ଭୁବନେଶ୍ୱର: ରାଜ୍ୟରେ କରୋନା ପରିସ୍ଥିତିର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ଆଇଜି(ଅପରେସନ୍) ଅମିତାଭ ଠାକୁରଙ୍କ ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କରିବ । ଗୃହ ବିଭାଗରେ ଏହି କଣ୍ଟ୍ରୋଲ୍ ରୁମ୍ ଦିନରାତି ୨୪ ଘଣ୍ଟା ଖୋଲା ରହିବ ବୋଲି ଆଜି ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଏହି କଣ୍ଟ୍ରୋଲ୍ ରୁମ୍ ର ଯୋଗାଯୋଗ ନମ୍ବର ରହିଛି (0674-2392115/ 9438915986)
ରାଜ୍ୟରେ ଲକ୍ ଡାଉନ୍ କଟକଣାର କାର୍ଯ୍ୟକାରିତା ଏବଂ ଏଥିଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ତଦାରଖ ଏହି କଣ୍ଟୋ୍ରଲ୍ ରୁମ୍ କରିବ । ତେଣୁ କୌଣସି ଜାରୁରୀକାଳିନ କାର୍ଯ୍ୟରେ ବାହାରକୁ ଆସୁଥିବା ଲୋକ ଏହି କଣ୍ଟ୍ରୋଲ୍ ରୁମ୍ ର ସହାୟତା ନେଇପାରିବେ । ଓଡ଼ିଶା ବାହାରେ ଫସି ରହିଥିବା ଓଡ଼ିଆ କିମ୍ବା ସେଭଳି ଅନ୍ୟ କୌଣସି ସମସ୍ୟା ଥିଲେ ଏହି କଣ୍ଟ୍ରୋଲ୍ ରୁମ୍ କୁ ଜଣାଇପାରିବେ ।