Monday, May 25, 2026 09:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୋଲଡେନ୍ ବାବା ସାନ୍ନିଧ୍ୟରେ ବିଜେଡ଼ିର ମାଳ ମାଳ ନେତା

by Our Correspondent
03 Jan, 2019- 02:18 PM
in Latest News, News
1 min read
0
ଗୋଲଡେନ୍ ବାବା ସାନ୍ନିଧ୍ୟରେ ବିଜେଡ଼ିର ମାଳ ମାଳ ନେତା
ଭୁବନେଶ୍ୱର: କୋଟି କୋଟି ଟଙ୍କା ମହାଠକେଇ ଅଭିଯୋଗରେ ଗିରଫ ଜ୍ୟୋତିରଞ୍ଜନ ବେଉରା ଓରଫ୍ ଗୋଲଡେନ୍ ବାବାର ପଲିଟିକାଲ୍ ଲିଙ୍କ୍ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଲାଣି । ଶାସକ ଦଳର ନେତାଙ୍କ ଶରଣରେ ରହି ସେ ନିଜର ପ୍ରତିପତ୍ତି ବଢ଼େଇ ଥିଲା ଏବଂ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକ ହେବାର ସ୍ୱପ୍ନ ଦେଖୁଥିଲା । ବିଭିନ୍ନ ସମୟରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ନାରାୟଣ(ବୁନୁ) ଜେନା, କିଛି ପ୍ରଭାବଶାଳୀ ଯୁବ/ଛାତ୍ର ନେତା, କର୍ପୋରେଟରଙ୍କ ମେଳରେ ତାର ଫଟୋଚିତ୍ର ଭୁବନେଶ୍ୱରର କାନ୍ଥବାଡ଼ ଓ ସୋସିଆଲ୍ ମିଡ଼ିଆରେ ଶୋଭା ପାଉଥିଲା । ଏପରିକି ବିଜେଡ଼ିର କିଛି ରାଲି, ସଭାସମିତିରେ ତାକୁ ଆଗରେ ଦେଖିବାକୁ ମିଳୁଥିଲା । ନିକଟରେ ଇଷ୍ଟ କୋଷ୍ଟ୍ ରେଲୱେ ଅଫିସ ସାମନାରେ ଅନୁଷ୍ଠିତ ବିଜେଡ଼ିର ବିକ୍ଷୋଭ ସଭାରେ ମେୟର ତାକୁ ବିଶିଷ୍ଟ ଯୁବନେତା, ଯୁବ ସଂଗଠକ, ଯୁବ ସମାଜସେବୀ ଏବଂ ଆଗାମୀ ପୀଢ଼ିର ଭବିଷ୍ୟତ ବୋଲି ପରିଚିତ କରାଇଥିଲେ ।

ଅନୁସନ୍ଧାନରୁ ଜଣାପଡ଼ିଛି, ବର୍ଷେ ତଳେ ଭୁବନେଶ୍ୱରରେ ଅପରିଚିତ ଥିବା ଏହି ଗୋଲଡେନ୍ ବାବା ଜଣେ ଯୁବ ସଂଗଠକ ଭାବେ ଅଚାନକ ଆର୍ବିଭୂତ ହୋଇଥିଲେ । କିଛି ବିଜେଡ଼ି ନେତା, ଛାମୁଆ ନେତାଙ୍କ ପାଖକୁ ତାର ଯାଆ ଆସ ହୋଇଥିଲା । ଖାଲି ସେତିକି ନୁହେଁ, ଜଣେ ପୂର୍ବତନ ମନ୍ତ୍ରୀ ତାକୁ ଯୁବ ବିଜେଡ଼ିରେ ସାମିଲ କରାଇବାକୁ ବହୁ ଉଦ୍ୟମ କରିଥିଲେ । ସେଥିପାଇଁ ୨୦ ଲକ୍ଷ ବଟି କାରବାର ହୋଇଥିବା ବି ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ପୂର୍ବତନ ମନ୍ତ୍ରୀ ଜଣଙ୍କ ତାଙ୍କ ଉଦ୍ୟମରେ ସଫଳ ହୋଇପାରି ନ ଥିଲେ । ଯୁବ ବିଜେଡ଼ିରେ ସାମିଲ ହୋଇପାରି ନ ଥିଲେ ମଧ୍ୟ ଗୋଲଡେନ୍ ବାବାକୁ ମେୟରଙ୍କ ଶିବିରରେ ସଦାସର୍ବଦା ଦେଖିବାକୁ ମିଳୁଥିଲା । ମେୟରଙ୍କୁ ସାଙ୍ଗରେ ରଖି ସେ ନିଜର ସାମାଜିକ କାର୍ଯ୍ୟକ୍ରମ ଚଳାଇଥିଲା । ଜଣେ ସାମାଜିକ ସଂଗଠକର ପରିଚୟରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲା । ନିକଟରେ ମେୟରଙ୍କ ଉପସ୍ଥିତିରେ ସାଲିଆ ସାହିରେ ସେ ଗରିବ ଲୋକଙ୍କୁ ୧୨୦୦ କମ୍ବଳ ବାଣ୍ଟିଥିଲା । ଯାହାର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଖାଲି ମେୟର ନୁହଁନ୍ତି, ମନ୍ତ୍ରୀ ଅଶୋକ ପଣ୍ଡା ଓ କିଛି ବିଜେଡ଼ି କର୍ପୋରେଟରଙ୍କ ସହ ତାର ସମ୍ପର୍କର ପ୍ରମାଣ ଛାଡ଼ିଛି ନିଜ ଫେସବୁକ ଆକାଉଣ୍ଟରେ ।
ଗୋଲଡେନ ବାବା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ଟିକେଟରେ ବିଧାୟକ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିଲା । ବିଭିନ୍ନ ସଭାସମିତି ଜରିଆରେ ସେ ନିଜର ଏହି ଇଚ୍ଛାକୁ ଖୋଲାଖୋଲି ପ୍ରକାଶ କରୁଥିଲା । ଖାଲି ଇଚ୍ଛା ନୁହେଁ, ସେଥିପାଇଁ ବିଭିନ୍ନ ରକମର କାର୍ଯ୍ୟକ୍ରମ କରି ବିପୁଳ ଟଙ୍କା ଖର୍ଚ୍ଚ କରୁଥିଲା । ମେୟର ଓ କର୍ପୋରେଟରଙ୍କୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରାଇ ସେ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଥିଲା । ନିଜର ପ୍ରଚାର ପାଇଁ ହାତଗଣତି ସାମ୍ବାଦିକଙ୍କୁ ବି ହାତରେ ରଖିଥିଲା ଗୋଲଡେନ ବାବା । ତାର ଦାମି ସୌଖୀନ ଗାଡ଼ିରେ ସମସ୍ତଙ୍କୁ ବୁଲାଉଥିଲା, ଭୋଜିଭାତ କରି ଆପ୍ୟାୟିତ କରୁଥିଲା ।

କୋଉଠୁ ଆଣୁଥିଲା ଟଙ୍କା?
ଗୋଲଡେନ୍ ବାବାର ପୈତୃକ ଘର କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ । ମାତ୍ର କଳାରାହାଙ୍ଗ ଗୋଲକପୁରୀରେ ରହିଛି ତାର ବିରାଟ ଅଟ୍ଟାଳିକା । ନିଳାଦ୍ରୀବିହାରର ସେକ୍ଟର ୬ରେ ବି ରହିଛି ସୁରମ୍ୟ ଅଟ୍ଟାଳିକା । ସୂଚନା ଅନୁଯାୟୀ,ଏହି ଘରଟି ସେ କୋଟିଏ ଷାଠିଏ ଲକ୍ଷ ଟଙ୍କା ମୂଲଚାଲରେ କିଣିଥିଲା । ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦେଇ ଅବଶିଷ୍ଟ ଦେଢ଼ କୋଟି ଟଙ୍କାର ୩ଟି ଚେକ୍ ଦେଇଥିଲା । ମାତ୍ର ତାହା ବାଉନସ୍ ହେବାରୁ ଘର ମାଲିକ ଆପତ୍ତି କରିଥିଲେ । ହେଲେ ନିଜର ଗୁଣ୍ଡାବାହିନୀ ଲଗାଇ ସେ ଧମକଚମକ ଦେଇଥିଲା । ଧମକରେ ଭୟଭୀତ ହୋଇ ମାଲିକ ଚୁପ୍ ରହିଥିଲେ ।
ଗୋଲଡେନ୍ ବାବାକୁ ଭଲ ଭାବେ ଜାଣିଥିବା ତାଙ୍କର ଜଣେ ବନ୍ଧୁଙ୍କ ସୂଚନା ଅନୁଯାୟୀ, ଅତୀତରେ ଟିଟୋ ଗ୍ୟାଙ୍ଗ୍ ସହ ସେ ସାମିଲ ହୋଇ ଗୋରୁ ଚାଲାଣ ବେପାର ବୁଝାବୁଝି କରୁଥିଲା । ସେଥିରୁ ଭଲ ପଇସା କମେଇଥିଲା । ଇତିମଧ୍ୟରେ କ୍ୟାମେରାଗ୍ରାଫି ତାଲିମ ନେଇ ସେ ଓଲିଉଡ୍ ପ୍ରବେଶ କରିଥିଲା । ସେହି ସମୟରେ ଫିଲ୍ମରେ ଟଙ୍କା ଖଟଉଥିବା କିଛି ଖଣି ବ୍ୟବସାୟୀଙ୍କ ସହ ତାର ସମ୍ପର୍କ ବଢ଼ିଥିଲା । ସେମାନଙ୍କ ବିଶ୍ୱାସ ଜିଣି ଆର୍ଥିକ କାରବାର ବୁଝାବୁଝି କଲା । ଖଣି ମାଲିକଙ୍କ ଟଙ୍କାକୁ ବିଭିନ୍ନ କମ୍ପାନୀ, ଏନଜିଓ ଆଦିରେ ବିନିଯୋଗ କରାଇ ମଧ୍ୟସ୍ଥି ବାବଦକୁ କୋଟି କୋଟି ଟଙ୍କା ରୋଜଗାର କଲା । ପରେ ନିଜେ ଜେବି ବେଉରା ଗ୍ରୁପ୍ ଅଫ କମ୍ପାନୀ ଖୋଲି ଆଗକୁ ବଢ଼ିଥିଲା ।
ଦୁଇବର୍ଷ ତଳେ ବିମୁଦ୍ରାକରଣ ସମୟରେ ତାର ଭଲ କମାଣି ହୋଇଥିଲା । ଲୋକଙ୍କ ପାଖରେ ଗଛିତ ଥିବା ବିପୁଳ ଟଙ୍କାକୁ ବଦଳ କରିବାର ପସରା ଖୋଲିଥିଲା ସେ । ସେଥିପାଇଁ ୩୦ ପ୍ରତିଶତ କମିଶନି ରଖୁଥିଲା । ଅଧିକାଂଶ ଗରାଖଙ୍କୁ ମୂଳରୁ ବଦଳ ଟଙ୍କା ନଦେଇ ନାଲି ଆଖିରେ ଚୁପ୍ କରାଉଥିଲା । ଏହି ବାଟରେ ସେ ପ୍ରାୟ ୨୦ କୋଟି ଟଙ୍କା ଆଦାୟ କରିଥିଲା । ଟଙ୍କା ହରାଇଥିବା ବ୍ୟକ୍ତି ନିଜର କଳାଧନ ପ୍ରକାଶ ପାଇଯିବା ଭୟରେ ଚୁପ୍ ରହିଥିଲେ । ଅନୁସନ୍ଧାନ କାଳରେ ଗୋଲଡେନ୍ ବାବାର ଏହି ସବୁ କାରବାରର ସୁରାକ୍ ପାଇଛି ପୁଲିସ । ଗୋଲଡେନ୍ ର ଶିକାର ହୋଇଥିବା ଅନେକ ଲୋକ ତା ବିରୋଧରେ ପୁଲିସ ନିକଟରେ ଅଭିଯୋଗ କଲେଣି ।
ସବୁଠାରୁ ସଙ୍ଗୀନ ଅଭିଯୋଗଟି ହେଲା, ଗୋଲଡେନ୍ ନିଜର ରାଜନୈତିକ ଆକାଂକ୍ଷା ପୂରଣ ପାଇଁ ବିଭିନ୍ନ ବର୍ଗର ନେତାଙ୍କ ପିଛା ପ୍ରବଳ ଟଙ୍କା ଉଡେଇ ରଙ୍ଗୀନ  କରାଉଥିଲା । ଓଲିଉଡ୍ ସହ ଜଡ଼ିତ ଥିବାରୁ ହୀରୋଇନ୍ କରିଦେବାର ପ୍ରଲୋଭନ ଦେଖାଇ ଅନେକ ଯୁବତୀଙ୍କୁ ଶୋଷଣ କରୁଥିଲା । କିଛି ବ୍ୟକ୍ତିଙ୍କ ମଉଜ ପାଇଁ ସେମାନଙ୍କୁ ବ୍ୟବହାର କରୁଥିଲା । ଏମିତିରେ କିଛି ରାଜନୈତିକ ବ୍ୟକ୍ତିଙ୍କୁ
ସେ ମାସିକିଆ ଚାନ୍ଦା ଦେଉଥିଲା ।  ପୁଲିସ ଏହାର ଉପଯୁକ୍ତ ତଦନ୍ତ କରି ସତ୍ୟାସତ୍ୟ ବାହାର କରୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।
ପୁଲିସ ଉପରେ ଚାପ !
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚେକ୍ ମହାଠକେଇ ମାମଲାରେ ଗୋଲଡେନ୍ ବାବାକୁ ଚନ୍ଦ୍ରଶେଖରପୁର ପୁଲିସ ଗିରଫ କଲା ପରେ ତାକୁ ଖସାଇବା ପାଇଁ ଥାନା ବାବୁଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ଜଣେ ଛାତ୍ରନେତା ଫୋନ୍ କରି ପୁଲିସକୁ ନାଲିଆଖି ଦେଖାଇଥିଲେ । ତାକୁ ତୁରନ୍ତ ଖଲାସ ନ କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ସତର୍କ କରାଇଥିଲେ । ତେବେ ଥାନା ବାବୁ ଫୋନ୍ ସୁଇଚ୍ ଅଫ୍ କରି ତରବରିଆ ଭାବେ ଗୋଲଡେନ୍ ବାବାକୁ କୋର୍ଟ ଚାଲାଣ କରିଥିଲେ ।
Previous Post

ମହାକାଳପଡ଼ା ଡଙ୍ଗା ବୁଡ଼ିରେ ମୃତ୍ୟୁ ସଂଖ୍ୟା ୯

Next Post

ରାଜ୍ୟର ଜଳସେଚନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟମନ୍ତ୍ରୀ

Next Post
ରାଜ୍ୟର ଜଳସେଚନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଜଳସେଚନ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA