Tuesday, May 26, 2026 06:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଘୋଷଣା ହେଲା ସର୍ବକ୍ଷମା ଯୋଜନା

by Our Correspondent
20 Jun, 2018- 02:26 PM
in Latest News, News
1 min read
0
ଘୋଷଣା ହେଲା ସର୍ବକ୍ଷମା ଯୋଜନା
ଭୁବନେଶ୍ୱର: ସହରାଞ୍ଚଳରେ ବେଆଇନ ନିର୍ମାଣକାରୀଙ୍କୁ ମିଳିଲା ଆଶ୍ୱସ୍ତି । ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସର୍ବକ୍ଷମା ଯୋଜନା ଘୋଷଣା କରିଛନ୍ତି । ବେଆଇନ ନିର୍ମାଣକୁ ଜରିମାନା ବଦଳରେ ସର୍ତ୍ତମୂଳକ ସ୍ୱୀକୃତି ଦେବା ଏହି ଯୋଜନାର ଲକ୍ଷ୍ୟ । ରାଜ୍ୟର ୯ଟି ଯାକ ଉନ୍ନୟନ କର୍ତ୍ତୃପକ୍ଷରେ ସର୍ବକ୍ଷମା ଯୋଜନା ଲାଗୁ ହେବ । ସର୍ବକ୍ଷମା ଯୋଜନାର ଫାଇଦା ନେବା ପାଇଁ ୬ ମାସ ସମୟସୀମା ଧାର୍ଯ୍ୟ କରାଯାଇଛି । ଆବେଦନର ୨ ମାସ ମଧ୍ୟରେ ଅନୁମତି ମିଳିଯିବ ।
ଉକ୍ତ ଯୋଜନାରେ ବିଭିନ୍ନ ଅନିୟମିତତା ପାଇଁ ଭିନ୍ନ ଭିନ୍ନ କମ୍ପାଉଣ୍ଡିଂ ଦେୟ ଧାର୍ଯ୍ୟ କରାଯାଇଛି । ସବୁଠାରୁ ବଡ କଥା ହେଲା ପାର୍କିଂ ସୁବିଧା ନ ଥିଲେ ନିୟମିତ କରିବାକୁ ଉଚ୍ଚ ଦରର ଜରିମାନା ଧାର୍ଯ୍ୟ କରାଯାଇଛି । ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳର ବାସଗୃହ ପାଇଁ ବର୍ଗଫୁଟ ପିଛା ୧୦,୦୦୦ ଜରିମାନା ଧାର୍ଯ୍ୟ ହୋଇଥିଲା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ୧୭,୫୦୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିଭଳି ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ବାସଗୃହ ପାଇଁ ଜରିମାନା ୮,୦୦୦ ଥିବା ବେଳେ ବ୍ୟବସାୟିକ ସଂସ୍ଥା ପାଇଁ ୧୫,୦୦୦ ଜରିମାନା ଧାର୍ଯ୍ୟ ହୋଇଛି । ଏନଏସି ଅଞ୍ଚଳର ବାସଗୃହ ପାଇଁ ଜରିମାନା ୬,୦୦୦ ଏବଂ ବ୍ୟବସାୟିକ ସଂସ୍ଥା ପାଇଁ ୧୩,୦୦୦ ଏବଂ ଗ୍ରାମାଞ୍ଚଳ ବାସଗୃହ ପାଇଁ ଜରିମାନା ୫,୦୦୦ ଏବଂ ବ୍ୟବସାୟିକ କାର୍ଯ୍ୟ ପାଇଁ ଘରର ବର୍ଗଫୁଟ ପିଛା ୧୦,୦୦୦ ଜରିମାନା ଧାର୍ଯ୍ୟ କରାଯାଇଛି ।
ତିନିଶହ ବର୍ଗମିଟର ଭିତର ଫ୍ଲାଟ ପାଇଁ ପଡ଼ୋଶୀଙ୍କ ସ୍ୱୀକୃତି ଅନାବଶ୍ୟକ ରହିଥିଲା ବେଳେ ସ୍ୱାସ୍ଥ୍ୟସେବା ନିମିତ୍ତ ଘର ପାଇଁ ମାପଦଣ୍ଡ କୋହଳ କରାଯାଇଛି । ସର୍ବକ୍ଷମା ଯୋଜନାର ଫାଇଦା ନେବା ପାଇଁ ପ୍ଲାନ୍ ଅନୁମୋଦନ ଓ ଫାୟାର ସୁରକ୍ଷା ସାର୍ଟିଫିକେଟ ସହ ଆବେଦନ କରିପାରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଭାଗର ସଚିବ ଜି.ମାଥିଭାଥନନ୍ ଏହି ଯୋଜନା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୦୭ ମସିହାରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ)ରେ ସର୍ବକ୍ଷମା ଯୋଜନା ବର୍ଷକ ପାଇଁ ଲାଗୁ ହୋଇଥିଲା । ପରେ କଟକ ଉନ୍ନୟନ କର୍ତ୍ତୃପକ୍ଷରେ ମଧ୍ୟ ଏହି ଯୋଜନା ଲାଗୁ ହୋଇଥିଲା । ତେବେ ଯୋଜନାରୁ ଆଖିଦୃଶିଆ ସଫଳତା ମିଳି ନ ଥିଲା ।
Previous Post

କାଲି ସର୍ବକ୍ଷମା ଯୋଜନା ଘୋଷଣା !

Next Post

ନିର୍ଦ୍ଦେଶକ ଝାଳନାଳ; ବିଜ୍ଞାପନ ବାବଦରେ ଚଳୁ ହେଲା ୧୫ ଲକ୍ଷ

Next Post
ନିର୍ଦ୍ଦେଶକ ଝାଳନାଳ; ବିଜ୍ଞାପନ ବାବଦରେ ଚଳୁ ହେଲା ୧୫ ଲକ୍ଷ

ନିର୍ଦ୍ଦେଶକ ଝାଳନାଳ; ବିଜ୍ଞାପନ ବାବଦରେ ଚଳୁ ହେଲା ୧୫ ଲକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA