Saturday, April 18, 2026 03:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଘନଉଛି ସତପାଲ୍ ଙ୍କ ଘର ନିଆଁ ରହସ୍ୟ

by Our Correspondent
05 Aug, 2017- 12:01 PM
in Latest News, News
1 min read
5
ଘନଉଛି ସତପାଲ୍ ଙ୍କ ଘର ନିଆଁ ରହସ୍ୟ
ଭୁବନେଶ୍ୱର: ଦ୍ୱିତୀୟ ମହଲାରୁ ନିଆଁ ଯାଇ ତୃତୀୟ ମହଲାକୁ ବ୍ୟାପିଗଲା । ତୃତୀୟ ମହଲାର ତିନି ତିନିଟି ବେଡ଼ରୁମ୍ କୁ ନିଆଁ ଓ ଧୂଆଁ ପଶି ସାନପୁଅ ପରିବାରର ୪ଜଣ ଯାକ ସଦସ୍ୟ ଓ ନାବାଳିକା କେୟାର ଟେକର୍ ଙ୍କ ଜୀବନ ନେଇଗଲା । ମାତ୍ର ନିଆଁର ମୂଳ ଉତ୍ସ ଦ୍ୱିତୀୟ ମହଲାକୁ ଅକ୍ଷତରେ ଛାଡ଼ିଦେଲା । ସେଠାରେ ରହୁଥିବା ବଡ଼ପୁଅ ପରିବାର ୪ ସଦସ୍ୟଙ୍କ ଦେହରେ ଇଞ୍ଚେ ବି ଆଘାତ ଆଣିଲା ନାହିଁ । ଦ୍ୱିତୀୟ ମହଲାରୁ ନିଆଁ ଲାଗିବା ପରେ ସେଠାରେ ରହୁଥିବା ବଡ଼ପୁଅ ପରିବାର ସୌଭାଗ୍ୟବଶତଃ ଅକ୍ଷତ ଅବସ୍ଥାରେ ସେମାନଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଲେ । ହେଲେ ତାପରେ ଗଲେ କୁଆଡେ ? ନିଜ ଘରେ ନିଆଁ ଜଳୁଥିବା ବେଳେ ସେମାନଙ୍କର ସ୍ୱାଭାବିକ ପ୍ରତିକ୍ରିୟା ଥିଲା କି ? ଜୀବନ ବିକଳରେ ଧାଁ ଧପଡ଼ କରିଥିଲେ କି ? ନିଆଁରୁ ସାନଭାଇ ପରିବାରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ କି ? ପୁଲିସ କି ଦମକଳବାହିନୀକୁ ଖବର ଦେଇଥିଲେ କି ? ପ୍ରଥମ ମହଲାରେ ରହୁଥିବା ଘରର ମୁରବୀ ସତପାଲ୍ ସିଂ ଓ ତାଙ୍କ ପତ୍ନୀ ଅଗ୍ନିକାଣ୍ଡ ବିଷୟରେ ପ୍ରଥମେ ବଡ଼ପୁଅଠାରୁ ଜାଣିଲେ ନା ପଡୋଶୀଙ୍କଠାରୁ ? ନିଆଁ ଡରରେ ଅବାକ୍ ହୋଇ ମୁକ ପାଲଟିଗଲେ କି ? ଏତେବଡ଼ ଶିକ୍ଷିତ ଓ ସମ୍ବ୍ରାନ୍ତ ପରିବାର ସଦସ୍ୟମାନେ ନିଜେ ଦମକଳ ନ ଡାକି ପାହାନ୍ତା ପହରର ନିଦରେ ଶୋଇଥିବା ପଡୋଶୀଙ୍କ ଆଗମନକୁ ଅପେକ୍ଷା କରିଥିଲେ କି ?
ଗୁରୁବାର ଭୋର୍ ରେ ପାଲ୍ ହାଇଟସ୍ ହୋଟେଲ ମାଲିକ ସତପାଲ୍ ସିଂଙ୍କ ଘରର ମର୍ମନ୍ତୁଦ ଅଗ୍ନିକାଣ୍ଡ ଓ ନିଆଁରେ ପୋଡ଼ି ସାନପୁଅ ପରିବାର ନିଶ୍ଚିନ୍ନ ହୋଇଯିବା ପରେ ପୁଲିସର ତଦନ୍ତକୁ ଏହି କେତୋଟି ପ୍ରଶ୍ନ ଘେରି ରଖିଛି । ଶ୍ୱାସରୁଦ୍ଧ ହୋଇ ସତପାଲ୍ ଙ୍କ ସାନପୁଅ ଗଗନ୍ ପାଲକ, ବୋହୁ ଭାବନା, ନାତୁଣୀ ସୋହାବି, ନାତି ରୁବିର ଓ ରୁବିର କେୟାର ଟେକର୍ ୧୨ ବର୍ଷୀୟ ଖୁସି ମୃତ୍ୟୁବରଣ କରିଥିବା ଡାକ୍ତରୀ ମାଇନା ରିପୋର୍ଟ ଆସିଛି । ନିଆଁ ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିବା ଦର୍ଶାଇ ପୁଲିସ ହୁଏତ ତଦନ୍ତରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇପାରେ । ହେଲେ ଘଟଣାଚକ୍ର ଉପରେ ଯେଉଁ ସବୁ ପ୍ରଶ୍ନ ଉଙ୍କି ମାରିଛି ତାହା ସାଧାରଣ ଜନତାଙ୍କୁ ରହସ୍ୟରେ ପକାଇଛି । ଡାକ୍ତରୀ ମାଇନା ରିପୋର୍ଟ ଆସିଲା ପରେ କାରଣ ସ୍ପଷ୍ଟ ହେବ ବୋଲି ପ୍ରଥମରୁ ପୁଲିସ ଦମ୍ଭ ଦେଖାଇଥିବା ବେଳେ ତଦନ୍ତ ପ୍ରକ୍ରିୟାରୁ ପୁଲିସ ଏକପ୍ରକାର ହାତଟେକିବା ଅବସ୍ଥାକୁ ଚାଲିଆସିଲାଣି । ତଦନ୍ତ ଦୁର୍ବଳ ହୋଇ ଯେ ଡୋରି ବନ୍ଧା ନ ହେବ ସେହି ଆଶଙ୍କା ସୃଷ୍ଟି ହେଲାଣି । ନିଆଁ ଲାଗି ତୃତୀୟ ମହଲାର ସିସିଟିଭି କ୍ୟାମେରା ହାର୍ଡ ଡିସ୍କଟି ପୋଡ଼ିଯାଇଥିବା କୁହାଯାଇଛି । ସେଥିରେ ମହଜୁଦ୍ ସବୁ ପ୍ରମାଣ ନଷ୍ଟ ହୋଇଯାଇଛି । ପ୍ରଥମ ଓ ଦ୍ୱିତୀୟ ମହଲାରେ ପରିବାରର ଅନ୍ୟ ସଦସ୍ୟଙ୍କ ଗତିବିଧି ଧରିଥିବା ସିସିଟିଭି ହାର୍ଡଡିସ୍କ ପୋଡ଼ିଛି କି ନାହିଁ ତାହା ଅବଶ୍ୟ ପୁଲିସ ସ୍ପଷ୍ଟ କରିନି ।
ଆହୁରି ବଡ଼କଥା ହେଉଛି, ସେଦିନ ୫ଟି ଯାକ ଶବକୁ ଡାକ୍ତରୀ ମାଇନା କରିଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ ର ଡାକ୍ତର ଏଲ.କେ.ବେହେରା ଓ ଡାକ୍ତର ପୁରବୀ ମହାନ୍ତି । ହସ୍ପିଟାଲ୍ ଶବଗୃହରେ ଶବ ବ୍ୟବଚ୍ଛେଦ କରି ସେମାନେ ରିପୋର୍ଟ କରିବା କଥା । କିନ୍ତୁ ସେମାନେ ସତପାଲ୍ ଙ୍କ ଘରକୁ ଯାଇ ଅଗ୍ନିକାଣ୍ଡସ୍ଥଳ ବୁଲି ଦେଖିଥିଲେ । ଡାକ୍ତରୀ ବିଦ୍ୟାରେ ଏମିତି ନିୟମ ଅଛି ନା ନାହିଁ ତାହା ଆମେ ଜାଣୁନା ହେଲେ ସତପାଲ୍ ଙ୍କ ଘରେ ଶବ ମାଇନାକାରୀ ଡାକ୍ତରଙ୍କ ଉପସ୍ଥିତି ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ଏଥିସହ ଗତ ଦୁଇଦିନ ହେଲା ଧନୀ ଓ ପ୍ରଭାବଶାଳୀ ସତପାଲ୍ ଙ୍କ ଘରେ ଏହି ହୃଦୟ ବିଦାରକ ଘଟଣାର ତଦନ୍ତ ଆଳରେ ପୁଲିସ ବାବୁମାନଙ୍କ କବାଟକୀଳା ଆତଯାତ ସାଧାରଣ ଲୋକଙ୍କ ମନରେ ସନ୍ଦେହର ପ୍ରଶ୍ନ ଛାଇ ଦେଇଛି ।
Previous Post

ଓରଟେଲ୍ : ଉପର ଚହଟ ଚିକ୍କଣ, ଭିତର ଖୋଳ

Next Post

‘ଇମ୍ଫା’: ୨୩୦୦ କୋଟି ଅନୁକମ୍ପାରୁ ୨୫୦ କୋଟି ଲାଭ

Next Post
‘ଇମ୍ଫା’: ୨୩୦୦ କୋଟି ଅନୁକମ୍ପାରୁ ୨୫୦ କୋଟି ଲାଭ

‘ଇମ୍ଫା’: ୨୩୦୦ କୋଟି ଅନୁକମ୍ପାରୁ ୨୫୦ କୋଟି ଲାଭ

Comments 5

  1. ନିରଞ୍ଜନ says:
    9 years ago

    ଏ ଘଟଣା ନିଶ୍ଚିତ ସନ୍ଦେହ ଘେରରେ

    Reply
  2. B Tripathy says:
    9 years ago

    Another thing was about the minor assistant who has been worked for monthly Rs.2000/- salary only ! Though it is not related with this accident(?) , but CWC & other agencies should be inquired on it. How an hotelier appointed one minor girl with a low salary ?

    Reply
  3. Bhabani mishrs says:
    9 years ago

    It’s a planned murder.

    Reply
  4. skmahapatra says:
    9 years ago

    odisha police ra tadanta jaha sethi re coviction rate 10 %ru bi kam

    Reply
  5. skmahapatra says:
    9 years ago

    odisha police investigation results less than ten percent conviction.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA