Monday, August 24, 2026 10:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାଁ ରୁ ସହର.. ଘଣ୍ଟି ବଜାଇ ସଲାମ୍

by Our Correspondent
22 Mar, 2020- 08:01 PM
in Latest News, News
1 min read
0
ଗାଁ ରୁ ସହର.. ଘଣ୍ଟି ବଜାଇ ସଲାମ୍
ଭୁୁବନେଶ୍ୱର: ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଆମେ ସମଗ୍ର ଦେଶବାସୀ ଏକଜୁଟ୍ । କରୋନା ମହାମାରୀ ବିରୋଧରେ ଲଢ଼ାଯାଉଥିବା ଯୁଦ୍ଧରେ ଜଣେ ଜଣେ ସୈନିକ । ଆମେ ସଚେତନ । ମହାମାରୀ ଆତଙ୍କ ମୁହଁକୁ ଆମେ ଯିବୁନୁ କି କାହାରିକୁ ଯିବାକୁ ଦେବୁନୁ । ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ମାନବସମାଜ ପ୍ରତି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରୁଥିବା ମଣିଷମାନେ ହିଁ ଅସଲ ଯୋଦ୍ଧା । ସେମାନଙ୍କୁ କୃତଜ୍ଞତା, ସାଲ୍ୟୁଟ୍ ।
ସମଗ୍ର ଦେଶବାସୀଙ୍କ ସହ ମିଶି ଆଜି ଏହି ବାର୍ତ୍ତା ଦେଇଛନ୍ତି ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ‘ଜନତା କର୍ଫ୍ୟୁ’ ପାଳନ ବେଳେ ତାଳି, ଥାଳି, ଘଣ୍ଟି ଓ ଶଙ୍ଖ ବଜାଇ ଜରୁରୀ,ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ,କୃତଜ୍ଞତା ଜଣାଇ ଉତ୍ସାହିତ କରିଛନ୍ତି । ୫ ମିନିଟ୍ ଜାଗାରେ ପାଖାପାଖି ଅଧଘଣ୍ଟା ଧରି ଅନେକଙ୍କ ଘରୁ ଶୁଭିଥିଲା ତାଳି, ଥାଳି, ଘଣ୍ଟି ଓ ଶଙ୍ଖର ସ୍ୱର । ଗାଁଠାରୁ ସହରବାସୀ, ଗରିବଠାରୁ ଧନୀ, ମୂଲିଆଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ରାଜଧାନୀ ସମେତ ଓଡ଼ିଶାର ପ୍ରତ୍ୟେକ ଗାଁ ଗଣ୍ଡା ଏବଂ ସହରରେ ଏହି ଅଦ୍ଭୂତପୂର୍ବ ମାହୋଲ୍ ଦେଖିବାକୁ ମିଳିଥିଲା ।

ଅପରାହ୍ନ ଠିକ୍ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଘର ନବୀନ ନିବାସ ଛାତ ଉପରୁ ସମସ୍ତଙ୍କୁ ହାତ ହଲାଇ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ ଏକ ବେଲଣା କାଠିରେ ଥାଳି ବଜାଇ ଅସଲ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ । ଲୋକସେବା ଭବନର ପ୍ରବେଶ ଦ୍ୱାରରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ମିଶନ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଛିଡ଼ା ହୋଇ ଗୋଟିଏ ହାତରେ କରୋନା ସଚେତନାର ପ୍ଲାକାର୍ଡ ଧରିଥିବା ବେଳେ ଅନ୍ୟ ହାତରେ ଘଣ୍ଟି ବଜାଇଥିଲେ । ଶେଷରେ ତାଳିମାରି ଉତ୍ସାହିତ କରିଥିଲେ ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଘରେ ପରିବାର ସଦସ୍ୟଙ୍କ ସହ ଘଣ୍ଟି ବଜାଇ ତାଳି ଏବଂ ଘଣ୍ଟି ବଜାଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜ ଗାଁରେ ଗ୍ରାମବାସୀଙ୍କ ସହ ତାଳି ମାରି ଘଣ୍ଟି ବଜାଇଥିଲେ ।

ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଘରର ଛାତ ଉପରେ ରହି ତାଳି ଓ ଘଣ୍ଟି ବଜାଇଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପରିବାର ସହ ନିଜ ଘରର ଛାତ ଉପରେ ପ୍ଲାକାର୍ଡ ଧରି ଘଣ୍ଟି ବଜାଇଥିଲେ । ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାଧାରଣ କର୍ମୀ ନିଜ ନିଜ ଜାଗାରେ ଏହା କରିଥିଲେ ।
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ତାଳିମାରି ଓ ଘଣ୍ଟି ବଜାଇ କରୋନା ବିରୋଧରେ ଲଢ଼େଇ ବେଳେ ଲୋକମାନଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଦେଶବାସୀଙ୍କର ଏହି ସଜାଗ ଓ ସଚେତନତାରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପରିମଳ କର୍ମଚାରୀ, ମିଡ଼ିଆ କର୍ମଚାରୀ, ପରିବହନ କର୍ମଚାରୀ ଏବଂ ପୁଲିସ କର୍ମଚାରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
Previous Post

ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଖାଁ ଖାଁ

Next Post

ଆଉ ୯ ଜିଲ୍ଲା ଲକ୍ ଡାଉନ୍; ରାଜ୍ୟରେ ଟ୍ରେନ୍, ବସ୍ ସମ୍ପୂର୍ଣ୍ଣ ବନ୍ଦ

Next Post
ଆଉ ୯ ଜିଲ୍ଲା ଲକ୍ ଡାଉନ୍; ରାଜ୍ୟରେ ଟ୍ରେନ୍, ବସ୍ ସମ୍ପୂର୍ଣ୍ଣ ବନ୍ଦ

ଆଉ ୯ ଜିଲ୍ଲା ଲକ୍ ଡାଉନ୍; ରାଜ୍ୟରେ ଟ୍ରେନ୍, ବସ୍ ସମ୍ପୂର୍ଣ୍ଣ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA