Wednesday, April 29, 2026 09:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାହାଙ୍କ ପ୍ରଥମ ଦିନ: ନାଁ କୁ ବୁଦ୍ଧିଜୀବୀ, ଦଳୀୟ କର୍ମୀରେ ହାଉସ୍ ଫୁଲ୍

by Our Correspondent
06 Sep, 2017- 10:56 PM
in Latest News, Politics
1 min read
0
ଶାହାଙ୍କ ପ୍ରଥମ ଦିନ: ନାଁ କୁ ବୁଦ୍ଧିଜୀବୀ, ଦଳୀୟ କର୍ମୀରେ ହାଉସ୍ ଫୁଲ୍
ଭୁୁବନେଶ୍ୱର: ପ୍ରଥମ ଦିନରେ ଦଳୀୟ ନେତାଙ୍କୁ କବାଟଳୀଳା ଟିଉସନ୍ ସାରି ସଂଧ୍ୟାରେ ବୁଦ୍ଧିଜୀବୀଙ୍କ ସହ ଆଳାପ କରିବାର କାର୍ଯ୍ୟକ୍ରମ ରଖିଥିଲେ ଅମିତ୍ ଶାହା । ସେଇ ଅନୁଯାୟୀ ଆଜି କାର୍ଯ୍ୟକ୍ରମ ହେଲା । ହେଲେ କାଇଁ କେଉଁ ଜଣାଶୁଣା ବୁଦ୍ଧିଜୀବୀଙ୍କୁ ସେଠାରେ ଦେଖିବାକୁ ମିଳି ଥିଲା । ପଛଧାଡ଼ିରେ କାଁ ଭାଁ କର୍ପୋରେଟ୍ ଚାକିରିଆ ଓ ବ୍ୟବସାୟୀ ହାଜିରା ଦେଇଥିଲା ବେଳେ ବାକି ସବୁ ସିଟ୍ ଦଳୀୟ କର୍ମୀ ଓ ନେତାଙ୍କ ଦଖଲରେ ଥିଲା । ବୁଦ୍ଧିଜୀବୀ ସାଜିଥିବା ନିଜ ଦଳର ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ଅମିତ୍ ଶାହା । ଆରମ୍ଭ କଲେ.. ସେ ଏବଂ ତାଙ୍କ ଦଳ ବଂଶବାଦ ରାଜନୀତିରେ ବିଶ୍ୱାସ କରେନି । ସେ ସାଧାରଣ ପରିବାରରୁ ଆସିଛନ୍ତି । ମୋଦି ଚା ବିକାଳୀରୁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବାମ ପଟେ ବସିଥିବା ଜୁଏଲ୍ ଓରାମ୍ ଙ୍କୁ ଦେଖାଇ ସେ ସାଧାରଣ ଆଦିବାସୀ ପରିବାରୁ ଆସିଛନ୍ତି ବୋଲି କହିଲେ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଅଟକିଗଲେ ଶାହା । ଜୁଏଲ୍ ଙ୍କଠାରେ ସାରିଦେଲେ ସାଧାରଣ ପରିବାରର ସଂଜ୍ଞା । ୪ ଦିନ ତଳେ କ୍ୟାବିନେଟ୍ ପଦୋନ୍ନତି ପରେ ଧର୍ମେନ୍ଦ୍ର ଦିଲ୍ଲୀରେ କହିଥିଲେ କି ସେ ସାଧାରଣ ପରିବାରରୁ ଆସି ଆଜି ଏ ଜାଗାରେ ପହଞ୍ଚିଛନ୍ତି । ହେଲେ ଭୁବନେଶ୍ୱରରେ ଶାହା ତାଙ୍କୁ ସାଧାରଣ ପରିବାରର ଦାୟାଦ କହିବାକୁ ଉଚିତ୍ ମଣିଲେନି । ଧର୍ମେନ୍ଦ୍ରଙ୍କ ପାଳି ବେଳକୁ ଝୁଣ୍ଟେଇ ପଡ଼ି ଛେପ ଢ଼ୋକିଦେଲେ ।
ମିସନ୍ ୧୨୦ ଉପରେ ଭାଷଣ ଦେଇଥିଲେ ଅମିତ୍ ଶାହା । କହିଥିଲେ ଓଡ଼ିଶାରେ ବିଜେପିକୁ ସରକାର ଗଠନର ସୁଯୋଗ ମିଳିନି । ଏଥର ସୁଯୋଗ ଦିଆଯାଉ । ଓଡ଼ିଶାବାସୀଙ୍କୁ ବିଜେପି ଦେଖାଇବ ସୁଶାସନ କ’ଣ ? ଅମିତ୍ ଙ୍କର ଏହି ଭାଷଣ ବେଳେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଟୁପୁରୁଟାପର୍ ହୋଇଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ମେଣ୍ଟ ସରକାରରେ ରହି ଓଡ଼ିଶାକୁ ଶାସନ କରୁଥିଲା । ମୁଣ୍ଡିଆଳ ବିଭାଗର ଦାୟିତ୍ୱରେ ଥିଲେ ବିଜେପି ମନ୍ତ୍ରୀ । ଶାହା ଏକଥା ବୋଧେ ଭୁଲିଯାଇଥିଲେ ।
ଜିଡ଼ିପି ବା ଅର୍ଥନୀତି ଅଭିବୃଦ୍ଧି ଉପରେ ଶାହା ଲମ୍ବା ଚଉଡା ଭାଷଣ ଦେଇଥିଲେ ମଧ୍ୟ ଥିଓରି ଓ ପରିସଂଖ୍ୟାନ ଭୁଲଭାଲ କହିଥିଲେ । ଖୋଦ୍ ଦଳର ଅନେକ ନେତା ଶାହାଙ୍କ ମୁହଁକୁ ବଲ ବଲ କରି ଅନାଇଥିଲେ । କିଛି ସମୟ ପାଇଁ ସେଠାରେ ଚାପା ଗୁଞ୍ଜରଣ ଖେଳିଥିଲା । ଅର୍ଥନୀତି ଉପରେ ଶାହାଙ୍କର ଜ୍ଞାନକୁ ନେଇ ପଛଧାଡ଼ିରୁ ମୁରୁକା ହସ ଆସିଥିଲା । ‘ଅମିତ୍ କ’ଣ କହୁଛନ୍ତି କିଛି ବୁଝି ହଉ ନ ଥିଲା । ମୋଟାମୋଟି ଭାବେ ତାଙ୍କ ଭାଷଣରୁ ଶୁଣିଲା ଭଳି କିଛି ନ ଥିଲା ।’ ବୈଠକରୁ ଫେରିଥିବା ଜଣେ ବିଗ୍ କର୍ପୋରେଟ୍ ଚାକିରିଆଙ୍କର ଏହା ଥିଲା ମନ୍ତବ୍ୟ ।
ଧର୍ମେନ୍ଦ୍ରଙ୍କ ଟିଭି ସାମ୍ବାଦିକପ୍ରୀତି
ବିମାନବନ୍ଦରରେ ଶାହାଙ୍କୁ ପାଛୋଟି ଆଣିବାକୁ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ଆଜି ବିମାନବନ୍ଦରରେ ଟିଭି ସାମ୍ବାଦିକଙ୍କୁ ଭାରି ସ୍ନେହ ଓ ଶ୍ରଦ୍ଧା କରିଥିଲେ । ସେଠାରେ ଉପସ୍ଥିତ ଟିଭି ସାମ୍ବାଦିକଙ୍କ ସହ ହାତ ମିଳାଇ ମନଖୁସି କଲେ । ହେଲେ ବାଇଟ୍ ଦେବା ପାଇଁ କହିବାରୁ ବାଆଁରେଇ କରଛଡ଼ା ଦେଲେ । ତେବେ ଶାହାଙ୍କୁ ଧରି ଫେରିଲା ପରେ ପାର୍ଟି ଅଫିସରେ ସେ ବାଇଟ୍ ଦେବାକୁ ବ୍ୟାକୁଳ ହେଲେ । ମିଶନ୍ ୧୨୦ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାର କାଉଣ୍ଟର ଦେବାକୁ ଖୋଜିଲେ ଟିଭି କ୍ୟାମେରା । ଗହଳି ଭିତରେ କିନ୍ତୁ କାହାରିକୁ ପାଇଲେନି । ତାଙ୍କ ଚେଲାଚାମଣ୍ଡାମାନେ ଦଉଡିଲେ ଟିଭିବାଲାଙ୍କ ପାଖକୁ । ଯାହାଙ୍କୁ ଦେଖିଲେ କାକୁସ୍ତିଆ ହେଲେ । କିନ୍ତୁ କେହି ମିଳିଲେନି । ଶେଷରେ ନିଜେ ଧର୍ମେନ୍ଦ୍ର ଖୋଜି ଖୋଜି ଦୁଇଟି ଟିଭି ଚାନେଲ୍ କୁ ଡାକି ବାଇଟ୍ ଦେଲେ । ତେବେ ପ୍ରଥମ ଥର ପାଇଁ ଆଜି ଅମିତ୍ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ ଶେଷରେ ମିଡ଼ିଆକୁ ଏଡ଼ାଇ ଦେଇଥିଲେ ନେତା । ମିଡ଼ିଆକୁ ବ୍ରିଫ୍ କରିବାର କୌଣସି ବ୍ୟବସ୍ଥା ନ ଥିଲା । ସାମ୍ବାଦିକମାନେ ଜୋର୍ କରିବାରୁ କେବଳ ସୁରେଶ ପୂଜାରୀ ପଦେ ଅଧେ କହି ଚାଲିଗଲେ ।
Previous Post

ବିଜେଡ଼ି ବାଉଳା, ଦ୍ୱନ୍ଦରେ ନବୀନ

Next Post

ସୁଲୋଚନା ବିଜେଡ଼ିକୁ ବିପଦ

Next Post
ସୁଲୋଚନା ବିଜେଡ଼ିକୁ ବିପଦ

ସୁଲୋଚନା ବିଜେଡ଼ିକୁ ବିପଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA