ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୟୁ ଟ୍ୟୁବ୍ ରେ ଗତକାଲି ରାତିରୁ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ରାଜଧାନୀର ଜଣେ ଇଂଜିନିୟରିଂ କଲେଜ ଛାତ୍ରଙ୍କ ମର୍ଡର ମିଷ୍ଟ୍ରିକୁ ନେଇ “ଏକ ଅଧୁରି କାହାଣୀ’ ଶୀର୍ଷକ ଭିଡ଼ିଓ କ୍ଲିପିଂସ୍ ରେ ରହିଛି ଏହି ସେକ୍ସ ଦୃଶ୍ୟ । ଗୋଟିଏ ରୁମ୍ ରେ ଜଣେ ମହିଳାଙ୍କ ସହ ଦୁଇ ବ୍ୟକ୍ତିଙ୍କ ଯୌନ ଦୃଶ୍ୟ ସେଥିରେ ଦେଖିବାକୁ ମିଳୁଛି । ସେଥିରୁ ଡେଙ୍ଗା ଚଉଡ଼ା ବ୍ୟକ୍ତି ଜଣଙ୍କ ବିଜେଡ଼ିର ଜଣେ ପ୍ରଭାବଶାଳୀ ନେତା ବୋଲି ଦାବି କରାଯାଇଛି । ଖାସ୍ କରି ଭୁବନେଶ୍ୱରରେ ସେ କୁଆଡେ ଭାରି ପ୍ରଭାବଶାଳୀ । ମୁଖ୍ୟମନ୍ତ୍ରୀଙ୍କର ଅତି ନିକଟତର । ମାତ୍ର କେଇ ମିନିଟ୍ ର ସେକ୍ସ ଦୃଶ୍ୟ ସେଥିରେ ଦେଖାଯାଉଥିଲେ ମଧ୍ୟ ପ୍ରସାରଣକାରୀ ନ୍ୟୁଜ୍ ୱେବ୍ ତାଙ୍କ ପାଖରେ ଏକ ଘଣ୍ଟାର ଭିଡିଓ ରହିଥିବା ଦାବି କରିଛନ୍ତି । ସେଥିରୁ ୪୦ ମିନିଟ୍ ଅନ୍ଧାର ଓ ୧୪ ମିନଟ୍ ୫୪ ସେକେଣ୍ଡର ଦୃଶ୍ୟରେ ରୁମ୍ ଆଲୁଅ ରହିଥିବା କୁହାଯାଇଛି । ଯୌନ ଦୃଶ୍ୟରେ ଦେଖାଯାଉଥିବା ଏହି ବ୍ୟକ୍ତିଜଣଙ୍କ ବାସ୍ତବରେ କିଏ ଏବଂ ଖବରରେ ବର୍ଣ୍ଣନା କରାଯାଇଥିବା ହତ୍ୟା ରହସ୍ୟ ପଛରେ ତାଙ୍କର ସଂପୃକ୍ତି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସବୁ ମହଲରେ ଉତ୍କଣ୍ଠା ଖେଳିଯାଇଛି ।