ଭୁବନେଶ୍ୱର: ରାଜ୍ୟସଭା ପାଇଁ ସବୁ କଳ୍ପନାଜଳ୍ପନା ଓ ଆକଳନକୁ ଭୁଲ୍ ପ୍ରମାଣିତ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ୪ଟି ଯାକ ଆସନ ପାଇଁ ବିଜେଡ଼ିର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଚର୍ଚ୍ଚାରେ ନ ଥିବା ନେତାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକିତ କରିଛନ୍ତି । ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଏବଂ ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ସୁଜିତ୍ କୁମାରଙ୍କ ଛଡ଼ା ଅନ୍ୟମାନଙ୍କ ନାଁ ଏଥର ରାଜ୍ୟସଭା ଆସନ ପାଇଁ ଆଦୌ ଚର୍ଚ୍ଚାରେ ନ ଥିଲା । ରାଜ୍ୟ ରାଜନୀତିରେ ଅପରିଚିତ ଥିବା ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ବଡ଼ ସରପ୍ରାଇଜ୍ ଦେଇଛନ୍ତି ନବୀନ । ସରୋଜିନୀ ହେମ୍ବ୍ରମ୍ ଙ୍କ ଜାଗାରେ ତାଙ୍କୁ ପ୍ରାର୍ଥୀ କରାଯାଇଛି ।








