Saturday, April 18, 2026 03:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାମାଜିକ କର୍ମୀଙ୍କ ଅସାମାଜିକ ଚେହେରା !

by Our Correspondent
07 Aug, 2017- 10:27 PM
in Latest News, News
1 min read
3
ସାମାଜିକ କର୍ମୀଙ୍କ ଅସାମାଜିକ ଚେହେରା !
ଭୁବନେଶ୍ୱର: ସୂଚନା ଅଧିକାର ଆଇନ ବଳରେ ଲୋକଙ୍କୁ କୁଆଡେ ନ୍ୟାୟ ଦଉଛନ୍ତି । ହେଲେ ନିଜ ସମ୍ପର୍କରେ ଅନେକ ସଙ୍ଗୀନ ସୂଚନାକୁ କଳାକନା ବୁଲାଇଛନ୍ତି । ତାଙ୍କ କୌଶଳ ଆଉ କାଟୁ କରିନି । ସାମାଜିକ ଓ ମାନବିକତାର ମୁଖା ତଳେ ଲୁଚିଥିବା କଳଙ୍କିତ ଚେହେରା ପଦାରେ ପଡ଼ିଯାଇଛି । ଖୋଦ୍ ତାଙ୍କ ପତ୍ନୀ ସେହି କଳଙ୍କିତ ଚେହେରାର ମୁଖା ଖୋଲିଛନ୍ତି । ଯେଉଁ ବ୍ୟକ୍ତିଙ୍କ କଥା ଆଲୋଚନା କରୁଛୁ, ସେ ହେଲେ ସୁବାସ ମହାପାତ୍ର । ତଥାକଥିତ ସାମାଜିକ ସଂଗଠକ ଓ ସୂଚନା ଅଧିକାର କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନୀ ମିଥ୍ୟା ସତ୍ୟପାଠ ମାମଲା ଦାଏର କରି ଜାତୀୟ ଓ ରାଜ୍ୟ ଗଣମାଧ୍ୟମର ଶିରୋନାମା ପାଲଟିଥିବା ସୁବାସଙ୍କ ଘରୋଇ ଅସଲ ଚେହେରା ପଦାକୁ ଆଣିଛନ୍ତି ତାଙ୍କର ପ୍ରଥମ ପତ୍ନୀ ଚାରୁଲତା । ନିଜ ସ୍ୱାମୀଙ୍କୁ ଜଣେ ଅସାମାଜିକ, ଅମାନବୀୟ, ଲମ୍ଫଟ, ଦେଶଦ୍ରୋହୀ ଓ ଅପରାଧୀ ଭାବେ ଚିତ୍ରଣ କରିଛନ୍ତି ।
ଆଜି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ ଚାରୁଲତା ନିଜର ଦୁଃଖ ଓ ଦୁର୍ଦ୍ଦଶାଭରା ବୈବାହିକ ଜୀବନର କାହାଣୀ ବର୍ଣ୍ଣନା କରିଥିଲେ । ସୁବାସଙ୍କୁ ସେ ୨୦୦୩ ମସିହାରେ ବିବାହ କରିଥିଲେ । ମାତ୍ର ୧୫ ଦିନ ଶାଶୁଘରେ ରହିବା ପରେ ସ୍ୱାମୀ ସୁବାସ ତାଙ୍କୁ ରାୟପୁର ନେଇଯାଇଥିଲେ । ସେଠି ଆରମ୍ଭ ହୋଇଥିଲା ନିର୍ଯ୍ୟାତନା । ଯୌତୁକ ଦାବିରେ ସ୍ୱାମୀ ନିର୍ଧୁମ ପିଟୁଥିଲେ । ଉଭୟ ଶାରୀରିକ ଓ ମାନସିକ ଭାବେ ସ୍ୱାମୀଙ୍କ ଅକଥନୀୟ ନିର୍ଯାତନା ସହି ନ ପାରି ଚାରୁଲତା ଥାନା ଓ କୋର୍ଟର ଆଶ୍ରୟ ନେଇଥିଲେ । ଇତିମଧ୍ୟରେ ଚାରୁଲତାଙ୍କର ଝିଅଟିଏ ଜନ୍ମ ହୋଇଥିଲେ ମଧ୍ୟ ପତ୍ନୀ ଓ ଝିଅଙ୍କଠାରୁ ସୁବାସ ମୁହଁ ଫେରାଇ ନେଇଥିଲେ । ପତ୍ନୀ ଓ ଝିଅକୁ ଭରଣପୋଷଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ଅବଜ୍ଞା କରି ଓଲଟି ରାୟପୁରରେ ଆକୃତି ଦାସ ନାମକ ଜଣେ ଝିଅକୁ ଦ୍ୱିତୀୟ ବିବାହ କରିଥିଲେ । କିଛି ଦିନ ପରେ ତାଙ୍କୁ ମଧ୍ୟ ସମାନ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ନିର୍ଯାତନା ଅସହ୍ୟ ହେବାରୁ ଦ୍ୱିତୀୟ ପତ୍ନୀ ରାୟପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ସେହି ମାମଲାରେ ସୁବାସଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଥିଲା । ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀଙ୍କ ଅଗୋଚରରେ ସୁବାସ ତୃତୀୟ ବିବାହ କରିଥିଲେ । ପ୍ରଥମ ପତ୍ନୀ ବୋଲି ଦାବି କରୁଥିବା ଚାରୁଲତାଙ୍କ ଅଭିଯୋଗ ଅନୁଯାୟୀ ସୁବାସ ତାଙ୍କୁ ଛାଡ଼ପତ୍ର ନ ଦେଇ ତିନି ତିନିଟି ପତ୍ନୀ କରିଛନ୍ତି । ତାଙ୍କୁ ଓ ୧୪ ବର୍ଷର ଝିଅକୁ ପର କରି ଦାଣ୍ଡର ଭିକାରି ସଜାଇଛନ୍ତି । ଝିଅ ତା ବାପାକୁ ଏ ଯାଏଁ ଆଖିରେ ଦେଖିନାହିଁ ।
ସୁବାସଙ୍କୁ ଜଣେ ଅମାନବ, ରଙ୍ଗିଲା ଓ ଅୟସ ମିଜାଜ୍ ବ୍ୟକ୍ତି ଦର୍ଶାଇଥିବା ଚାରୁଲତା ତାଙ୍କର ନକ୍ସଲ ସମ୍ପର୍କର ପେଡ଼ି ବି ଖୋଲିଛନ୍ତି । ଓଡ଼ିଶାରୁ ଛତିଶଗଡ଼ ପର୍ଯ୍ୟନ୍ତ ତାଙ୍କର ଅପରାଧିକ ସାମ୍ରାଜ୍ୟ ଲମ୍ବିଛି । ନକ୍ସଲଙ୍କ ସହ ସମ୍ପର୍କ ନେଇ ଅତୀତରେ ବହୁବାର ପୁଲିସ ଜେରା କରିଛି ବୋଲି ଚାରୁଲତା ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ନ୍ୟାୟ ପାଇଁ ସେ ପୁଲିସ, କୋର୍ଟ, ମହିଳା କମିସନ ସବୁଆଡେ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଛନ୍ତି ।
ତଥାକଥିିତ ବିରାଟ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ରଙ୍କ ବିରୋଧରେ ପ୍ରଥମ ପତ୍ନୀ ଦାବିଦାର ଚାରୁଲତାଙ୍କର ଏଭଳି ବୟାନ ବୁଦ୍ଧିଜୀବୀଙ୍କୁ ସ୍ତବ୍ଧ କରିଦେଇଛି । ଅପରପକ୍ଷରେ ଚାରୁଲତାଙ୍କର ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ସୁବାସ । ଅଭିଯୋଗର ସତ୍ୟତା ନାହିଁ ଏବଂ ଏହା ପଛରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ରହିଥିବା ସେ କହିଛନ୍ତି । ଏହା ବିରୋଧରେ ସେ କୋର୍ଟର ଆଶ୍ରୟ ନେବେ ବୋଲି ଓଲଟି ଧମକ ଦେଇଛନ୍ତି ।
Previous Post

ବିଜେଡ଼ିରେ କ୍ରସ୍ ଭୋଟିଂ! ଦଳ ବିଭାଜନ ଷଡ଼ଯନ୍ତ୍ର

Next Post

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମନେଇବା ଉଦ୍ୟମ

Next Post
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମନେଇବା ଉଦ୍ୟମ

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମନେଇବା ଉଦ୍ୟମ

Comments 3

  1. Dillip Kumar Das says:
    9 years ago

    If the allegations made by Charulatha madam is correct then it is heinous. But about press meet it is hazardous. As I see the news in TV channel it was only one TV channel boom collecting the statements. No other media was present it seems, which means it was not a press meet.

    Reply
  2. Radhamadhab Mishra says:
    9 years ago

    Well said, Mr.Das. It is true that one media channel promotes this story with some ill motief. I suspect the timing of press conference and the story.

    Reply
    • Dillip Kumar Das says:
      9 years ago

      Thank you Mr. Radhamadhab Mishra

      Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA