Saturday, April 18, 2026 12:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିଜୁ ମହିଳା ସମାବେଶ ଅନ୍ତରାଳେ..

by Our Correspondent
03 Dec, 2016- 08:09 AM
in News
1 min read
0
ବିଜୁ ମହିଳା ସମାବେଶ ଅନ୍ତରାଳେ..

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସରକାରୀ ଅର୍ଥରେ ବିଜୁ ଜନତା ଦଳ କିଭଳି ଦଳୀୟ ପ୍ରଚାରରେ ମାତିଛି ତାହାର ସାଂଘାତିକ ପ୍ରମାଣ ଲାଗିଛି ମିଡ-ଡେ ଓଡ଼ିଶା ହାତରେ । ୨୯ ତାରିଖ ଭୁବନେଶ୍ୱରରେ ମହିଳା ସମାବେଶ ଆୟୋଜନରେ ସରକାରୀ କଳକୁ ଫୁଲ୍ ଦମ୍ ରେ ଖଟାଯାଇଥିଲା ବେଳେ ବିଗ୍ ବ୍ରାଣ୍ଡର ବେସରକାରୀ ଅନୁଷ୍ଠାନକୁ ବି କାମରେ ଲଗାଯାଇଥିଲା । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ପିଡିଡିଆରଡିଏ) ଓ ବିଡ଼ିଓମାନେ ସେମାନଙ୍କ ଅଞ୍ଚଳରୁ ମହିଳା ଯୋଗାଡ଼ କରି ଭୁବନେଶ୍ୱର ଆଣିବାକୁ ନିର୍ଦ୍ଦେଶ ଥିଲା । କାଳେ ମହିଳାମାନେ ପିଲାଛୁଆ ଘରଦ୍ୱାର ଛାଡ଼ି ଭୁବନେଶ୍ୱର ଆସିବାକୁ ମଙ୍ଗିବେନି ସେଥିପାଇଁ ଟୁର୍ ପ୍ୟାକେଜ୍ ର ବନ୍ଦୋବସ୍ତ କରାଯାଇଥିଲା । ନିଜେ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ଏସବୁର ଆୟୋଜନ ଓ ତଦାରଖ ତଦାରଖ ଦାୟିତ୍ୱ ନେଇଥିଲେ ।

୨୯ ତାରିଖ ସମାବେଶରେ ୨୦ ହଜାର ମହିଳାଙ୍କୁ ଏକାଠି କରିବାକୁ ବନ୍ଦୋବସ୍ତ କରିଥିଲା ପଞ୍ଚାୟତିରାଜ ବିଭାଗ । ବିଜୁ ଜନ୍ମ ଶତବାର୍ଷିକୀ ପାଳନ ଆଳରେ ଏଥିରେ ସରକାରୀ ମୋହର ଲଗାଯାଇଥିଲେ ବି ତାହା ଯେ ବିଜେଡ଼ି ମହିଳା ସମାବେଶ ଥିଲା ତାହା କାହାରିକୁ ଅଛପା ନାହିଁ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମହିଳାଙ୍କୁ ଭୁବନେଶ୍ୱର ଆଣିବା ଦାୟିତ୍ୱ ଦିଆଯାଇଥିଲା ପିଡିଡିଆରଡିଏ ଓ ବିଡ଼ିଓମାନଙ୍କୁ । ସେଥିପାଇଁ ପଞ୍ଚାୟତିରାଜ ବିଭାଗ ସୁଚିନ୍ତିତ ଯୋଜନା ବି କରିଥିଲା । ପିଡିଡିଆରଡିଏ ଓ ବିଡ଼ିଓମାନଙ୍କୁ ସେମାନଙ୍କ ହେଡକ୍ୱାଟରରୁ ଦୁଇଦିନ ଛୁଟି ଦିଆଯାଇଥିଲା । ପଞ୍ଚାୟତିରାଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସମୀକ୍ଷା ଭୁବନେଶ୍ୱରର ଭଞ୍ଜକଳାମଣ୍ଡପରେ ହେବ ବୋଲି ପିଡ଼ିଡିଆରଡିଏମାନଙ୍କୁ ନଭେମ୍ବର ୨୬ ତାରିଖରେ ଚିଠି(ନଂ ୨୨୧୩୦) କରାଯାଇଥିଲା । ବିିଡିଓମାନଙ୍କୁ ସାଙ୍ଗରେ ଆଣି ଆସିବାକୁ ଏଥିରେ ନିର୍ଦ୍ଦେଶ ଥିଲା । ୨୯ ଓ ୩୦ ତାରିଖ ସମୀକ୍ଷା ବୈଠକର ଦିନ ଧାର୍ଯ୍ୟ କରାଯାଇଥିଲା । ଦୁଇ ଦିନ ଏଇଥିପାଇଁ ଏହି ସରକାରୀ କାର୍ଯ୍ୟକ୍ରମ ରଖାଯାଇଥିଲା କି ସେମାନେ ୨୯ ତାରିଖ ସମାବେଶ ପାଇଁ ମହିଳାଙ୍କୁ ଧରି ଭୁବନେଶ୍ୱର ଆସିବେ । ରାତିରେ ରହି ସକାଳୁ ସେମାନଙ୍କ ମହିଳା ଟିମ୍ କୁ ପୁରୀ, କୋଣାର୍କ, ଚନ୍ଦ୍ରଭାଗା, ଧଉଳି, ଲିଙ୍ଗରାଜ ମନ୍ଦିର ଆଦି ବୁଲାଇ ସାରି ଘରକୁ ଫେରାଇ ନେବେ । ମହିଳାମାନଙ୍କୁ ଟୁର୍ ପ୍ୟାକେଜ୍ ଦେଖାଇ ଭୁବନେଶ୍ୱର ଆଣିବା ସହଜ ହେବ ବୋଲି ଏଭଳି ବାଟ କରାଯାଇଥିଲା ।

ତେଣେ ମହିଳାଙ୍କ ରହିବା ଅଚ୍ୟୁତ ସାମନ୍ତ ଓ ଧନେଶ୍ୱର ରଥଙ୍କର ଅନୁଷ୍ଠାନ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । ସରକାରୀ ତହବିଲ୍ ରୁ ଏଥିପାଇଁ ବିଲ୍ ହୋଇଥିଲେ ବି ତାହା ସମାବେଶ ଆୟୋଜକଙ୍କ ପକେଟ୍ କୁ ଚାଲିଯାଇଥିବା ଜନୈକ ସରକାରୀ ଅଧିକାରୀ କହିଛନ୍ତି । ସରକାରୀ ମୋହରାମରା ବିଜେଡ଼ି ସମାବେଶ ପାଇଁ ଏହି ସାମାନ୍ୟ ଖର୍ଚ୍ଚକୁ କିଟ୍ ଓ ଡ୍ରିମସ୍ ଭଳି ଅନୁଷ୍ଠାନ ଯେ ସରକାରଙ୍କଠାରୁ ଗ୍ରହଣ କରିବେ ତାହା ଆପଣ କିଭଳି ବିଶ୍ୱାସ କରୁଛନ୍ତି ବୋଲି ଓଲଟି ସେ ପ୍ରଶ୍ନ ପଚାରିଛନ୍ତି ।
ଯାହା ବି ହେଉ, ମନ୍ତ୍ରୀ ଅରୁଣ ସାହୁ ଯେ ଜଣେ ଭଲ ସଂଗଠକ ଓ ଯୋଗାଡିଆ ତାହାର ଆଉ ଏକ ପ୍ରମାଣ ସେ ନବୀନ ପଟ୍ଟନାୟକଙ୍କୁ ଦେଖାଇଦେଇଛନ୍ତି । ଅବଶ୍ୟ ସମାବେଶକୁ ସଫଳ କରିବା ପାଇଁ ଅରୁଣ ସବୁ ମୁଣ୍ଡ ଖଟାଇଥିଲେ ବି ତାଙ୍କର ଘନିଷ୍ଠ ସହଯୋଗୀ ବିଧାୟକ ବାପି ରାୟ ଓ ଜିତୁ ବଳବନ୍ତରାୟଙ୍କ ପରିଶ୍ରମକୁ କେହି ଅସ୍ୱୀକାର କରିପାରିବେ ନାହିଁ । ସେହିଭଳି ଶ୍ରୀମୟୀ ମିଶ୍ରଙ୍କ ଭଳି ବିଜେଡ଼ିର ଆଜିକାଲିକା ନେତ୍ରୀ ସମାବେଶ ଆୟୋଜନର ଦାୟିତ୍ୱ ନେଇ ସଫଳତାର ସହ ତୁଲାଇଛନ୍ତି । ବିଜେଡ଼ିର ଅନ୍ୟ ଯୁବନେତା ଓ ଅଭିଜ୍ଞ ମହିଳା ନେତ୍ରୀଙ୍କୁ ଏହା ଇର୍ଷାନ୍ୱିତ କରିଛି ।

Previous Post

କଳାକୁ ଧଳା କରିସାରିିଛନ୍ତିି ବିଜେପି ନେତା !

Next Post

ବ୍ଲୁ ସିଡ଼ିରେ ଏ ବିଜେଡ଼ି ନେତା କିଏ ?

Next Post
ବ୍ଲୁ ସିଡ଼ିରେ ଏ ବିଜେଡ଼ି ନେତା କିଏ ?

ବ୍ଲୁ ସିଡ଼ିରେ ଏ ବିଜେଡ଼ି ନେତା କିଏ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA