Thursday, April 30, 2026 01:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କ ପାଇଁ ଗୁମାସ୍ତାଙ୍କ ମାମଲତି

by Our Correspondent
05 Sep, 2017- 05:31 PM
in Latest News, Politics
1 min read
0
ଧର୍ମେନ୍ଦ୍ରଙ୍କ ପାଇଁ ଗୁମାସ୍ତାଙ୍କ ମାମଲତି
ଭୁବନେଶ୍ୱର: ରାଜ୍ୟ ବିଜେପିରେ ବିଶ୍ୱଭୂଷଣ ହରିଚନ୍ଦନ, କନକ ବର୍ଦ୍ଧନ ସିଂହଦେଓ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ମନମୋହନ ସାମଲ, ସମୀର ଦେଙ୍କ ଭଳି ଷ୍ଟଲୱର୍ଟ ଅଛନ୍ତି । ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅଛନ୍ତି । ବିଜୟ, ଦିଲ୍ଲୀପ ପୂରାପୂରି କୋଣଠେସା ହୋଇଥିବା ବେଳେ ଅନ୍ୟମାନଙ୍କର କାଁ ଭାଁ ଦର୍ଶନ ମିଳୁଛି । ଦଳରେ ସେମାନଙ୍କର ଅସ୍ତିତ୍ୱ ଦୋହଲିଯାଇଛି କହିଲେ ଚଳେ । ଏବେ ଦଳ ବୋଲେ ବୁଝୋଉଛି ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ୍ । ଏହି ଟିମ୍ ରେ ଅଛନ୍ତି ଭୃଗୁ ବକ୍ସିିପାତ୍ର, ସଜ୍ଜନ ଶର୍ମା, ସମୀର ମହାନ୍ତି, ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ଓ କାଳିନ୍ଦୀ ସାମଲଙ୍କ ଭଳି ସେକେଣ୍ଡ ଓ ଥାର୍ଡ ଲାଇନ୍ ନେତା । ଏହି ଗୋଷ୍ଠୀର ନେପଥ୍ୟରେ ରହି ମାମଲତି କରୁଛନ୍ତି ଗଣମାଧ୍ୟମ ସହ ସମ୍ପର୍କ ଥିବା ଜଣେ ଅଣରାଜନୈତିକ ବ୍ୟକ୍ତି । ଧର୍ମେନ୍ଦ୍ରଙ୍କ ବ୍ଲୁ ଆଇଡ ବୟ ବା ଗୁମାସ୍ତା । ଏହି ମାମଲତକାର୍ ଙ୍କ ବିନା ନିର୍ଦ୍ଦେଶ ଓ ହସ୍ତକ୍ଷେପରେ ରାଜ୍ୟ ବିଜେପିରେ କାଉ ଉଡୁନି । ଅମିତ୍ ଶାହାଙ୍କ ମିଶନ୍ ୧୨୦ ସ୍ୱପ୍ନକୁ ସାକାର କରିବାର ଦାୟିତ୍ୱକୁ ଧର୍ମେନ୍ଦ୍ର ତାଙ୍କ ହାତରେ ଛାଡ଼ିଦେଇଛନ୍ତି । ମିଡ଼ିଆକୁ ମ୍ୟାନେଜ୍ କରିଦେଲେ ଅଚିରେ ୧୨୦ ସିଟ୍ ହାସଲ କରିହେବ ବୋଲି ସେ ବୁଝେଇ ଦେଇଛନ୍ତି ।
ଧର୍ମେନ୍ଦ୍ରଙ୍କ ଗୁମାସ୍ତା ଭାବେ ପରିଚିତ ଏହି ଭଦ୍ରବ୍ୟକ୍ତି ଆଜିକାଲି ଭାରି ପାୱାରଫୁଲ୍ । ଧର୍ମେନ୍ଦ୍ରଙ୍କୁ ଯୋଗାଯୋଗ କରିବାର ସେ ହୋଇଛନ୍ତି ମାଧ୍ୟମ । କିଏ ତାଙ୍କୁ ସାକ୍ଷାତ କରିବେ ନ କରିବେ ସେ ସ୍ଥିର କରୁଛନ୍ତି । କେଉଁ ପେପର କି ଟିଭିକୁ କେତେ ବିଜ୍ଞାପନ ଦିଆଯିବ ସେ ନିଷ୍ପତ୍ତି ନେଉଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁଗତ କୁହାଯାଉଥିବା ମୁଣ୍ଡିମାନେ ବି ଧର୍ମେନ୍ଦ୍ରଙ୍କ ଆପଏଣ୍ଟମେଣ୍ଟ ପାଇଁ ତାଙ୍କ ପାଖରେ ଆଣ୍ଠୋଉଛନ୍ତି । ଖାଲି ରାଜନୀତି କଥା ନୁହେଁ, ଧର୍ମେନ୍ଦ୍ରଙ୍କ ବେପାରବଣିଜ ବୁଝାସୁଝା ଦାୟିତ୍ୱ ବି ତାଙ୍କର । ମାଲପତ୍ର ଦେଣନେଣର ସେ ହେଉଛନ୍ତି ମାଧ୍ୟମ । ଧର୍ମେନ୍ଦ୍ରଙ୍କୁ ସେ ବୁଝେଇଛନ୍ତି, ଚିନ୍ତା କରନି । ତମେ ଖାଲି ମାଲ୍ ଫୋପାଡ଼ । ମିଡ଼ିଆଟାକୁ ମ୍ୟାନେଜ୍ କରି ରଖିଲେ ଲୋକ ଆମକୁ ଭୋଟ ଦେବାକୁ ଗୋଡ଼େଇବେ । ଧର୍ମେନ୍ଦ୍ର ବି ସେହିଥିରେ ବାଇ । ସଂଗଠନ ଛାଡ଼ି ମିଡ଼ିଆ ପଛରେ ମାଲ୍ ଉଡାଯାଉଛି । ମିଡ଼ିଆ ବୋଲ ନ ମାନି ବେଲାଇନ୍ ହେଲେ ଧମକ ଦିଆଯାଉଛି । ଖାଲି ସେତିକି ନୁହେଁ, କେଉଁ ସାମ୍ବାଦିକ କେଉଁ ମିଡ଼ିଆରେ ରହିବେ ନ ରହିବେ ସେଠୁଁ ସ୍ଥିର ହେଉଛି ।
ପରଦା ପଛରେ ରହୁଥିବା ଏହି ମାମଲତକାର୍ ବାବୁଜଣଙ୍କ ଧର୍ମେନ୍ଦ୍ରଙ୍କର ଭାରି ଅନ୍ତରଙ୍ଗ । ସେମାନଙ୍କ ମଧ୍ୟରେ ଦୀର୍ଘଦିନର ବନ୍ଧୁତା । ଧର୍ମେନ୍ଦ୍ରଙ୍କ ବିବାହରେ ସେ ଥିଲେ କୁଆଡେ ମଧ୍ୟସ୍ଥି । ଏହି ନିବିଡ଼ ସମ୍ପର୍କ ଆଜି ତାଙ୍କୁ ବିଜେପିର ସର୍ବେସର୍ବା ବନେଇଛି । ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ପଦ ପାଇଲା ପରଠୁଁ ତାଙ୍କ ହାତକୁ ଆସିଛି କ୍ଷମତା ଡୋରି । ଓଡ଼ିଶାରେ ଧର୍ମେନ୍ଦ୍ରଙ୍କ ଟୋଟାଲ୍ ଅପରେସନ୍ ଦାୟିତ୍ୱ ତାଙ୍କ ହାତରେ । ରାଜ୍ୟ ବିଜେପିର ବଡ଼ବଡ଼ିଆ ନେତାଙ୍କୁ ଅଣଦେଖା କରି ଧର୍ମେନ୍ଦ୍ରଙ୍କୁ ଏକଚାଟିଆ କ୍ଷମତା ଉପଭୋଗ କରାଇବାର ଦାୟିତ୍ୱ ନେଇଛନ୍ତି ସେ । ନିଜକୁ ଆରଏସଏସ ପ୍ରଚାରକ ବୋଲାଉଥିଲେ ମଧ୍ୟ ଆରଏସଏସ୍ ସହ ତାଙ୍କର ସମ୍ପର୍କକୁ ନେଇ ଦଳର ଅନେକ ପୁରୁଖା ନେତା ପ୍ରଶ୍ନ କରିଛନ୍ତି ।
ଅମିତ୍ ଶାହାଙ୍କ ମିଶନ୍ ୧୨୦କୁ ସଫଳ କରାଇବାର ଦାୟିତ୍ୱ ଧର୍ମେନ୍ଦ୍ରଙ୍କ ଉପରେ । ଧର୍ମେନ୍ଦ୍ରଙ୍କୁ ପଦୋନ୍ନତି ଦେଇ ମୋଦି ଓ ଶାହା ଅଧିକ ଆସ୍ଥା ପ୍ରକଟ କଲାପରେ ମାମଲତକାରଙ୍କ ଭାଉ ଅଧିକ ବଢ଼ିଛି । ଯାହାକୁ ନେଇ ଦଳରେ ଦେଖାଦେଇଛି ଘୋର ଅସନ୍ତୋଷ । ତୃଣମୂଳସ୍ତରରେ ସଂଗଠନ ଦୁର୍ବଳ ଥିବା ବେଳେ କେବଳ ମିଡ଼ିଆକୁ ହାତ କରି ଦଳର ଭବିଷ୍ୟତ ଛାଡ଼ିଦେବାକୁ ସେମାନେ ଗ୍ରହଣ କରିନାହାନ୍ତି । ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି, ଗତ ଜୁଲାଇରେ ଅମିତ ଶାହା ଓଡ଼ିଶା ଆସି ପ୍ରତି ବ୍ଲକ୍ ରେ ୨୫ ଜଣ ସଂଗଠକଙ୍କୁ ଚୟନ କରିବାର ଦାୟିତ୍ୱ ଛାଡ଼ିଥିଲେ । ମାତ୍ର ସେହିଭଳି ଡେଡିକେଟେଡ୍ ୱାର୍କର ଦଳରେ ନାହାନ୍ତି । ସଂଗଠନ ତିଆରି କରିବା ପାଇଁ ବି ଉପରୁ ମାଲ୍ ଆସୁନି । ଖାଲି ମିଡ଼ିଆ ନାଁରେ କୋଟି କୋଟି ଖର୍ଚ୍ଚ କରିଦେଲେ ଭୋଟ ହୋଇଯିବନି ବୋଲି ସେ କହିଛନ୍ତି । ଆସନ୍ତାକାଲିଠାରୁ ଦଳର ୩ ଦିନିଆ ମନ୍ଥନ ବୈଠକରେ ଅମିତ୍ ଶାହାଙ୍କୁ ଏହା ଜଣାଯିବ ବୋଲି ସେ କହିଛନ୍ତି ।
Previous Post

୧+୩ ଫର୍ମୂଲା, ନିରଞ୍ଜନଙ୍କ ନାଁ ଚୂଡାନ୍ତ !

Next Post

ଗୌରୀ ଲଙ୍କେଶ ମର୍ଡର: ବିଜେପିକୁ ଅଙ୍ଗୁଳି

Next Post
ଗୌରୀ ଲଙ୍କେଶ ମର୍ଡର: ବିଜେପିକୁ ଅଙ୍ଗୁଳି

ଗୌରୀ ଲଙ୍କେଶ ମର୍ଡର: ବିଜେପିକୁ ଅଙ୍ଗୁଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA