Thursday, April 30, 2026 02:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୌରୀ ଲଙ୍କେଶ ମର୍ଡର: ବିଜେପିକୁ ଅଙ୍ଗୁଳି

by Our Correspondent
06 Sep, 2017- 12:38 PM
in Latest News, News
1 min read
0
ଗୌରୀ ଲଙ୍କେଶ ମର୍ଡର: ବିଜେପିକୁ ଅଙ୍ଗୁଳି
ବେଙ୍ଗାଲୁରୁ: ମଙ୍ଗଳବାର ରାତି ୮ଟାରେ ଗୌରୀ ଲଙ୍କେଶ ଅଫିସରୁ ଫେରି ଘରକୁ ପଶୁଥିଲେ । ହଠାତ୍ ୩ ଜଣ ବାଇକ୍ ଆରୋହୀ ତାଙ୍କ ଉପରକୁ ୭ ରାଉଣ୍ଡ ଅତର୍କିତ ଗୁଳି ଚଳେଇଲେ । ୩ଟି ଗୁଳି ତାଙ୍କ କପାଳ ଓ ଛାତିକୁ ଭେଦ କରିଥିଲା । ଘର ବାରଣ୍ଡାରେ ଛଟପଟ ହୋଇ ମରିଗଲେ ବେଙ୍ଗାଲୁରୁର ୫୫ ବର୍ଷିୟା ବରିଷ୍ଠ ମହିଳା ସାମ୍ବାଦିକ ତଥା ସାମାଜିକ କର୍ମୀ ଲଙ୍କେଶ । ଏହି ଜଘନ୍ୟ ହତ୍ୟାକାଣ୍ଡ ସମଗ୍ର ଦେଶକୁ ହୁଲସ୍ତୁଲ କରିଛି । ବାମପନ୍ଥୀ ଓ ହିନ୍ଦୁତ୍ୱ ବିରୋଧୀ ଚିନ୍ତାଧାରାର ସାମ୍ବାଦିକଙ୍କ ହତ୍ୟାକାରୀକୁ ତୁରନ୍ତ ଠାବ କରିବା ପାଇଁ ଆନ୍ଦୋଳନ ଦାନା ବାନ୍ଧିଛି ।
୨୦୧୫ ରେ କନ୍ନଡ଼ ସାହିତ୍ୟର ପରିଚିତ ନାଁ ଏମଏମ କାଲବର୍ଗିଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିଲା । ବେଙ୍ଗାଲୁରୁଠାରୁ ୪୦୦ କିମି ଦୂର ଧରୱାଦ୍ ବାସଭବନରେ ଦୁଇଜଣ ବାଇକ୍ ଆରୋହୀ ତାଙ୍କୁ ଅତର୍କିତ ଗୁଳି କରି ମାରିଦେଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କାଲବର୍ଗି ଥିଲେ କଟର୍ ହିନ୍ଦୁତ୍ୱ ବିରୋଧୀ । ତାଙ୍କ ହତ୍ୟାକାରୀ ଓ ମୃତ୍ୟୁ ରହସ୍ୟକୁ ପୁଲିସ ଏ ପର୍ଯ୍ୟନ୍ତ ଭେଦ କରିପାରିନି । ଖାଲି କର୍ଣ୍ଣାଟକ ନୁହେଁ ମହାରାଷ୍ଟ୍ରରେ ମଧ୍ୟ ସମାନ ଢ଼ଙ୍ଗରେ ହତ୍ୟାର ଶିକାର ହୋଇଥିଲେ ଦୁଇ ବାମପନ୍ଥୀ ଚିନ୍ତାଧାରା ଓ ହିନ୍ଦୁତ୍ୱ ବିରୋଧୀ ବିଶିଷ୍ଟ ବ୍ୟକ୍ତି । ୨୦୧୩ରେ ନରେନ୍ଦ୍ର ଡାଭଲକର୍ ଏବଂ ୨୦୧୫ରେ ଗୋବିନ୍ଦ ପାନସାରେଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିଲା ।
କନ୍ନଡ଼ ସାମ୍ବାଦିକତାକୁ ନୂଆ ଦିଶା ଦେଇଥିବା ପି. ଲଙ୍କେଶଙ୍କ ଝିଅ ହେଉଛନ୍ତି ଗୌରୀ । ବାପାଙ୍କ ଉତ୍ତରାଧୀକାରୀ ଭାବେ ‘ଲଙ୍କେଶ ପତ୍ରିକେ’ କନ୍ନଡ଼ ସାପ୍ତାହିକ ଚଳାଉଥିଲେ । ଅତ୍ୟନ୍ତ ଶାଣିତ ଓ ନିର୍ଭିକ ଭାବେ ସେ ତାଙ୍କର ଲେଖନୀ ଚାଳନା କରୁଥିଲେ । ନିର୍ଭିକତା ବଜାୟ ରଖିବା ପାଇଁ ସେ କାହାରିଠାରୁ ବିଜ୍ଞାପନ ନେଉ ନ ଥିଲେ । ଏକ ୫୦ ଜଣିଆ ଟିମ୍ ସହଯୋଗରେ ସେ ଖବରକାଗଜ ଚଳାଉଥିଲେ । ୨୦୦୮ ମସିହାରେ ସେ ଏକ ଆର୍ଟିକିଲ୍ ରେ ଧରୱାଦ୍ ବିଜେପି ଏମପି ପ୍ରହଲ୍ଲାଦ ଯୋଶୀଙ୍କୁ ସମାଲୋଚନା କରିଥିଲେ । ଦୁର୍ନୀତି ଓ ଅପରାଧିକ କାର୍ଯ୍ୟକଳାପରେ ଏମପି ସଂପୃକ୍ତ ଥିବା ଲେଖିଥିଲେ । ଏହି ଲେଖା ବିରୋଧରେ ଯୋଶୀ ଦୁଇଟି ମାନହାନୀ ମକଦ୍ଦମା କରିଥିଲେ । ଗତବର୍ଷ ନଭେମ୍ବର ମାସରେ ଉକ୍ତ ମାମଲାରେ ଗୌରୀ ଲଙ୍କେଶଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲଦଣ୍ଡ ଦେଇଥିଲେ । ତେବେ ପରେ ସେ ଜାମିନ୍ ପାଇ ଥିଲେ । ସାମ୍ବାଦିକମାନେ ଏହି ଘଟଣାରୁ ବୁଦ୍ଧି ଶିଖିବା ଦରକାର ବୋଲି ସେ ସୋସିଆଲ୍ ମିଡ଼ିଆରେ ଲେଖିଥିଲେ ।
କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲା ପରେ ଗତବର୍ଷ (୨୦୧୬)ରେ ‘ନିଉଜ୍ ଲଣ୍ଡ୍ରି’ କୁ ଗୌରୀ ଏକ ସାକ୍ଷାତକାର ଦେଇଥିଲେ । କହିଥିଲେ, ‘ମୋଦିଭକ୍ତ ଓ ହିନ୍ଦୁତ୍ୱ ବ୍ରିଗେଡ଼ ମୋତେ ହତ୍ୟା କରିବାକୁ ଯୋଜନା କରୁଛନ୍ତି’ । ନିକଟରେ ସେ ଏକ ଲେଖାରେ କର୍ଣ୍ଣାଟକ ସଂଘ ପରିବାରରେ ସାମ୍ପ୍ରଦାୟିକ ରାଜନୀତିକୁ ଆଟାକ୍ କରିଥିଲେ । ଏଥିପାଇଁ ତାଙ୍କୁ ଆକ୍ରମଣର ଧମକ ମିଳିଥିବା କୁହାଯାଉଛି । ଜାତୀୟ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦୁଇଦିନ ତଳେ ଗୌରୀ ରାଜ୍ୟ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ । ମାତ୍ର ତାହା ସମ୍ଭବ ହୋଇ ନ ଥିଲା । କ’ଣ ପାଇଁ ସେ ଗୃହମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଥିଲେ ତାହା ଏବେ ଆଲୋଚନାର ବିଷୟ ହୋଇଛି । ଖୋଦ୍ ଗୃହମନ୍ତ୍ରୀ ଗୌରୀଙ୍କ ସାକ୍ଷାତକାର ଯୋଜନାକୁ ସ୍ୱୀକାର କରିଛନ୍ତି । ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ କେବେ ବି ପୁଲିସକୁ ଜଣାଇନାହାନ୍ତି କି ସୁରକ୍ଷା ମାଗିନାହାନ୍ତି ବୋଲି ଗୃହମନ୍ତ୍ରୀ ଓ ବେଙ୍ଗାଲୁରୁ ପୁଲିସ କମିଶନର ସୁନୀଲ କୁମାର କହିଛନ୍ତି ।
ମୋଟାମୋଟି ଭାବେ ଗୌରୀଙ୍କ ହତ୍ୟାକାଣ୍ଡ ପଛରେ ସଂଘ ପରିବାର ଓ ବିଜେପିର ସଂପୃକ୍ତି ଥିବା ଅଭିଯୋଗ ଉଠିଛି । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଘଟଣାକୁ ଅଲଗା ମୋଡ଼ ଦେବାକୁ ଚେଷ୍ଟା କରୁଛନ୍ତି । ଗୌରୀ ହତ୍ୟାକାଣ୍ଡ ପଛରେ ନକ୍ସଲଙ୍କ ହାତ ଥିବା ପ୍ରଚାର ହେଉଛି । ତେବେ ସେ ଯାହା ହେଉ, ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଗୌରୀଙ୍କ ଭାଇ ଇନ୍ଦ୍ରଜିତ୍ ଦାବି କରିଥିଲା ବେଳେ ଖୁବ୍ ଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ।
Previous Post

ଧର୍ମେନ୍ଦ୍ରଙ୍କ ପାଇଁ ଗୁମାସ୍ତାଙ୍କ ମାମଲତି

Next Post

ବିଜେଡ଼ି ବାଉଳା, ଦ୍ୱନ୍ଦରେ ନବୀନ

Next Post
ବିଜେଡ଼ି ବାଉଳା, ଦ୍ୱନ୍ଦରେ ନବୀନ

ବିଜେଡ଼ି ବାଉଳା, ଦ୍ୱନ୍ଦରେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA