଚାପିଦିଅ...!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA