Thursday, April 30, 2026 08:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୋଟିଏ ମଞ୍ଚରେ ନବୀନ-ନରସିଂହ-କେଭି; ବିଜୁପ୍ରେମୀଙ୍କୁ ଏକାଠି କଲା ‘ଡେୟାରଡେଭିଲ୍ ଡେମୋକ୍ରାଟ୍’

by Our Correspondent
06 Mar, 2020- 07:20 PM
in Latest News, News
1 min read
0
ଗୋଟିଏ ମଞ୍ଚରେ ନବୀନ-ନରସିଂହ-କେଭି; ବିଜୁପ୍ରେମୀଙ୍କୁ ଏକାଠି କଲା ‘ଡେୟାରଡେଭିଲ୍ ଡେମୋକ୍ରାଟ୍’
ଭୁବନେଶ୍ୱର: ମହାନ୍ ଜନନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ତାଙ୍କର ସାହସିକତାର କାହାଣୀକୁ ନେଇ ପ୍ରସ୍ତୁତ ‘ଡେୟାରଡେଭିଲ୍ ଡେମୋକ୍ରାଟ୍’ ପୁସ୍ତକ ଆଜି ଉନ୍ମୋଚିତ ହୋଇଛି । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଦଳ, ମତ ନିର୍ବିଶେଷରେ ବିଜୁପ୍ରେମୀ ରାଜନେତା, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।

ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକକୁ ଉନ୍ମୋଚନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଟଲ୍ ମ୍ୟାନ୍ ବିଜୁ ବାବୁଙ୍କ ସହିତ ସେମାନଙ୍କ ଜୀବନର କିଛି ଅନୁଭୂତି ବାଣ୍ଟି ସେହି ମହାନ ପୁରୁଷଙ୍କ ଜାତିପ୍ରେମ, ସାହସିକତା, ସ୍ପଷ୍ଟବାଦିତା, ଉଦାରତା ଏବଂ ଉଚ୍ଚ ଆଦର୍ଶର ଗୁଣଗାନ କରିଥିଲେ ଶ୍ରୀ ମିଶ୍ର ଏବଂ ଶ୍ରୀ ସିଂହଦେଓ ।
ତାଙ୍କ ପ୍ରାରମ୍ଭିକ ରାଜନୈତିକ ଜୀବନର ସଂଘର୍ଷ ବେଳେ ବିଜୁ ବାବୁ ତାଙ୍କୁ ଓଡ଼ିଶାରେ ପରିଚିତ କରାଇଥିବା ବିନା କୁଣ୍ଠାବୋଧରେ ସ୍ୱୀକାର କରିଥିଲେ କେଭି । ଏକ ଘଟଣାର ବର୍ଣ୍ଣନା କରି କେଭି କହିଥିଲେ, ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ନବୀନ ନିବାସ ଡକାଇ ସାଙ୍ଗରେ ବ୍ରେକଫାଷ୍ଟ କରିଥିଲେ ଏବଂ ପରେ ପରେ ପୁଲିସ ଲଗାଇ ଗିରଫ କରିଥିଲେ । ୨୧ ଦିନ ପରେ ଜେଲ୍ ରୁ ଫେରିଲା ପରେ ବିଜୁବାବୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ସିଧା ତାଙ୍କ ଅଫିସ୍ ଯାଇଥିଲେ । ବିଜୁବାବୁ ତାଙ୍କୁ ପିଠି ଥାପୁଡ଼େଇ କହିଥିଲେ କି ତମେ ଜେଲ୍ ଯାଇଥିବାରୁ ମତେ ଧନ୍ୟବାଦ ଦିଅ । କାରଣ ଏହାଦ୍ୱାରା ସାରା ଦେଶରେ ତମର ଯଥେଷ୍ଟ ପ୍ରଚାର ହେଲା । ରାଜନୀତିରେ ନାଁ କମେଇବାକୁ ତମକୁ ପରିଶ୍ରମ କରିବାକୁ ପଡ଼ିଲାନି । ବିଜୁବାବୁଙ୍କ ପାଟିରୁ ଏହି ଦୁଇପଦ କଥା ଶୁଣିବା ପରେ ତାଙ୍କ ରାଗ କୁଆଡେ ମିଳାଇ ଯାଇଥିଲା । ଓଲଟି ସମ୍ମାନ ବଢ଼ିଯାଇଥିଲା । ବିଜୁବାବୁଙ୍କୁ ସେଦିନ ଧନ୍ୟବାଦ ଦେଇ ଫେରିଥିଲି ବୋଲି କେଭି କହିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜୁବାବୁଙ୍କୁ ଜଣେ ପ୍ରକୃତ ଡେମୋକ୍ରୋଟ୍ ବୋଲି ବର୍ଣ୍ଣନା କରିଥିଲେ । ଜଣେ ଡେୟାରଡେଭିଲ୍ କେବେ ବି ଡେମୋକ୍ରାଟ୍ ହୋଇପାରେନା । ମାତ୍ର ବିଜୁବାବୁ ଏହାର ବ୍ୟତିକ୍ରମ ଥିଲେ । ଡେୟାରଡେଭିଲ୍ ଡେମୋକ୍ରୋଟ୍ ଭାବରେ ସେ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ସୁତରାଂ ବିଜୁବାବୁଙ୍କୁ ଏକଛତ୍ରବାଦୀ ବୋଲି କେହି କେହି ଯାହା କୁହନ୍ତି ତାହା ଆଦୌ ଠିକ୍ ନୁହେଁ ଏବଂ ତାଙ୍କ ଭଳି ଜଣେ ସଚ୍ଚା ଡେମୋକ୍ରାଟ୍ ଆଜିକାଲିକା ରାଜନୀତିରେ ବିରଳ ବୋଲି ତାଙ୍କର ଅନୁଭବ ହୋଇଥିବା ନରସିଂହ କହିଥିଲେ । ବିଜୁବାବୁଙ୍କ ସହ ତାଙ୍କର ରାଜନୈତିକ ଜୀବନର କିଛି କଥା ଅବତାରଣା କରିବା ବେଳେ ବିରୋଧୀଙ୍କ କଥାକୁ ସେ କିଭଳି ସମ୍ମାନ ଦିଅନ୍ତି ତାହା କହିଥିଲେ । ବିଜୁବାବୁଙ୍କ ଭଳି ଉଦାର ଓ ସହିଷ୍ଟୁ ବ୍ୟକ୍ତିତ୍ୱ ରାଜନୀତିରେ ବିରଳ ବୋଲି ନରସିଂହ କହିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ବାପା ବିଜୁବାବୁଙ୍କ ସଂଗ୍ରାମୀ ଜୀବନର ସ୍ମୃତିଚାରଣ କରିଥିଲେ । ରାଜ୍ୟର ବିକାଶ ତାଙ୍କର ପ୍ରଥମ ଏଜେଣ୍ଡା ଥିଲା । ଏହାଛଡ଼ା ସେ ଅନ୍ୟ କିଛି ଭାବୁ ନ ଥିଲେ । ଜୋର୍ ଗତିରେ କାମ କରି ଜଲଦି କାମ ହାସଲ କରିବା ବିଜୁବାବୁ ସବୁବେଳେ ଚାହୁଁଥିଲେ । ତେଣୁ ଓଡ଼ିଶାକୁ ଶୀର୍ଷରେ ଯେତେ ଶୀଘ୍ର ପାର୍ ପହଞ୍ଚାଇବାକୁ ତାଙ୍କର ଅନବରତ ଉଦ୍ୟମ ଥିଲା ବୋଲି ନବୀନ କହିଥିଲେ । ‘ଡେୟାରଡେଭିଲ୍ ଡେମୋକ୍ରାଟ୍’ ପୁସ୍ତକଟି ଶିଶୁମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟକ ହେବା ସହ ବିଜୁବାବୁଙ୍କ ସାହସିକତାର କାହାଣୀ ସେମାନଙ୍କୁ ମାତୃଭୂମିର ସେବା ପାଇଁ ଆକୃଷ୍ଟ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ ।
କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ସଭାପତି ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ବିଜୁବାବୁଙ୍କ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରି ସେହି ମହାନ୍ ନେତାଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଗୁଣଗାନ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟର ସମ୍ପାଦକ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଜଧାନୀର ବିଭିନ୍ନ ସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ । କିଛି ଛାତ୍ରୀ ବିଜୁବାବୁଙ୍କ ସମ୍ପର୍କରେ ଅନର୍ଗଳ ଭାଷଣ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେମାନଙ୍କ ପ୍ରତିଭା ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କାର୍ଯ୍ୟକ୍ରମର ସଂଚାଳନ କରିଥିଲେ କୁନା ତ୍ରିପାଠୀ ।
Previous Post

ଢ଼େଙ୍କାନାଳ ଏକ ନମ୍ବର

Next Post

ପୁଣି ଚକିତ କଲେ ନବୀନ

Next Post
ପୁଣି ଚକିତ କଲେ ନବୀନ

ପୁଣି ଚକିତ କଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA