Saturday, April 18, 2026 03:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଛାତି ଚିରିଦେଲେ ଖାଲି ‘ଜୟ’

by Our Correspondent
06 Aug, 2017- 12:09 PM
in Latest News, Politics
1 min read
1
ଛାତି ଚିରିଦେଲେ ଖାଲି ‘ଜୟ’
ଭୁବନେଶ୍ୱର: ଚିଦାମ୍ବରମ୍- ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ବ୍ୟବସାୟିକ ଲିଙ୍କ୍ ଅଭିଯୋଗଟି ନିହାତି ସାଂଘାତିକ । ଅଜିତ୍ ଯୋଗୀ ଦିଲ୍ଲୀରେ ଏହି ଅଭିଯୋଗ ବାଢ଼ିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଯୋଗୀଙ୍କ ଅଭିଯୋଗ ଉପରେ ଜୟ ପଣ୍ଡାଙ୍କ ନିରବତା ପ୍ରସଙ୍ଗର ଗମ୍ଭୀରତାକୁ ଆହୁରି ବଢ଼ାଇ ଦେଇଛି । ଜୟଙ୍କ ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥନ୍ୱେଷୀ ଚେହେରାକୁ ନେଇ ଭୁବନେଶ୍ୱରଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ମହଲରେ ହୁରି ପଡ଼ିଛି । ତେବେ ଏତେବଡ଼ ଗାମ୍ଭୀର୍ଯ୍ୟ ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ଓ କାମିକା ସାମାଜିକ ସଂଗଠନଗୁଡ଼ିକ ପାଟିରେ ତୁଣ୍ଡି ଲାଗିବା ସାଧାରଣ ଜନତାଙ୍କୁ ବିସ୍ମିତ କରିଛି ।
ରାଜ୍ୟରେ ବିଜେଡ଼ିର ଏବେ ମୁଖ୍ୟ ଶତ୍ରୁ ହେଉଛି ବିଜେପି । ବିଜେଡ଼ିର ସାମାନ୍ୟ ଛିଦ୍ର ପାଇଲେ ବିଜେପି ପ୍ରେସ୍ ମିଟ୍ କରିପକଉଛି । କଂଗ୍ରେସ ସହ ବିଜେପି ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ଅହି ନକୂଳ ସମ୍ପର୍କରେ ଅଛି । ଆଶ୍ଚର୍ଯ୍ୟର କଥା, ବିଜେଡ଼ିର ହାଇପ୍ରୋଫାଇଲ୍ ବରିଷ୍ଠ ସାଂସଦଙ୍କ ସହ କଂଗ୍ରେସର ହାଇପ୍ରୋଫାଇଲ୍ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଅସାଧୁ ବ୍ୟବସାୟିକ କାରବାର ଅଭିଯୋଗ ବିଜେପିବାଲାଙ୍କୁ ବିଚଳିତ କରିପାରୁନି । ଯୋଗୀ ଆଣିଥିବା ଗୁରୁତର ଅଭିଯୋଗକୁ ନ ଯାଇ ଓଲଟି ଜୟ ପଣ୍ଡାଙ୍କ ରାଜନୈତିକ ଗୁମାସ୍ତାଙ୍କ ବରଦିଆ ବୟାନକୁ ମୁଣ୍ଡରେ ମୁଣ୍ଡାଇଛନ୍ତି । ତୃତୀୟ ମହଲାର ଅଣଓଡ଼ିଆ ଅଫିସରଙ୍କୁ ଟାଣିଓଟାରି ଫମ୍ଫା ଭାଷଣବାଜି କରୁଛନ୍ତି । ବିଜେପି ତୁଣ୍ଡରୁ ଏକଥା ଶୁଣି ଲୋକେ ଟାହିଟାପରା କରୁଛନ୍ତି । ନିଜକୁ ସରମ ମଣୁଛନ୍ତି । ଅବଶ୍ୟ ଏହାଦ୍ୱାରା ବିଜେପି-ଜୟ ସମ୍ପର୍କକୁ ସେମାନେ ଶତପ୍ରତିଶତ ଏଷ୍ଟାବ୍ଲିସ୍ କରିଦେଇଛନ୍ତି ।
କଂଗ୍ରେସ ତ ଏମିତିରେ ୧୦୦ ଫାଳ । ବାଜିରେ ଲାଗିଛି ପ୍ରସାଦଙ୍କର ନେତୃତ୍ୱ । ସହଜେ ତାଙ୍କ ଦଳର ନେତା ପି.ଚିଦାମ୍ବରମ୍ ଙ୍କ କଥା ଇଏ । ତେଣୁ ସେମାନେ ନିରବ ରହିବାରେ ଆଶ୍ଚର୍ଯ୍ୟ ହେବାର ନାହିଁ । ହେଲେ ବାମପନ୍ଥୀ ସମେତ ରାଜ୍ୟର ଛୋଟ ଛୋଟ ଦଳଗୁଡ଼ିକ ଗଲେ କୁଆଡେ ? ଚର୍ଚ୍ଚା ହେଉଛି, ସେମାନେ ଚୁପ୍ ରହିବା ପଛରେ ରହିଛି ଅନେକ ଅକୁହା କଥା । କାହାର ଜୟଙ୍କ ଟିଭିକୁ ଡର ତ ଆଉ କିଏ ମ୍ୟାନେଜଡ୍ ।
ସ୍ୱେଚ୍ଛାସେବୀ ସଂଗଠନମାନେ ବି ଏହି ପ୍ରସଙ୍ଗରେ ଉଭାନ ହୋଇଯାଇଛନ୍ତି । ଦୁର୍ନୀତି ମୁଖା ଖୋଲିବାର ବାବିଦାର ବୋଲାଉଥିବା ସିଭିଲ୍ ସୋସାଇଟ୍ କର୍ମକର୍ତ୍ତାଙ୍କଠାରୁ ଜୟ ପଣ୍ଡାଙ୍କ ଇସ୍ୟୁରେ ଲୋହିଆ ଏକାଡେମୀକୁ ପ୍ରେସ୍ ମିଟ୍ ଇନଭିଟେସନ୍ ଆସୁନି । ଏତେବଡ଼ ଦୁର୍ନୀତି ଉପରେ ମନଜ୍ଞାନ ଦେବାକୁ ସେମାନେ ସମୟ ପାଇନାହାନ୍ତି ନା ଆଉ କିଛି ଭିତିରି କଥା ଅଛି ତାହା ରିଅଲ୍ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି । ସଂଧ୍ୟାରେ ନିଜକୁ ସଜବାଜ କରି ପଣ୍ଡା ଚାନେଲରେ ନିଜକୁ ମାର୍କେଟିଂ କରିବାର ସୁଯୋଗ ହାତଛଡ଼ା କରିବାର ଡର ବି ଥାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି ।
ଖୋଦ୍ ଆମ ରାଜ୍ୟର ମେନଷ୍ଟ୍ରିମ୍ ମିଡ଼ିଆ ଷ୍ଟାଣ୍ଡ୍ ଆହୁରି ଲଜ୍ଜାଜନକ । ଏତେବଡ଼ ଖବରର ଗଭୀରକୁ ଯାଇ ଛାନଭିନ୍ କରିବେ କ’ଣ ଓଲଟି ଜୟଙ୍କୁ ସୁରକ୍ଷା ଦେବାକୁ ବାଟ କାଟିଛନ୍ତି । ଗୌଣ ପ୍ରସଙ୍ଗକୁ ହାଇପ୍ କରି ଜୟ ପ୍ରସଙ୍ଗକୁ ଡାଉନ୍ ପ୍ଲେ କରିଦେଇଛନ୍ତି । କିଛି ଟିଭି ଓ ପେପର ମାଲିକ ବୈଜୟନ୍ତ ଇସ୍ୟୁରେ ହାତ ନ ମାରିବାକୁ କଡ଼ା ତାଗିଦ୍ କରିଛନ୍ତି । ଖବରକୁ ଚାପିଦେଲେ ତାହା ଧୀରେ ଧୀରେ ଲୋକଲୋଚନରୁ ହଟିଯିବ ବୋଲି ସିମ୍ପଲ୍ ଫର୍ମୂଲା ଧରିଛନ୍ତି । ଜୟ ପଣ୍ଡାଙ୍କ ଟିଭିର ଫଲୋଅର୍ ଟିଭି ଓ ପେପର୍ ଏହି ପ୍ରସଙ୍ଗରେ ଜୟଙ୍କର ଅଖଣ୍ଡ ସ୍ତାବକ ପାଲଟିଛନ୍ତି ।
ଦିଲ୍ଲୀ ମିଡ଼ିଆ ବି ଜୟଙ୍କ ରାସ୍ତାରେ । ମେଟ୍ରୋ ସହରରେ ବେଙ୍ଗ ପରିସ୍ରା କଲେ ଲାଇଭ୍ କରି ଝଡ଼ ସୃଷ୍ଟି କରୁଥିବା ନ୍ୟାସନାଲ୍ ମିଡ଼ିଆ ସେମାନଙ୍କର ପ୍ରିୟ ବନ୍ଧୁ ଜୟଙ୍କ ପ୍ରତି ସହାନୁଭୂତିଶୀଳ ହେବାକୁ ପସନ୍ଦ କରିଛନ୍ତି । ସମ୍ ହସ୍ପିଟାଲ୍ ନିଆ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଷ୍ଟୁଡ଼ିଓ ଫଟଉଥିବା ଅର୍ଣ୍ଣବ ଗୋସ୍ୱାମୀଙ୍କର ଚିଦାମ୍ବରମ୍-ଜୟ ଲିଙ୍କ୍ ପ୍ରସଙ୍ଗରେ ପାଟି ଖୋଲୁନି । ରିପବ୍ଲିକ୍ ଟିଭି ଭଳି ଅନ୍ୟ ନ୍ୟାସନାଲ୍ ଟିଭି ପି.ଚିଦାମ୍ବରମ୍ ଙ୍କ ବ୍ୟବସାୟିକ କାରବାର ଓ ସିବିଆଇ ଚଢ଼ଉକୁ ଲାଇଭ୍ ଦେଖାଇ କମ୍ପାମାନ କରୁଥିଲା ବେଳେ ଚିଦାମ୍ବରମ୍-ଜୟ ଲିଙ୍କ୍ ସେମାନଙ୍କ ନଜରକୁ ଆସିପାରୁନି ।
Previous Post

‘ଇମ୍ଫା’: ୨୩୦୦ କୋଟି ଅନୁକମ୍ପାରୁ ୨୫୦ କୋଟି ଲାଭ

Next Post

ବିଜେଡ଼ିରେ କ୍ରସ୍ ଭୋଟିଂ! ଦଳ ବିଭାଜନ ଷଡ଼ଯନ୍ତ୍ର

Next Post
ବିଜେଡ଼ିରେ କ୍ରସ୍ ଭୋଟିଂ! ଦଳ ବିଭାଜନ ଷଡ଼ଯନ୍ତ୍ର

ବିଜେଡ଼ିରେ କ୍ରସ୍ ଭୋଟିଂ! ଦଳ ବିଭାଜନ ଷଡ଼ଯନ୍ତ୍ର

Comments 1

  1. PurnachandraRath says:
    9 years ago

    The liquidation of loan amount was done by Vajapayee Government with the full knowledge of Naveen Pattnaik. IMFA is getting electricity due liquidation, loan liquidation during Biju and JBPattnaik time. Nabeen Pattnaik was fully aware of all this faux pas. He has been with Panda family since long. Jay and his mother Ila Panda were Rajya Sabha members for two decades, under Naveen. As this favour to Panda family is peanuts in comparison to 5lakh crore of loan default by Ambanis, Adanis, MittalsTatas and many others. So the channels funded by these industrialists are bound to remain silent.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA