Friday, May 1, 2026 12:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୯୦ ଭାଗ ଲୋକ ଜାଣନ୍ତିନି ଧର୍ମେନ୍ଦ୍ର କିଏ

by Our Correspondent
28 Oct, 2017- 11:36 AM
in Latest News, Politics
1 min read
0
୯୦ ଭାଗ ଲୋକ ଜାଣନ୍ତିନି ଧର୍ମେନ୍ଦ୍ର କିଏ
ଭୁବନେଶ୍ୱର: ନିକଟରେ ଓଡ଼ିଶାର ଏକ ବଡ଼ ସମ୍ବାଦପତ୍ର ସଂସ୍ଥା ଏକ ଜନମତ ସର୍ଭେ କରିଥିଲା । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ସର୍ଭେ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦାବିଦାର ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଲୋକଙ୍କର ମତାମତ ଲୋଡ଼ାଯାଇଥିଲା । ଆଶ୍ଚର୍ଯ୍ୟର କଥା, ୯୦ ଭାଗ ଲୋକ ଧର୍ମେନ୍ଦ୍ର କିଏ ଜାଣନ୍ତିନି ବୋଲି କହିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଏହି ତଥ୍ୟ ଖୋଲିଛନ୍ତି । ସେ କହିଛନ୍ତି, ସଂପୃକ୍ତ ସମ୍ବାଦପତ୍ର ଏହି ସର୍ଭେକୁ ପ୍ରକାଶ କରିବ କି ନାହିଁ ସେ ଜାଣନ୍ତିନି । ହେଲେ ବିଜେପିର ଏହା ହିଁ ବାସ୍ତବ ଚିତ୍ର ।
ବିଜେପିର ମିଶନ୍ ୧୨୦ ପ୍ଲସ୍ କୁ ବେଶ୍ ତାତ୍ସଲ୍ୟ କରିଛନ୍ତି ବିରୋଧୀ ଦଳ ନେତା । କେମିତି ସେମାନେ ଏହି ହିସାବ କରୁଛନ୍ତି ତାଙ୍କୁ ତାହା ହସ ଲାଗୁଛି । ନିକଟରେ ଅମିତ୍ ଶାହା ଯେଉଁ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲେ ସେଥିରେ ସେ ବି ଆସୁଥିଲେ । ଅମିତ୍ ଙ୍କ ସାଙ୍ଗରେ ଝାଡଖଣ୍ଡର ଦୁଇଜଣ ବିଜେପି ନେତା ଥିଲେ । ଓଡ଼ିଶା ବିଷୟରେ ସେମାନଙ୍କ କଥାବାର୍ତ୍ତା ଚାଲିଥିଲା । ଅମିତ୍ ଙ୍କଠାରୁ ସେମାନେ ଜାଣିବାକୁ ଚାହୁଁଥିଲେ ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ କେମିତି ସମ୍ଭବ ? ସେମାନଙ୍କ ପ୍ରଶ୍ନ ଥିଲା, ଏଠି(ଓଡ଼ିଶା)ରେ ବିଜେପିର ୧୦ ବିଧାୟକ ଅଛନ୍ତି । ହେଇ ହେଇ ତାହା ୨୦ ହବ । ୧୨୦ କେମିତି ହେବ ? ଅମିତ୍ କିଛି ଜବାବ ଦେବା ପୂର୍ବରୁ ଦୁଇ ଝାଡ଼ଖଣ୍ଡୀ ନେତା ତାଙ୍କୁ ଅଟକାଇଦେଇଥିଲେ । କାରଣ ପାଖ ସିଟ୍ ରୁ ସେମାନଙ୍କ କଥା ସେ ଶୁଣୁଥିବା ବୋଧହୁଏ ଜାଣିଦେଲେ ବୋଲି ନରସିଂହ କହିଛନ୍ତି ।
ଓଡ଼ିଶାର କିଛି ଗଣମାଧ୍ୟମ ବିକ୍ରୀ ହୋଇଯାଇଛନ୍ତି କି ବୋଲି ପ୍ରଶ୍ନରେ ନରସିଂହ କହିଥଲେ.. ଟିକିଏ ? ୧୦୦ ପର୍ସେଣ୍ଟ । ମିଡ଼ିଆ ନିରପେକ୍ଷ ଖବର ପରିବେଷଣ କରୁନାହିଁ । ସେମାନେ ବିଭିନ୍ନ ଚାପର ବଶବର୍ତ୍ତୀ ହେଉଛନ୍ତି । ସେଥିପାଇଁ ବିଭିନ୍ନ କାରଣ ରହିଥିବା ନରସିଂହ କେତେକ ଉଦାହରଣ ଦେଇ କହିଥିଲେ । ଜାତୀୟସ୍ତରରେ ବି ଗଣମାଧ୍ୟମର ଅବସ୍ଥା ସେୟା । ଯିଏ ସରକାର ବିରୋଧରେ ସ୍ୱର ଉଠାଇଲା ତାକୁ ବିଦା କରାଯାଉଛି । ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି । ଓଡ଼ିଶାରେ କ’ଣ ଘଟୁଛି ତାହା ସମସ୍ତେ ଜାଣନ୍ତି ।
ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ବିଜେଡ଼ି ଓ କଂଗ୍ରେସ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତାରେ ସୀମିତ ରହିବ । ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ନରସିଂହ ଆକଳନ କରିଛନ୍ତି । ବିଜେପିର ୧୨୦ ଆସନ ସ୍ୱପ୍ନକୁ ସେ କୌଣସି ଦିଗରୁ ଗ୍ରହଣ କରିନାହାନ୍ତି । ଏମିତିକି ଦ୍ୱିତୀୟ ସ୍ଥାନରେ ରହିବେ ନାହିଁ ବୋଲି ତାଙ୍କର ଦମ୍ଭ । ସେ ଜ୍ୟୋତିଷ ନୁହେଁ ଯେ ଭବିଷ୍ୟବାଣୀ କରୁଛନ୍ତି । ମାତ୍ର ଗଣିତ ସେୟା ହିଁ କହୁଛି । ଓଡ଼ିଶାର ରାଜନୈତିକ ସ୍ଥିତିକୁ ନ ବୁଝି ଭାଷଣ ମାରିଲେ ହେବ ନାହିଁ । ବିଜେପି ସେମିତି ଭାଷଣ ଓ ପ୍ରଚାରରେ ମାତିଥିବା ନରସିଂହ କହିଛନ୍ତି ।
Previous Post

ରାଗ ଶୁଝାଇଲେ ସୁଲୋଚନା

Next Post

ଗୁମର ଖୋଲିଲା..ଗୋଲକଧନ୍ଦାରେ ଗୋଲକ !

Next Post
ଗୁମର ଖୋଲିଲା..ଗୋଲକଧନ୍ଦାରେ ଗୋଲକ !

ଗୁମର ଖୋଲିଲା..ଗୋଲକଧନ୍ଦାରେ ଗୋଲକ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA