Thursday, April 30, 2026 01:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ି ବାଉଳା, ଦ୍ୱନ୍ଦରେ ନବୀନ

by Our Correspondent
06 Sep, 2017- 04:25 PM
in Latest News, Politics
1 min read
0
ବିଜେଡ଼ି ବାଉଳା, ଦ୍ୱନ୍ଦରେ ନବୀନ
ଭୁବନେଶ୍ୱର: ବିଜେପିର ମିଶନ୍ ୧୨୦ ସମରସଜ୍ଜା ବିଜେଡ଼ିକୁ ବାଉଳା କରିଛି । ଯେତେ ଦମ୍ଭ ଦେଖାଇଲେ ବି ଛାତି ଥରୁଛି । ପଶ୍ଚିମାଞ୍ଚଳର ଜିଲ୍ଲା ପରିଷଦ ଭୋଟ ଫଳ ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ ସାରା ରାଜ୍ୟକୁ ମାଡ଼ିଯିବନି ତ ? ବିଜେପିର ବ୍ୟାପକ ପ୍ରଚାର ଓ ଅର୍ଥବଳ ଭୋଟରଙ୍କୁ ଆପଣାର କରି ନେବନି ତ ? ୧୭ ବର୍ଷ ଧରି କ୍ଷମତାରେ ଥିବାରୁ ଆଣ୍ଟି ଇନକମ୍ବେନ୍ସୀ ଫ୍ୟାକ୍ଟର୍ କାମ କରିବନି ତ ? ଏମିତି ଗୁଡ଼ାଏ ପ୍ରଶ୍ନରେ ଛନ୍ଦି ହୋଇଯାଇଛି ବିଜେଡ଼ି । ସାଧାରଣ ନିର୍ବାଚନର ବିଜେପି ଅଙ୍କକୁ ଗାଲୁ ପେଲିଲେ ବି ଡର ଗୋଡ଼ାଇଛି । ମୋଦି ମାନିଆ ଓ ଅମିତ୍ ଶାହାଙ୍କ ମାଷ୍ଟର ଷ୍ଟ୍ରାଟେଜି ବିଜେଡ଼ି ନେତାଙ୍କ ନିଦ ହଜାଇଦେଇଛି । ଶାହାଙ୍କ ମିଶନ୍ ୧୨୦କୁ ଖୋଦ୍ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ‘ନା’ କହିପାରିନାହାନ୍ତି । ସେଥିନେଇ ତାଙ୍କ ମନରେ ସନ୍ଦେହ ରହିଥିବା ନବୀନ କହିଛନ୍ତି । ଆଉ ନବୀନଙ୍କ ମନ୍ତବ୍ୟରୁ ତାଙ୍କର ଦୁର୍ବଳତା ଧରାପଡ଼ିଛି ।
ଏଥିପୂର୍ବରୁ ବିଜେପିର ମିଶନ୍ ୧୨୦ କ୍ୟାମ୍ପେନ୍ ବିଜେଡ଼ି ନେତାଙ୍କୁ କିଭଳି ବାଉଳା କରିଛି ତାହା ସୂର୍ଯ୍ୟ ପାତ୍ର ଓ ପ୍ରଶାନ୍ତ ନନ୍ଦଙ୍କ ବୟାନରୁ ବାରି ହୋଇଯାଇଛି । ଦୁଇଦିନ ତଳେ ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଶାହାଙ୍କ ୧୨୦ ଅଙ୍କକୁ ତାତ୍ସଲ୍ୟ କରିଥିଲେ । କହିଥିଲେ, ଆମେ ୧୨୩ଟି ଆସନରେ ଜିତିବୁ । ବିଜୁବାବୁ ୧୨୩ ପାଇଥିଲେ ଏଥର ନବୀନ ବାବୁ ସେଇ ୧୨୩ ପାଇବେ । ହେଲେ ସୂର୍ଯ୍ୟଙ୍କ ବୟାନକୁ ଖୋଦ୍ ଦଳୀୟ ମୁଖପାତ୍ର ପ୍ରଶାନ୍ତ ନନ୍ଦ ଖଣ୍ଡନ କଲେ । କହିଲେ, ସୂର୍ଯ୍ୟ ଯାହା କହିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ । ସେଥିରେ ଦଳର ସ୍ୱୀକୃତି ନାହିଁ । ଓଲଟି କହିଲେ, ବିଜେଡ଼ି ଚାହେଁ ୧୪୭ରୁ ୧୪୭ ଆସନ ଜିତିବାକୁ । ଏମିତିକା ମନ୍ତବ୍ୟ ଦେଇ ସେ ସୂର୍ଯ୍ୟଙ୍କୁ କାର୍ଟୁନ୍ କରିଦେଇଥିଲେ । ସେହିଭଳି କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଦିନ ଟିଭି ଷ୍ଟୁଡ଼ିଓରେ ବସି ବିଜେପିକୁ ଗାଳି କରୁଥିଲେ ବିଜେଡ଼ି ପାନେଲିଷ୍ଟ ତେଜେଶ୍ୱର ପରିଡ଼ା । ନୂଆ ମନ୍ତ୍ରୀମାନେ କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି ନ ଜାଣି ଗୁଡ଼ାଏ ବକବାସ୍ କଲେ । ତାଙ୍କ ସୌଭାଗ୍ୟକୁ ଟିଭି ଆଙ୍କର ବି ଜ୍ଞାନ ଅଭାବରୁ ତାଙ୍କୁ ଘେରିପାରିଲେନି । ନହେଲେ ସେଦିନ ବହେ ପାଣି ପିଇ ଫେରିିଥାନ୍ତେ ତେଜେଶ୍ୱର ।
ଦଳର ଜଣେ ବରିଷ୍ଠ ନେତା ଏହାକୁ ନେଇ ନିଜର କ୍ଷୋଭ ଝାଡ଼ିଛନ୍ତି । ତାଙ୍କର କହିବା କଥା, ଦଳରେ କାହା କଥାରେ କାହାରି ତାଳମେଳ ନାହିଁ । ସୂର୍ଯ୍ୟ ଯାହା କହିଥିଲେ ତାକୁ ଗଣମାଧ୍ୟମରେ କାଉଣ୍ଟର କରିବାର କି ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଦଳର ଜଣେ ମୁଖପାତ୍ରଙ୍କ ଏପରି ଆଚରଣକୁ ସେ ନାପସନ୍ଦ କରିଛନ୍ତି । ସେହିଭଳି ଜଣେ ପାନେଲିଷ୍ଟ ତଥ୍ୟ ନ ଜାଣି ଟିଭି ବିତର୍କରେ ବସିବାକୁ ସେ ପସନ୍ଦ କରିନାହାନ୍ତି । ଏହାଦ୍ୱାରା ବିଜେଡ଼ିର ଛବି ମଳିନ ପଡୁଥିବା ସେ କହିଛନ୍ତି । ଗୁଡାଏ ଅପାଣ୍ଡୁଙ୍କୁ ଆଣି ମୁଖପାତ୍ର କି ପାନେଲିଷ୍ଟ କଲେ ଏମିତିକା ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଯାହା ବି ହେଉ, ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦୁହାଁଳିଆ ତେଲ ଓ ଦକ୍ଷତା ବିକାଶ ବିଭାଗର କ୍ୟାବିନେଟ୍ ମୋହର ଦେଇ ତାଙ୍କୁ ରାଜ୍ୟ ବିଜେପିର ଅଘୋଷିତ ନେତା ବନେଇଥିବା ମୋଦି-ଅମିତ୍ ଶାହା ଯୋଡି ସାଧାରଣ ନିର୍ବାଚନରେ ଛକ୍କା ମାରିବାକୁ ଯୋଜନା କରିଛନ୍ତି । ଅମିତ୍ ଶାହାଙ୍କ ଗୁରୁମନ୍ତ୍ର, ସୌଦାନ ସିଂହଙ୍କ ଗୋଟିଚାଳନା ଓ ଧର୍ମେନ୍ଦ୍ରଙ୍କ କ୍ଷେତ୍ର ପ୍ରସ୍ତୁତି(ମାଲପାଣି)ରେ ବିଜେପି ୧୨୦ ବିଧାନସଭା ଆସନ ଦଖଲର ସ୍ୱପ୍ନ ଦେଖୁଛି । ବିଜେଡ଼ି ଏହାକୁ ଉପରେ ସନ୍ଦେହ କି ତାତ୍ସଲ୍ୟ କଲେ ବି ଭିତରେ ଭୀଷଣ ଭୟ କରିଛି । ଖାଲି ସରକାରୀ ଯୋଜନାରେ ନୁହେଁ ସଂଗଠନକୁ ବଞ୍ଚେଇବା ପାଇଁ କସରତ ଆରମ୍ଭ କରିଛି । ଆଗକୁ ଲଢ଼େଇ ଜମିବ ଏହା ଏବେଠୁଁ ଜଳ ଜଳ ଦିଶିଲାଣି ।
Previous Post

ଗୌରୀ ଲଙ୍କେଶ ମର୍ଡର: ବିଜେପିକୁ ଅଙ୍ଗୁଳି

Next Post

ଶାହାଙ୍କ ପ୍ରଥମ ଦିନ: ନାଁ କୁ ବୁଦ୍ଧିଜୀବୀ, ଦଳୀୟ କର୍ମୀରେ ହାଉସ୍ ଫୁଲ୍

Next Post
ଶାହାଙ୍କ ପ୍ରଥମ ଦିନ: ନାଁ କୁ ବୁଦ୍ଧିଜୀବୀ, ଦଳୀୟ କର୍ମୀରେ ହାଉସ୍ ଫୁଲ୍

ଶାହାଙ୍କ ପ୍ରଥମ ଦିନ: ନାଁ କୁ ବୁଦ୍ଧିଜୀବୀ, ଦଳୀୟ କର୍ମୀରେ ହାଉସ୍ ଫୁଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA