Saturday, April 18, 2026 03:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଇମ୍ଫା’: ୨୩୦୦ କୋଟି ଅନୁକମ୍ପାରୁ ୨୫୦ କୋଟି ଲାଭ

by Our Correspondent
05 Aug, 2017- 07:42 PM
in Latest News, News
1 min read
0
‘ଇମ୍ଫା’: ୨୩୦୦ କୋଟି ଅନୁକମ୍ପାରୁ ୨୫୦ କୋଟି ଲାଭ
ଭୁବନେଶ୍ୱର: ପି.ଚିଦାମ୍ବରମ୍ ଙ୍କ ପତ୍ନୀ ସେୟାର ହୋଲଡର ଅଭିଯୋଗ ଆସିଥିବା ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ପରିବାର ମାଲିକାନାର ଇମ୍ଫା କମ୍ପାନୀ ବିରୋଧରେ ଅନିୟମିତତା ଅଭିଯୋଗର ଫର୍ଦ୍ଦ ବେଶ୍ ଲମ୍ବା । କୋର୍ଟ କଚେରିର ଢ଼ାଲ ଦେଖାଇ ବେଆଇନ କାରବାର ଚଲାଇ ରଖିବାରେ କମ୍ପାନୀ କୁଆଡେ ଧୂରନ୍ଧର । ଅତୀତରେ ପଣ୍ଡା କମ୍ପାନୀ କ୍ଷତିରେ ଚାଲୁଥିବା ଦର୍ଶାଇ ୨୩୦୦ କୋଟି ଟଙ୍କାର ଋଣ ଛାଡ଼ ଭିକ୍ଷାରେ ସକ୍ଷମ ହୋଇଥିଲେ ବି ସ୍ଥିତି ଆଉ ସେଭଳି ନାହିଁ । ଏବେକା ଦିନରେ କମ୍ପାନୀ ପ୍ରଚୁର ଲାଭରେ ଚାଲୁଛି । ୨୩୦୦ କୋଟି ଟଙ୍କା ଋଣ ଛାଡ଼ ଅନୁଗୃହୀତ ଏହି କମ୍ପାନୀ ଶହ ଶହ କୋଟି ଟଙ୍କା ଲାଭ ପାଉଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଆୟକର ଦେୟ ଛାଡ଼ିଦେଲା ପରେ ଇମଫା ୨୫୦ କୋଟି ଟଙ୍କା ଲାଭ କରିଛି । କମ୍ପାନୀର ଏହି ଲାଭାଂଶ ଉପରେ ଋଣ ଛାଡ଼ କରିଥିବା ସଂସ୍ଥାର ହକ୍ ରହିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୦ ନଭେମ୍ବର୧୯୬୧ ମସିହାରେ ଇମ୍ଫା ପ୍ରତିଷ୍ଠା ହୋଇଥିଲା । ପରବର୍ଷ ମେ ୭ ତାରିଖରେ ତାହାକୁ ବ୍ୟବସାୟିକ କାରବାର ପାଇଁ ଅନୁମତି ମିଳିଥିଲା । ପରବର୍ତ୍ତୀ ସମୟରେ କମ୍ପାନୀ ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଥିଲା । ସମୟକ୍ରମେ ପଣ୍ଡା ମାଲିକାନାର ଅନ୍ୟ କମ୍ପାନୀ ଇଣ୍ଡିଆନ୍ ଚାର୍ଜକ୍ରୋମ୍ ଲିମିଟେଡ଼(ଆଇସିସିଏଲ) କ୍ଷତିରେ ଚାଲୁଥିବା ଦର୍ଶାଇ ଦୁଇ କମ୍ପାନୀର ମରଜର୍(ମିଶ୍ରଣ) ପାଇଁ ଓଡ଼ିଶା ହାଇକୋର୍ଟର ଆଶ୍ରୟ ନେଇଥିଲେ । ସେତେବେଳେ ଆଇସିସିଏଲ୍ ୫୬୦ କୋଟି କ୍ଷତିରେ ଚାଲୁଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ୧୩ ଅକ୍ଟୋବର ୨୦୦୬ ରେ ଇମ୍ଫା ସହ ରୁଗ୍ମଣ ଆଇସିସିଏଲ୍ ର ମରଜର୍ ହୋଇଥିଲା । ଏହି ମରଜର୍ ପଛରେ ପଣ୍ଡା ପରିବାରର ମନ୍ଦ ଉଦ୍ଦେଶ୍ୟ ଥିବା ସେତେବେଳେ ଅଭିଯୋଗ ଉଠିଥିଲା । ଆଉ ସେହି ବର୍ଷ ହିଁ ଉଦ୍ଦେଶ୍ୟ ଧରାପଡ଼ିଯାଇଥିଲା । ପଣ୍ଡାଙ୍କ ଇମ୍ଫାକୁ ଆଇଡିବିଆଇ ସମେତ୧୦ଟି ଜାତୀୟକରଣ ଓ ଅନ୍ୟାନ୍ୟ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ୨୩୦୦ କୋଟି ଟଙ୍କା ଋଣ ଛାଡ଼ କରିଥିଲେ । ତତ୍କାଳୀନ ବିଜେଡ଼ି ରାଜ୍ୟସଭା ସାଂସଦ ଜୟ ପଣ୍ଡା ନିଜର ପ୍ରଭାବ ବଳରେ ଏହି ଋଣ ଛାଡ଼ ପାଇଥିବା ଅଭିଯୋଗ ତୁମ୍ବିତୋଫାନ କରିଥିଲା ।
ତେବେ ନିଜକୁ ରୁଗ୍ମଣ ଦେଖାଇ ଅତୀତରେ ୨୩୦୦ କୋଟି ଋଣ ଛାଡ଼ ପାଇଥିବା ଇମ୍ଫା ଚଳିତ ଆର୍ଥିକ ବର୍ଷରେ ୨୫୦ କୋଟି ଲାଭ କରିଛି । ଏତିକିବେଳକୁ ଇମ୍ଫାରେ ପି.ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ ସେୟାର ହୋଲଡର ଅଭିଯୋଗ ଆସିବା ଋଣଛାଡ଼ ପ୍ରସଙ୍ଗକୁ ପୁଣି ତେଜିଛି । ରୁଗ୍ମଣ ସଂସ୍ଥା ନାଁରେ ୨୩୦୦ କୋଟି ଋଣ ଛାଡ଼ିଥିବା ଆଇଡ଼ିବିଆଇ ଏବଂ ଅନ୍ୟ ଆର୍ଥିକ ଅନୁଷ୍ଠାନର ଇମ୍ଫା କମ୍ପାନୀ ଲାଭାଂଶ ଉପରେ ହକ୍ ରହିବ କି ନାହିଁ ? ବସ୍ତୁତଃ ଏହି ପ୍ରସଙ୍ଗରେ ଅଜିତ୍ ଯୋଗୀ ଜୟ ପଣ୍ଡାଙ୍କୁ ବାଣ ମାରିଛନ୍ତି ।
Previous Post

ଘନଉଛି ସତପାଲ୍ ଙ୍କ ଘର ନିଆଁ ରହସ୍ୟ

Next Post

ଛାତି ଚିରିଦେଲେ ଖାଲି ‘ଜୟ’

Next Post
ଛାତି ଚିରିଦେଲେ ଖାଲି ‘ଜୟ’

ଛାତି ଚିରିଦେଲେ ଖାଲି ‘ଜୟ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA