ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୟୁ ଟ୍ୟୁବ୍ ରେ ପ୍ରସାରିତ ଭିଡ଼ିଓ କ୍ଲିପିଂରେ ରହିଥିବା ଯୌନଦୃଶ୍ୟର ନାୟକ ବିଜେଡ଼ିର ଜଣାଶୁଣା ପାୱାରଫୁଲ୍ ନେତା ବୋଲି କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି । ପ୍ରଥମ ଥର ପାଇଁ ବିଧାନସଭା ଯିବାକୁ ପାଗ ଭିଡ଼ିଥିବା ଏହି ନେତା ରାଜଧାନୀରେ ଅଖଣ୍ଡ କ୍ଷମତାର ମାଲିକ । ମୁଖ୍ୟମନ୍ତ୍ରୀଙ୍କର ଅତି ପାଖଲୋକ ହୋଇଥିବାରୁ କାହାରିକୁ ଖାତିର୍ କରନ୍ତିନି । ମନ୍ତ୍ରୀ, ବିଧାୟକଙ୍କୁ ବି ପାସଙ୍ଗରେ ନିଅନ୍ତିନି । ତାଙ୍କର ଅନୈତିକ କାରବାର ସମ୍ପର୍କରେ ଅତୀତରେ ବହୁ ଆଲୋଚନା ହୋଇଥିଲା । ମାତ୍ର ତାହାର ପ୍ରମାଣ ମିଳିପାରୁ ନ ଥିଲା । ତେବେ ନିର୍ଦ୍ଦିଷ୍ଟ ନ୍ୟୁଜ୍ ୱେବ୍ ଏହି କାରବାରର ଖୁଲାସା କରିଛି । ଖାଲି ସେତିକି ନୁହେଁ, ଏହା ପଛରେ ଘଟିଥିବା ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ କରିଛି । ସତ୍ୟ ହୋଇଥିଲେ ଏହା ନିଶ୍ଚିତ ସାଂଘାତିକ ।
ମିଳିଥିବା ଖବର ଅନୁଯାୟୀ, ସଂପୃକ୍ତ ନେତାଙ୍କର ୟୁନିଟ୍-୮ରେ ରହୁଥିବା ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହେଉଥିଲା । ସ୍ୱାମୀଙ୍କ ଜାଣତରେ ଏପରିକି ସାମନାରେ ଉକ୍ତ ପ୍ରଭାବଶାଳୀ ନେତାଙ୍କ ସହ ମହିଳା ଯୌନ ସମ୍ପର୍କ ରଖୁଥିବା ଚର୍ଚ୍ଚା ହେଉଥିଲା । ସଦ୍ୟ ବଜାରକୁ ଆସିଥିବା ସିଡିରେ ଏଭଳି ତ୍ରିକୋଣୀୟ ଯୌନ ଦୃଶ୍ୟ ଦେଖିବାକୁ ମିଳୁଛି । ମହିଳାଙ୍କୁ ଉପଭୋଗ କରୁଥିବା ବ୍ୟକ୍ତିଜଣଙ୍କ ସେହି ପ୍ରଭାବଶାଳୀ ନେତା ବୋଲି ମଧ୍ୟ ଦାବି ହୋଇଛି । ୧ ଘଣ୍ଟାର ସେହି ଭିଡ଼ିଓ କ୍ଲିପିଂ ଦେଖିଲେ ତାହାର ସତ୍ୟତା ତ ଜାଣିହେଉଛି । ମାତ୍ର ଏହା ଯେ ଅନୁସନ୍ଧାନସାପେକ୍ଷ ତାହା କହିବାର ଆବଶ୍ୟକତା ନାହିଁ । ପୁଲିସ ଏହି ସିଡ଼ିକୁ ଜବତ କରି ସତ୍ୟାସତ୍ୟ ପରୀକ୍ଷା କରୁ । ସତ୍ୟାସତ୍ୟ ନ ଥିଲେ ସିଡ଼ି ପ୍ରସାରଣ କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ମିଳିଥିବା ଶେଷ ଖବର ଅନୁଯାୟୀ, ସଂପୃକ୍ତ ନେତା ନିଜକୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ କରିଛନ୍ତି । କିଛି ସାମ୍ବାଦିକଙ୍କୁ ଧରି ଘଟଣା ଚପାଇବାକୁ ଉଦ୍ୟମ କରୁଛନ୍ତି । ତେବେ ଯେତେ ଚେଷ୍ଟା କଲେ ବି ସତ ଲୁଚି ରହିବ ନାହିଁ ଏବଂ ଆଗକୁ ସ୍ଥିତି ସଙ୍ଗୀନ ହେବ ବୋଲି ବିଜେଡ଼ି ଶିବିରରେ ଜୋରଦାର ଚର୍ଚ୍ଚା ହେଉଛି ।