Monday, May 25, 2026 10:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖାରବେଳଙ୍କ ମହାମେଣ୍ଟ ସଜବାଜ

by Our Correspondent
04 Jan, 2019- 11:30 PM
in Latest News, Politics
1 min read
0
ଖାରବେଳଙ୍କ ମହାମେଣ୍ଟ ସଜବାଜ
ଭୁବନେଶ୍ୱର: ଘଟଣା ପୁରୁଣା ନୁହେଁ । ମାତ୍ର ମାସେ ତଳର । ଡାକ୍ତର ଦାମୋଦର ରାଉତ ଏବଂ ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇଥିଲେ । ସାମ୍ବାଦିକ ସମ୍ମିଳନୀ ଡାକି ବିଜୁ ସମତାକ୍ରାନ୍ତି ନାଁ ରେ ନୂଆ ଦଳ ଘୋଷଣା କଲେ । ହେଲେ ଏହି ଦଳ ସପ୍ତାହେ ବି ଚାଲିପାରିଲାନି । ଜନ୍ମ ଅବସ୍ଥାରେ ଜୀବନ ହରେଇଲା । କାରଣ ହେଲା, ଦାମ ଓ ବ୍ରଜଙ୍କ ଭିତରେ ପଡ଼ିଲାନି । ଦାମଙ୍କ ହମବଡ଼ା ନୀତି ବ୍ରଜ୍ୟଙ୍କୁ ସହ୍ୟ ହେଲାନି ।
ବୈଜୟନ୍ତ ପଣ୍ଡା ବିଜେପିକୁ ଆଖେଇବାର ପ୍ରାୟ ବର୍ଷେ ହୋଇଗଲା । ହେଲେ ସେଠାକୁ ଯାଇପାରିଲେନି । ବିଜେପି ସହ ତାଙ୍କର ଉଚ୍ଚ ମୂଲଚାଲ ଛିଣ୍ଡିଲାନି । ଦାମ ବିଜେଡ଼ିରୁ ବହିଷ୍କୃତ ହେବା ପରଦିନ ସକାଳୁ ସକାଳୁ ବୈଜୟନ୍ତ ତାଙ୍କ ଘରକୁ ସଙ୍ଖୋଳିବାକୁ ଯାଇଥିଲେ । ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିବେ ବୋଲି ଉଭୟ ଦମ୍ଭ ଦେଖାଇଲେ । ମାତ୍ର ଦିନ କେଇଟା ନ ଯାଉଣୁ କ’ଣ ହେଲା କେଜାଣି ଦାମ ଓଲଟି ବୈଜୟନ୍ତଙ୍କ ଅସଲ ଚେହେରା ଖୋଲିଦେଲେ । ବୈଜୟନ୍ତଙ୍କୁ ସେ ବେପାରୀ ବୋଲି କହିଲେ ।
ଖାରବେଳ ସ୍ୱାଇଁ ଜଣେ ଭଦ୍ର ଓ ଜ୍ଞାନୀ ଲୋକ । ହେଲେ ଯାହା ବୁଝିଥିବେ ସେୟା । ତାଙ୍କର ଏହି ଗୁଣ ଯୋଗୁଁ ସେ କାହାରି ସହ ରହିପାରନ୍ତିନି । ୨୦୧୦ ମସିହାରେ ବିଜେପି ଛାଡ଼ିଲା ପରେ ସେ ଉତ୍କଳ ଭାରତ ନାମରେ ଏକ ଦଳ ଗଢ଼ିଥିଲେ । ୨୦୧୪ ମସିହା ନିର୍ବାଚନ ବେଳେ ଆମ ଓଡ଼ିଶା ପାର୍ଟିର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ହାତ ମିଳାଇଥିଲେ । ନିଜ ଓ ନିଜ ଦଳ ଉପରେ ନିଜର ବିଶ୍ୱାସ ନ ଥିବାରୁ ସେ ସୌମ୍ୟଙ୍କ ନେତୃତ୍ୱରେ ସୌମ୍ୟଙ୍କ ଦଳର ଚିହ୍ନ ମାଠିଆରେ ବିଲୀନ ହୋଇ ନିର୍ବାଚନକୁ ଓହ୍ଲାଇଥିଲେ । ଖାରବେଳଙ୍କର ଜଣେ ବି ପ୍ରାର୍ଥୀ କେଉଁଠି ଅମାନତ ରଖିପାରିଲେନି । ୨୦୧୪ ପରଠାରୁ ଖାରବେଳ ନିଜ ଦଳ ଉତ୍କଳ ଭାରତର ନାଁରେ କେବଳ ଚାଲିଛନ୍ତି । କେଉଁଠି ସଂଗଠନ ତିଆରି କରିପାରିନାହାନ୍ତି । ଏବେ ତିନି ତିନି ଥର ଆକ୍ରମଣର ଶିକାର ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ।
ସାଧାରଣ ନିର୍ବାଚନ ୪ ମାସ ଥିବା ବେଳେ ଖାରବେଳ ସ୍ୱାଇଁ ଆଜି ବିଜେଡ଼ି ବିରୋଧରେ ସମ୍ଭାବ୍ୟ ମହାମେଣ୍ଟର ସୂଚନା ଦେଇଛନ୍ତି । ସେ, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ ଏବଂ ବ୍ରଜକିଶୋର ତ୍ରିପାଠୀଙ୍କୁ ନେଇ ଏହି ମହାମେଣ୍ଟ ହେବ । ସେମାନଙ୍କ ସହ ଆଲୋଚନା ଚାଲିଛି ଏବଂ୧୫ ଦିନରେ ଏହାର ରୂପରେଖ ସ୍ପଷ୍ଟ ହୋଇଯିବ ବୋଲି ଖାରବେଳ କହିଛନ୍ତି । କଂଗ୍ରେସକୁ ସେ ନାକ ଟେକି ଥିବା ବେଳେ ତାଙ୍କର ପୁରୁଣା ଦଳ ବିଜେପି ସହ ରହିବାକୁ ଆଗ୍ରହ ରଖିଛନ୍ତି । ବିଜେଡ଼ି ବିରୋଧରେ କଠୋର ଆଭିମୁଖ୍ୟ ରଖିଲେ ବିଜେପି ସହ ବୁଝାମଣା ବିଚାର କରାଯାଇପାରେ ବୋଲି ଖାରବେଳ କହିଛନ୍ତି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପ୍ରସ୍ତାବିତ ମହାମେଣ୍ଟରେ ରହିବେନି । ଖାରବେଳ ସିଧା ସିଧା ଏହା ମନା କରିଦେଇଛନ୍ତି । ନଗଦ ବିଜେପି ଛାଡ଼ିଥିବା ବିଜୟ ଓ ଦିଲ୍ଲୀପଙ୍କ ବିଜେପି ବିରୋଧୀ ଆଭିମୁଖ୍ୟ ପାଇଁ ମହାମେଣ୍ଟରେ ତାଙ୍କୁ ବୋଧହୁଏ ସାମିଲ କରାଯିବନି । ସେମିତି ବିଜେଡ଼ି ଯିବାକୁ ସେମାନେ କାଳେ ଆଗ୍ରହୀ ଥିବାରୁ ପ୍ରସ୍ତାବିତ ମହାମେଂଟରେ ଦୁହିଁଙ୍କ ନାଁ ବିଚାର କରାଯାଇନି । ତେବେ ଏକଥା ସତ, ନୀତି ଓ ଆଦର୍ଶ ଦୃଷ୍ଟିରୁ ବୈଜୟନ୍ତ ଓ ଦାମଙ୍କ ସହ ବିଜୟ କେବେ ବି ଏକାଠି ରହିପାରିବେନି ।
ଖାରବେଳ କହୁଥିବା ମହାମେଣ୍ଟର ବାସ୍ତବତା ଉପରେ ବିଜେଡ଼ି ଓ ବିଜେପି ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ବିଜେଡ଼ି ମୁଖପାତ୍ର ଦେବାଶିଷ ସାମନ୍ତରାୟ ଏହାକୁ ମହାମେଣ୍ଟ ନୁହେଁ, ଗୋଳିଆ ଘାଣ୍ଟ ବୋଲି ତାତ୍ସଲ୍ୟ କରିଛନ୍ତି । ବିଜେଡ଼ିରୁ ଯିଏ ତଡ଼ା ଖାଇଛନ୍ତି ସେ ତିଷ୍ଠିନାହାନ୍ତି ବୋଲି ଦେବାଶିଷ କହିଛନ୍ତି । ବିଜେପିର ଟାଣୁଆ ନେତା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହାକୁ କଟାକ୍ଷ କରିଛନ୍ତି । ଚାରିଟା ଲାଙ୍ଗୁଡ଼ ମିଶାଇ ଦେଲେ ଗୋଟେ ସିଂହ ହୋଇଯାଏନି । ଓଡ଼ିଶାରେ ରାଜନୀତିରେ ବିଜେଡ଼ି ଓ ବିଜେପି ଦୁଇଟି ମୁଖ୍ୟ ଦଳ । କଂଗ୍ରେସ ତୃତୀୟ ଶକ୍ତି । ଅନ୍ୟମାନେ ଓଡ଼ିଶା ରାଜନୀତିରେ ଦୃଶ୍ୟମାନ ନାହାନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ପ୍ରସ୍ତାବିତ ମହାମେଣ୍ଟ ଉପରେ ଭିନ୍ନ ଭିନ୍ନ ମତ ଆସୁଛି । କେତେକଙ୍କ ମତରେ ଏବେ ମହାମେଣ୍ଟ ପାଇଁ ସମୟ ନାହିଁ । ବୈଜୟନ୍ତ, ଦାମ, ବ୍ରଜ ଓ ଖାରବେଳ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ହୁଏତ ମହାମେଣ୍ଟ ଗଠନ କରିପାରନ୍ତି । ମାତ୍ର ଏହାର ନେତୃତ୍ୱ କିଏ ନେବେ ତାହା ବଡ଼ ପ୍ରଶ୍ନ । ମହାମେଣ୍ଟ କଲେ ବି ସେମାନେ ନବୀନ ପଟ୍ଟନାୟକ ଓ ବିଜେଡ଼ି ବିରୋଧରେ ବୁଲି ବୁଲି ଭାଷଣ ଦେବାରେ ସୀମିତ ରହିବେ । ନିଜ ସମର୍ଥନରେ ଭୋଟ ଯୋଗାଡ଼ କରିବା ସମ୍ଭବ ନୁହେଁ ।
ଆଉ କେତେକଙ୍କ ମତରେ, ପ୍ରସ୍ତାବିତ ମହାମେଣ୍ଟ ବିଜେଡ଼ିକୁ ଘାଟାରେ ପକାଇବ । ବୈଜୟନ୍ତ, ଦାମ, ଖାରବେଳ ଓ ବ୍ରଜଙ୍କୁ ସେମାନଙ୍କ ନିଜ ସ୍ଥିତି ସମ୍ପର୍କରେ ଭଲ ଭାବେ ଜଣା । ହେଲେ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ରହିବ, ବିଜେଡ଼ିରେ ଅସନ୍ତୁଷ୍ଟ ମାନଙ୍କୁ ଗୋଟାଇବା । ଏହି ଅସନ୍ତୁଷ୍ଟମାନଙ୍କ ଜରିଆରେ ସେମାନେ ବିଜେଡ଼ି ପ୍ରାର୍ଥୀମାନଙ୍କୁ ହରାଇବାକୁ ଚେଷ୍ଟା କରିବେ ।
Previous Post

ରାଜ୍ୟର ଜଳସେଚନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟମନ୍ତ୍ରୀ

Next Post

ନବୀନଙ୍କ ମହିଳା କାର୍ଡ: ଏସଏଚଜି ଗ୍ରୁପ୍ କୁ ବିନା ସୁଧରେ ମିଳିବ ଋଣ

Next Post
ନବୀନଙ୍କ ମହିଳା କାର୍ଡ: ଏସଏଚଜି ଗ୍ରୁପ୍ କୁ ବିନା ସୁଧରେ ମିଳିବ ଋଣ

ନବୀନଙ୍କ ମହିଳା କାର୍ଡ: ଏସଏଚଜି ଗ୍ରୁପ୍ କୁ ବିନା ସୁଧରେ ମିଳିବ ଋଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA