ଭୁବନେଶ୍ୱର: ସୂଚନା ଅଧିକାର ଆଇନ ବଳରେ ଲୋକଙ୍କୁ କୁଆଡେ ନ୍ୟାୟ ଦଉଛନ୍ତି । ହେଲେ ନିଜ ସମ୍ପର୍କରେ ଅନେକ ସଙ୍ଗୀନ ସୂଚନାକୁ କଳାକନା ବୁଲାଇଛନ୍ତି । ତାଙ୍କ କୌଶଳ ଆଉ କାଟୁ କରିନି । ସାମାଜିକ ଓ ମାନବିକତାର ମୁଖା ତଳେ ଲୁଚିଥିବା କଳଙ୍କିତ ଚେହେରା ପଦାରେ ପଡ଼ିଯାଇଛି । ଖୋଦ୍ ତାଙ୍କ ପତ୍ନୀ ସେହି କଳଙ୍କିତ ଚେହେରାର ମୁଖା ଖୋଲିଛନ୍ତି । ଯେଉଁ ବ୍ୟକ୍ତିଙ୍କ କଥା ଆଲୋଚନା କରୁଛୁ, ସେ ହେଲେ ସୁବାସ ମହାପାତ୍ର । ତଥାକଥିତ ସାମାଜିକ ସଂଗଠକ ଓ ସୂଚନା ଅଧିକାର କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲା ଦାଏର କରି ଜାତୀୟ ଓ ରାଜ୍ୟ ଗଣମାଧ୍ୟମର ଶିରୋନାମା ପାଲଟିଥିବା ସୁବାସଙ୍କ ଘରୋଇ ଅସଲ ଚେହେରା ପଦାକୁ ଆଣିଛନ୍ତି ତାଙ୍କର ପ୍ରଥମ ପତ୍ନୀ ଚାରୁଲତା । ନିଜ ସ୍ୱାମୀଙ୍କୁ ଜଣେ ଅସାମାଜିକ, ଅମାନବୀୟ, ଲମ୍ଫଟ, ଦେଶଦ୍ରୋହୀ ଓ ଅପରାଧୀ ଭାବେ ଚିତ୍ରଣ କରିଛନ୍ତି ।
ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ ଚାରୁଲତା ନିଜର ଦୁଃଖ ଓ ଦୁର୍ଦ୍ଦଶାଭରା ବୈବାହିକ ଜୀବନର କାହାଣୀ ବର୍ଣ୍ଣନା କରିଥିଲେ । ସୁବାସଙ୍କୁ ସେ ୨୦୦୩ ମସିହାରେ ବିବାହ କରିଥିଲେ । ମାତ୍ର ୧୫ ଦିନ ଶାଶୁଘରେ ରହିବା ପରେ ସ୍ୱାମୀ ସୁବାସ ତାଙ୍କୁ ରାୟପୁର ନେଇଯାଇଥିଲେ । ସେଠି ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ଯୌତୁକ ଦାବିରେ ସ୍ୱାମୀ ନିର୍ଧୁମ ପିଟୁଥିଲେ । ଉଭୟ ଶାରୀରିକ ଓ ମାନସିକ ଭାବେ ସ୍ୱାମୀଙ୍କ ଅକଥନୀୟ ନିର୍ଯାତନା ସହି ନ ପାରି ଚାରୁଲତା ଥାନା ଓ କୋର୍ଟର ଆଶ୍ରୟ ନେଇଥିଲେ । ଇତିମଧ୍ୟରେ ଚାରୁଲତାଙ୍କର ଝିଅଟିଏ ଜନ୍ମ ହୋଇଥିଲେ ମଧ୍ୟ ପତ୍ନୀ ଓ ଝିଅଙ୍କଠାରୁ ସୁବାସ ମୁହଁ ଫେରାଇ ନେଇଥିଲେ । ପତ୍ନୀ ଓ ଝିଅକୁ ଭରଣପୋଷଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ଅବଜ୍ଞା କରି ଓଲଟି ରାୟପୁରରେ ଆକୃତି ଦାସ ନାମକ ଜଣେ ଝିଅକୁ ଦ୍ୱିତୀୟ ବିବାହ କରିଥିଲେ । କିଛି ଦିନ ପରେ ତାଙ୍କୁ ମଧ୍ୟ ସମାନ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ନିର୍ଯାତନା ଅସହ୍ୟ ହେବାରୁ ଦ୍ୱିତୀୟ ପତ୍ନୀ ରାୟପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ସେହି ମାମଲାରେ ସୁବାସଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା । ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀଙ୍କ ଅଗୋଚରରେ ସୁବାସ ତୃତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ଚାରୁଲତାଙ୍କ ଅଭିଯୋଗ ଅନୁଯାୟୀ ସୁବାସ ତାଙ୍କୁ ଛାଡ଼ପତ୍ର ନ ଦେଇ ତିନି ତିନିଟି ପତ୍ନୀ କରିଛନ୍ତି । ତାଙ୍କୁ ଓ ୧୪ ବର୍ଷର ଝିଅକୁ ପର କରି ଦାଣ୍ଡର ଭିକାରି ସଜାଇଛନ୍ତି । ଝିଅ ତା ବାପାକୁ ଏ ଯାଏଁ ଆଖିରେ ଦେଖିନାହିଁ ।
ସୁବାସଙ୍କୁ ଜଣେ ଅମାନବ, ରଙ୍ଗିଲା ଓ ଅୟସ ମିଜାଜ୍ ବ୍ୟକ୍ତି ଦର୍ଶାଇଥିବା ଚାରୁଲତା ତାଙ୍କର ନକ୍ସଲ ସମ୍ପର୍କର ପେଡ଼ି ବି ଖୋଲିଛନ୍ତି । ଓଡ଼ିଶାରୁ ଛତିଶଗଡ଼ ପର୍ଯ୍ୟନ୍ତ ତାଙ୍କର ଅପରାଧିକ ସାମ୍ରାଜ୍ୟ ଲମ୍ବିଛି । ନକ୍ସଲଙ୍କ ସହ ସମ୍ପର୍କ ନେଇ ଅତୀତରେ ବହୁବାର ପୁଲିସ ଜେରା କରିଛି ବୋଲି ଚାରୁଲତା ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ନ୍ୟାୟ ପାଇଁ ସେ ପୁଲିସ, କୋର୍ଟ, ମହିଳା କମିସନ ସବୁଆଡେ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି ।
ତଥାକଥିିତ ବିରାଟ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ବିରୋଧରେ ପ୍ରଥମ ପତ୍ନୀ ଦାବିଦାର ଚାରୁଲତାଙ୍କର ଏଭଳି ବୟାନ ବୁଦ୍ଧିଜୀବୀଙ୍କୁ ସ୍ତବ୍ଧ କରିଦେଇଛି । ଅପରପକ୍ଷରେ ଚାରୁଲତାଙ୍କର ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ସୁବାସ । ଅଭିଯୋଗର ସତ୍ୟତା ନାହିଁ ଏବଂ ଏହା ପଛରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ରହିଥିବା ସେ କହିଛନ୍ତି । ଏହା ବିରୋଧରେ ସେ କୋର୍ଟର ଆଶ୍ରୟ ନେବେ ବୋଲି ଓଲଟି ଧମକ ଦେଇଛନ୍ତି ।
If the allegations made by Charulatha madam is correct then it is heinous. But about press meet it is hazardous. As I see the news in TV channel it was only one TV channel boom collecting the statements. No other media was present it seems, which means it was not a press meet.
Well said, Mr.Das. It is true that one media channel promotes this story with some ill motief. I suspect the timing of press conference and the story.
Thank you Mr. Radhamadhab Mishra