Thursday, April 30, 2026 11:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଖାଁ ଖାଁ

by Our Correspondent
22 Mar, 2020- 04:36 PM
in Latest News, News
1 min read
0
ରାସ୍ତାଘାଟ ଶୂନଶାନ୍, ଚାରିଆଡେ ଖାଁ ଖାଁ
ଭୁୁବନେଶ୍ୱର: ଦିଲ୍ଲୀଠାରୁ ଭୁବନେଶ୍ୱର । ଭୁବନେଶ୍ୱରରୁ ମାଲକାନଗିରି, ମୟୁରଭଞ୍ଜ । ସବୁ ରାସ୍ତାଘାଟ ଶୂନଶାନ୍ । ଚାରିଆଡ଼େ ଖାଁ ଖାଁ । କରୋନା ଭାଇରସ୍ ରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକରା ଦେଇଥିବା ‘ଜନତା କର୍ଫ୍ୟୁ’ କୁ ଦେଶର କୋଣ ଅନୁକୋଣରୁ ଲୋକେ ସହଯୋଗ କରିଛନ୍ତି । ରାସ୍ତାକୁ ନ ବାହାରି ଘରେ ରହିଛନ୍ତି ଲୋକେ । କରୋନାର ଭୟାବହତାକୁ ଲୋକମାନେ ବୁଝିସାରିଛନ୍ତି ଏବଂ ସେଥିରୁ ରକ୍ଷା ପାଇବା ପାଇଁ ଘରେ ରହିବାକୁ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିଛନ୍ତି । ଓଡ଼ିଶାର ୫ ଜିଲ୍ଲା ଏବଂ ୮ ସହରବାସୀ ଆଜିର ‘ଜନତା କର୍ଫ୍ୟୁ’ ସାଙ୍ଗକୁ ୮ ଦିନିଆ ‘ଲକ୍ ଡାଉନ୍’ ରେ ନିଜକୁ ଆବଦ୍ଧ କରିଛନ୍ତି ।

ରାଜ୍ୟର ଚଳଚଞ୍ଚଳ ଛୋଟବଡ଼ ସବୁ ସହର ଗତକାଲି ରାତିରୁ ହିଁ ଶୂନଶାନ ହୋଇଯାଇଛି । ଖାଲି ମୁଖ୍ୟ ରାସ୍ତାଘାଟ ନୁହେଁ, ସହରର ବିଭିନ୍ନ କଲୋନି ଓ ଗଳିକନ୍ଦିରେ ମଧ୍ୟ ନିରବତା ରାଜ୍ କରୁଛି । ପ୍ରାୟ ସମସ୍ତେ ନିଜ ନିଜ ଘରେ ଥିଲେ ମଧ୍ୟ କାହାରି ମନରେ ସରସ ନାହିଁ । ସମସ୍ତଙ୍କ ମନରେ ଆଶଙ୍କାର ଛାଇ । ପରିବାର ଲୋକ ସମସ୍ତେ ଏକାଠି ଥାଇ ମଧ୍ୟ ସେଭଳି କୋଳାହଳ ନାହିଁ ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ଆଜି ସକାଳୁ କାଁ ଭାଁ କିଛି ଯୁବକଙ୍କ ଛଡ଼ା ରାସ୍ତାରେ କାହାରିକୁ ଦେଖିବାକୁ ମିଳୁନାହିଁ । କଟକ, ଭୁବନେଶ୍ୱର ସହରର ବିଭିନ୍ନ ଛକରେ ପଇଁତରା ମାରୁଥିବା ପୁଲିସ ଅନାବଶ୍ୟକ ବୁଲୁଥିବା ହାତଗଣତି ଯୁବକଙ୍କୁ ତାଗିଦ୍ କରି ଘରକୁ ତଡ଼ି ଦେଉଛନ୍ତି । ଡାକ୍ତରଖାନା ଯାଉଥିବା ଲୋକ, ନିଜ ସମ୍ପର୍କୀୟଙ୍କୁ ଆଣିବାକୁ ଷ୍ଟେସନ୍ କିମ୍ବା ବିମାନବନ୍ଦର ଯାଉଥିବା ଲୋକଙ୍କୁ ବାଟରେ କେହି ବାଧା ନ ପହଞ୍ଚାଇବାକୁ ପୁଲିସ ପକ୍ଷରୁ ଏକ ଆଇ-କାର୍ଡ ଦିଆଯାଉଛି । ମୋଟାମୋଟି ଭାବେ ‘ଜନତା କର୍ଫ୍ୟୁ’ କୁ ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ସହଯୋଗ କରୁଛନ୍ତି ।

ରାସ୍ତାରେ ଅନାବଶ୍ୟକ ଭାବେ ଗାଡ଼ି ଧରି ବୁଲୁଥିବା କିଛି ଯୁବକଙ୍କୁ ଏଭଳି ନ କରିବା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କରୋନା ମୁକାବିଲାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅନାବଶ୍ୟକ ଭାବେ ବାହାରେ ବୁଲି ନିଜ ପାଇଁ ଓ ପରିବାର ଲୋକଙ୍କ ପାଇଁ ବିପଦ ନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି । ସମସ୍ତେ ଘରେ ରହିବାକୁ ନିବେଦନ କରିଛନ୍ତି ପୁଲିସ କମିଶନର ।

ଟ୍ରେନ୍ ଚଳାଚଳ ବନ୍ଦ

ଆସନ୍ତା ୩୧ ମଧ୍ୟରାତ୍ର ଯାଏଁ ଦେଶବ୍ୟାପୀ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି । ମେଲ୍, ପାସେଞ୍ଜର, ଇଣ୍ଟରସିଟି, ଏକ୍ସପ୍ରେସ୍, ମେଟ୍ରୋ ସବୁ ଟ୍ରେନ୍ କୁ ବାତିଲ କରାଯାଇଛି । କେବଳ ମାଲବାହୀ ଗାଡ଼ି ଚଳାଚଳ କରିବ । ଆଜି ଭୋର ୪ଟା ପୂର୍ବରୁ ଯାତାୟତ ଆରମ୍ଭ କରିଥିବା ଯାତ୍ରୀବାହୀ ଟ୍ରେନଗୁଡ଼ିକୁ ସେମାନଙ୍କ ଗନ୍ତବ୍ୟ ପଥରେ ପହଞ୍ଚିବା ପାଇଁ ଅନୁମତି ଦିଆଯିବ । ରେଲୱେ ବିଭାଗ ଏବଂ ରେଲୱେ ବୋର୍ଡ ପକ୍ଷରୁ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।

ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯାଉଥିବା ଆନ୍ତଃରାଜ୍ୟ ଘରୋଇ ବସ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି । ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।
Previous Post

ଲକ୍ ଡାଉନ୍: କିଏ ଅଫିସ୍ ଆସିବେ, କିଏ ଆସିବେନି

Next Post

ଗାଁ ରୁ ସହର.. ଘଣ୍ଟି ବଜାଇ ସଲାମ୍

Next Post
ଗାଁ ରୁ ସହର.. ଘଣ୍ଟି ବଜାଇ ସଲାମ୍

ଗାଁ ରୁ ସହର.. ଘଣ୍ଟି ବଜାଇ ସଲାମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA