Friday, May 1, 2026 12:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୁମର ଖୋଲିଲା..ଗୋଲକଧନ୍ଦାରେ ଗୋଲକ !

by Our Correspondent
28 Oct, 2017- 10:03 PM
in Latest News, Politics
1 min read
0
ଗୁମର ଖୋଲିଲା..ଗୋଲକଧନ୍ଦାରେ ଗୋଲକ !
ଭୁୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ଫେରାର୍ କରାଇବାରେ କୁଆଡେ ଗୋଲକ ମହାପାତ୍ର ଥିଲେ ମୁଖ୍ୟ(ଖଳ)ନାୟକ । ଏଇ ଗୋଲକ ମହାପାତ୍ର ହେଉଛନ୍ତି ବିଜେପିର ସେଇ ବରିଷ୍ଠ ନେତା । ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର୍ ମେନ୍ ଲୋକ । ପ୍ରଭାବଶାଳୀ ମୁଖପାତ୍ର । ତିନି ଦିନ ତଳେ ଭୁବନେଶ୍ୱରରେ ଏକ ପ୍ରେସ୍ ମିଟ୍ କରି ଗଂଜାମ ଏସପିଙ୍କୁ ବିଜେଡ଼ିର ଏଜେଣ୍ଟ ଆଖ୍ୟା ଦେଇଥିଲେ । ଆଗରୁ ବି ଏସପିଙ୍କୁ ଟାର୍ଗେଟ୍ କରି ପ୍ରେସମିଟ୍ କରିଥିଲେ । ତାଙ୍କର ରାଗ, ଏସପି ଆଶିଷ ସିଂ କାହିଁକି କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯୋଧନ ରେଡ୍ଡିଙ୍କୁ ଲକ୍ଷ୍ମୀ ହତ୍ୟାର ଷଡ଼ଯନ୍ତ୍ରକାରୀ ଦର୍ଶାଉଛନ୍ତି । ଏସପି ବିଜେଡ଼ିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ବୋଲି ତାଙ୍କର ଅଭିଯୋଗ ଥିଲା । ଆଜି ସେହି ଗୋଲକ ମହାପାତ୍ରଙ୍କ ନାଁ ନେଇଛନ୍ତି ହତ୍ୟା ଷଡ଼ଯନ୍ତ୍ରକାରୀ ନିଜେ କୃଷ୍ଣ ଓ ଦୁର୍ଯୋଧନ । ହତ୍ୟାକାଣ୍ଡ ପରେ ଗୋଲକ ଭାଇନା ତାଙ୍କୁ ଫେରାର କରାଇଥିଲେ ବୋଲି ବୟାନ ଦେଇଛନ୍ତି ।
ଲକ୍ଷ୍ମୀ ହତ୍ୟାକାଣ୍ଡ ଘଟଣାରେ ଗୋଲକଙ୍କ ନାଁ ପଦାକୁ ଆସିଲା ପରେ ବିଜେପି ଶିବିରର ହୋସ୍ ଉଡ଼ିଯାଇଛି । ଷଡ଼ଯନ୍ତ୍ରର ଲମ୍ବା ହାତ ସିଧାସଳଖ ଉପରକୁ ଚାଲିଯାଇଛି । କୃଷ୍ଣ ଓ ଦୁର୍ଯୋଧନଙ୍କ କହିବାନୁଯାୟୀ, ଲକ୍ଷ୍ମୀ ମର୍ଡର ପରେ ପରେ ସେମାନେ ସିଧା କଟକ ପଳାଇ ଆସିଥିଲେ । ସେଠି ଦୁଇଦିନ ରହିଲେ । କଟକରୁ ସେମାନେ ଗୋଲକ ଭାଇନାଙ୍କ ସହ କଥା ହେଲେ । ଗୋଲକ ଭାଇନା କହିଲେ ମୁଁ ବ୍ୟବସ୍ଥା କରିଦେଉଛି । ସେଠୁଁ ସେମାନେ କୋଲକତା ପଳାଇଗଲେ । ୭/୮ ଦିନ ରହିବା ପରେ ଗୋଲକ ଭାଇନାଙ୍କୁ ଫୋନ୍ କଲେ । ଗୋଲକ ଭାଇନା ଚନ୍ଦୁ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଦେଇ ତାଙ୍କ ସହ ଯୋଗାଯୋଗ କରିବାକୁ କହିଲେ । ଚନ୍ଦୁ ସହ କଥା ହେଲା ପରେ ସେମାନେ ସିଧା ଚାଲିଲେ ଉତ୍ତରାଖଣ୍ଡର ଡେରାଡୁନ୍ । ଡେରାଡୁନ୍ ଗେଷ୍ଟ ହାଉସ୍ ରୁମ୍ ନଂ ୨୦୪ ରେ ଯାଇ ରହିଲେ । ମଝିରେ ମଝିରେ ଗୋଲକ ଭାଇନାଙ୍କ ସହ ସେମାନେ କଥା ହେଉଥିଲେ । ‘ତମେ ବ୍ୟସ୍ତ ହୁଅନି, ଧୈର୍ଯ୍ୟ ଧର’ ବୋଲି ଭାଇନା ଆଶ୍ୱାସନା ଦେଉଥିଲେ ।
ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ତାଙ୍କ ଘରେ ବିଭତ୍ସ୍ୟ ଭାବେ ମର୍ଡର କରାଯାଇଥିଲା । ପୁଲିସ ଏହାର ଛାନଭିନ୍ କରି ୧୦ ଦିନ ପରେ ୧୫ ଜଣଙ୍କୁ ଗିରଫ କରିଥିଲା । ମାତ୍ର ପୁଲିସ ଆଖିରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଫେରାର କୃଷ୍ଣ ଓ ଦୁର୍ଯୋଧନ । ଅଭିଯୁକ୍ତ କୃଷ୍ଣ ଓ ଦୁର୍ଯୋଧନ ହେଉଛନ୍ତି ୫ ମାସର ବିଜେପି ନେତା । ଗତ ମେ ୨୦ ତାରିଖରେ ଦୁହିଁଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଣି ବିଜେପିରେ ମିଶାଇଥିଲେ । ତାହାପୁଣି ଅମିତ୍ ଶାହାଙ୍କ ଉପସ୍ଥିତିରେ । ଦଳରେ ମିଶୁ ମିଶୁ କୃଷ୍ଣଙ୍କୁ ଗଂଜାମ ଜିଲ୍ଲାର ବିଜେପି ସମ୍ପାଦକ ପଦ ବି ଦିଆଯାଇଥିଲା । ଏବେ ବି ସିଏ ସେହି ପଦରେ ଅଛନ୍ତି ।
ହତ୍ୟାକାଣ୍ଡର ୪୦ ଦିନ ପରେ ଧରାପଡ଼ିଛନ୍ତି କୃଷ୍ଣ ଓ ଦୁର୍ଯୋଧନ । ସେମାନେ ଯେଉଁ ବୟାନ ଦେଇଛନ୍ତି ତାହାକୁ ବିଶ୍ୱାସ କଲେ ତାହା କେତେ ସାଂଘାତିକ ଜାଣିହେଉଛି । ପ୍ରଶ୍ନ ଉଠୁଛି, ସେମାନେ ଛତ୍ରପୁରରୁ ସିଧା କଟକ ଆସି କାହା ଘରେ ଆଶ୍ରୟ ନେଇଥିଲେ ? କୌଣସି ବିଜେପି ନେତା ତାଙ୍କୁ ଆଶ୍ରୟ ଦେଇ ନ ଥିଲେ ତ ? ତାଙ୍କୁ ସେଠାରୁ କୋଲକତା କିଏ ପଠାଇଲେ ? କ’ଣ ନିଜେ ସେଇ ଗୋଲକ ଭାଇନା ? ଡେରାଡୁନ୍ ପଠାଇବା ଓ ସେଠିକା ଗେଷ୍ଟ ହାଉସ୍ ରେ ରହିବାର ବ୍ୟବସ୍ଥା କରିଥିବା ସେଇ ଚନ୍ଦୁ କିଏ ? ଡେରାଡୁନ୍ କୁ ସୁରକ୍ଷିତ ଜାଗା ଭାବେ ସେମାନଙ୍କୁ ବାଟ କଢ଼ାଇ ନେବା ପଛର ରହସ୍ୟ କ’ଣ ? ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ସାଂଘାତିକ ସତ୍ୟ ସାମନାକୁ ଆଣିବା ଦରକାର ।
ଲକ୍ଷ୍ମୀ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ଫେରାର ଘଟଣାରେ ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଉପରେ ପୁଲିସଠାରୁ କୌଣସି ଠୋସ୍ ସୂଚନା ମିଳିନାହିଁ । ନିଜେ ଅଭିଯୁକ୍ତ ତାଙ୍କ ନାଁ ନେଇଛନ୍ତି । ତେଣୁ ପୁଲିସ ତଦନ୍ତକୁ ନେଇ ରାଜନୈତିକ ମହଲର ଉତ୍କଣ୍ଠା ବଢ଼ିଯାଇଛି । ସେପଟେ ଗୋଲକ ମହାପାତ୍ରଙ୍କଠାରୁ ଏ ସମ୍ପର୍କରେ ପ୍ରତିକ୍ରିୟା ମିଳିପାରିନାହିଁ । ତାଙ୍କ ପାଇଁ ସଜ୍ଜନ ଶର୍ମା ଓକିଲାତି କରିବାକୁ ଚେଷ୍ଟା କରିଛନ୍ତି । ହେଲେ ପାଟି ତାଙ୍କର ଖନି ମାରିଛି ।
Previous Post

୯୦ ଭାଗ ଲୋକ ଜାଣନ୍ତିନି ଧର୍ମେନ୍ଦ୍ର କିଏ

Next Post

ଗୋଲକ ଫାଙ୍କିଲେ, ଚନ୍ଦୁକୁ ନେଇ ଖୋଳତାଡ଼

Next Post
ଗୋଲକ ଫାଙ୍କିଲେ, ଚନ୍ଦୁକୁ ନେଇ ଖୋଳତାଡ଼

ଗୋଲକ ଫାଙ୍କିଲେ, ଚନ୍ଦୁକୁ ନେଇ ଖୋଳତାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA