Saturday, April 18, 2026 03:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ କ୍ରସ୍ ଭୋଟିଂ! ଦଳ ବିଭାଜନ ଷଡ଼ଯନ୍ତ୍ର

by Our Correspondent
07 Aug, 2017- 03:36 PM
in Latest News, Politics
1 min read
0
ବିଜେଡ଼ିରେ କ୍ରସ୍ ଭୋଟିଂ! ଦଳ ବିଭାଜନ ଷଡ଼ଯନ୍ତ୍ର
ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ଦଳ ପକ୍ଷରୁ କ୍ରସ ଭୋଟିଂ ହୋଇନାହିଁ ବୋଲି ବିଜେଡ଼ି ନେତାମାନେ ଗଣମାଧ୍ୟମରେ ବାହାସ୍ଫୋଟ ମାରୁଥିଲେ ବି ତାହା ଗାଲୁଆମୀ ଛଡ଼ା କିଛି ନୁହେଁ । ବିଜେଡ଼ିର କିଛି ସାଂସଦଙ୍କ ହାବଭାବ ଓ ଉପରାଷ୍ଟ୍ରପତି ଫଳାଫଳ ଗଣିତ ତାହାକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ କରୁଛି । ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିଜେଡ଼ି ଓ ଜେଡ଼ି ସମର୍ଥନ ଘୋଷଣା କରିଥିଲେ । ବିଜେଡ଼ିର ୨୮ ଓ ଜେଡ଼ିୟୁର ୧୨ ସାଂସଦଙ୍କ ଭୋଟ ଗାନ୍ଧୀଙ୍କ ସପକ୍ଷରେ ଯାଇଥିଲେ ଗାନ୍ଧୀଙ୍କୁ ୨୬୫ ଭୋଟ ମିଳିଥାଆନ୍ତା । ମାତ୍ର ମିଳିଛି ୨୪୪ ଭୋଟ । ଅର୍ଥାତ୍ ହିସାବଠାରୁ ୨୧ଟି କମ୍ ଭୋଟ ପାଇଛନ୍ତି ଗାନ୍ଧୀ । ଧରାଯାଉ, ଜେଡ଼ିୟୁର ୧୨ଜଣ ଯାକ ସାଂସଦ କ୍ରସ ଭୋଟିଂ କରି ଏନଡିଏ ପ୍ରାର୍ଥୀ ଭେଙ୍କେୟାନାଇଡୁଙ୍କ ସପକ୍ଷରେ ଯାଇଛନ୍ତି । ଗାନ୍ଧୀଙ୍କ ପଟରୁ ଏହି ଭୋଟ କମିଲେ ତାଙ୍କୁ ୨୫୩ ଭୋଟ ମିଳିବା କଥା । କିନ୍ତୁ ୨୪୪ ଭୋଟ ମିଳିଥିବାରୁ କାହାରି ଭୋଟ ନାକଚ ହୋଇ ନ ଥିଲେ ବିଜେଡ଼ିର ୯ ସାଂସଦ କ୍ରସ ଭୋଟିଂ କରିଥିବା ସନ୍ଦେହ ହେଉଛି ।
ସନ୍ଦେହ ସତ ହୋଇଥିଲେ ବିଜେଡ଼ିର ଏହି ବିଭୀଷଣ କିଏ ତାହା ଏବେ ଚର୍ଚ୍ଚାରେ । ସନ୍ଦେହର ପ୍ରଥମକୁ ଆସିଛନ୍ତି ବୈଜୟନ୍ତ ପଣ୍ଡା । ଏନଡିଏ ଭେଙ୍କେୟାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରୁ କରୁ ବୈଜୟନ୍ତଙ୍କ ଟୁଇଟ୍ ଭେଙ୍କେୟାଙ୍କ ପ୍ରଶଂସାରେ ଭରିଥିଲା । ଭେଙ୍କେୟା ତାଙ୍କର ଜଣେ ଉତ୍ତମ ବନ୍ଧୁ ଓ ପୋଖତ ରାଜନୀତିଜ୍ଞ ବୋଲି ଟ୍ୱିଟ୍ କରିଥିଲେ ବୈଜୟନ୍ତ । ନିଜ ଦଳର ଆଭିମୁଖ୍ୟକୁ ଅପେକ୍ଷା ନ କରି ଭେଙ୍କେୟାଙ୍କ ସପକ୍ଷରେ ମାତିଯାଇଥିଲେ । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ଦିନ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ସାଂସଦଙ୍କ ହାବଭାବରୁ ବୈଜୟନ୍ତ କୁଆଡେ କ୍ରସ୍ ଭୋଟିଂର ବାତ୍ସ୍ନା ପାଇଥିଲେ । ବିଜେଡ଼ିରେ କ୍ରସ୍ ଭୋଟିଂ ଆଶଙ୍କାର ଇଙ୍ଗିତ ଛାଡ଼ିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ତ ତାହା ହେଲାନି ମାତ୍ର ଉପରାଷ୍ଟ୍ରପତି ନିର୍ବାଚନରେ ସମ୍ଭବ ହୋଇଥିବାରୁ ସମସ୍ତଙ୍କ ସନ୍ଦେହ ବୈଜୟନ୍ତଙ୍କ ଉପରକୁ ଯାଇଛି । ଭେଙ୍କେୟାଙ୍କୁ ମୂଳରୁ ପ୍ରଶଂସାରେ ପୋତି ଦେଇଥିବା ବୈଜୟନ୍ତ ଯେ ଦଳ ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଗାନ୍ଧୀଙ୍କୁ ଭୋଟ ଦେଇଥିବେ ରାଜନୈତିକ ପଣ୍ଡିତମାନେ ଜମାରୁ ବିଶ୍ୱାସ କରୁନାହାନ୍ତି । ବୈଜୟନ୍ତ ଅଧ ଡର୍ଜନରୁ ଅଧିକ ସାଂସଦଙ୍କୁ ନିଜ ସପକ୍ଷରେ ମନାଇ ଦଳୀୟ ନିଷ୍ପତ୍ତି ବିରୋଧରେ କ୍ରସ୍ ଭୋଟିଂ କରିଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ, ଗତମାସ ୨୬ ତାରିଖରେ ଦିଲ୍ଲୀରେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ ବୈଜୟନ୍ତ । ଓଡ଼ିଶାର ସମସ୍ତ ସାଂସଦ, କିଛି ବିଧାୟକ ଓ ସପକ୍ଷବାଦୀ ନେତାଙ୍କୁ ସେଠାକୁ ଆମନ୍ତ୍ରଣ କରିଥିଲେ । ତଥାଗତ ଶତପଥୀ ଓ ପିନାକୀ ମିଶ୍ରଙ୍କୁ ଛାଡ଼ି ଅନ୍ୟ ସାଂସଦମାନେ ବୈଜୟନ୍ତଙ୍କ ଡିନର୍ ପାର୍ଟିରେ ଯୋଗଦେଇଥିଲେ । ସେଥିରେ ନିର୍ଦ୍ଦିଷ୍ଟ ଭାବେ କେତେ ବିଧାୟକ ଯୋଗଦେଇଥିଲେ ତାହା ଜଣାପଡ଼ି ନ ଥିଲେ ମଧ୍ୟ ତଥାଗତଙ୍କ ଦୃଢ଼ ବିରୋଧୀ ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ଆଗୁଆ ହାଜିରା ପକାଇଥିଲେ । ଆମନ୍ତ୍ରିତ ନେତା ତାଲିକାର ଶୀର୍ଷରେ ଥିବା ନନ୍ଦ ମହାଶୟ ବୈଜୟନ୍ତଙ୍କ ଆମନ୍ତ୍ରଣରେ ନିଜକୁ ବେଶ୍ ଗୌରାବନ୍ୱିତ ମନେ କରିଥିଲେ । ଡିନର୍ ପାର୍ଟି ନାଁରେ ବୈଜୟନ୍ତଙ୍କ ଏହି ମେଳି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଉପରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବୈଜୟନ୍ତଙ୍କ ଡିନର୍ ପାର୍ଟି ମେଳିର ରହସ୍ୟକୁ ନେଇ ନାନା କଥା ଆଲୋଚନା ହେଉଛି । ବିଜେଡ଼ିର ସମ୍ଭାବ୍ୟ କ୍ରସ୍ ଭୋଟିଂ ସହ ଏହି ମେଳିର ସଂଯୋଗ ରହିଥିବା କୁହାଯାଉଛି । ବୈଜୟନ୍ତଙ୍କ ନେତୃତ୍ୱରେ କ୍ରସ୍ ଭୋଟିଂ ହୋଇଥିବା ଦଳୀୟ ମହଲରେ ସନ୍ଦେହ ସୃଷ୍ଟି କରିଛି । ବୈଜୟନ୍ତଙ୍କ ଟିଭି କ୍ରସ୍ ଭୋଟିଂ ଖବରକୁ ହାଇଲାଇଟ୍ କରିବା ପଛରେ ବି ବଢ଼ିଆ ଗେମ୍ ପ୍ଲାନ୍ ଥିବା କୁହାଯାଉଛି । ଜନମାନସରେ ଏହି ଖବର ଛାଡ଼ି ବିଜେଡ଼ିକୁ ବଦନାମ କରିବା ସହ ଦଳରେ ବିଭାଜନ ଓ ଅସ୍ଥିରତା ସୃଷ୍ଟି କରିବାର ଯୋଜନା କରାଯାଇଥିବା ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଦଳର ଜଣେ ବରିଷ୍ଠ ନେତା ଆଶଙ୍କା ପ୍ରକାଶ କରିଛନ୍ତି ।
Previous Post

ଛାତି ଚିରିଦେଲେ ଖାଲି ‘ଜୟ’

Next Post

ସାମାଜିକ କର୍ମୀଙ୍କ ଅସାମାଜିକ ଚେହେରା !

Next Post
ସାମାଜିକ କର୍ମୀଙ୍କ ଅସାମାଜିକ ଚେହେରା !

ସାମାଜିକ କର୍ମୀଙ୍କ ଅସାମାଜିକ ଚେହେରା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA