Thursday, April 30, 2026 04:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚନ୍ଦନଙ୍କ ସନ୍ଦେହ, ଖୋଦ୍ ଶାହାଙ୍କର ବି

by Our Correspondent
21 Sep, 2017- 08:50 PM
in Latest News, Politics
1 min read
0
ଚନ୍ଦନଙ୍କ ସନ୍ଦେହ, ଖୋଦ୍ ଶାହାଙ୍କର  ବି
ଭୁୁବନେଶ୍ୱର: ବରିଷ୍ଠ ବିଜେପି ନେତା, ସାମ୍ବାଦିକ ତଥା ସ୍ତମ୍ଭକାର ଚନ୍ଦନ ମିତ୍ରଙ୍କ ଆର୍ଟିକିଲ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ବିଜେପିକୁ ଚାପୁଡ଼ା ଲଗାଇଛି । ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନଟାଇମସ୍ ଆର୍ଟିକିଲରେ ଚନ୍ଦନ ବିଜେପିର ଓଡ଼ିଶା ମିସନ୍ ୧୨୦ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତି ଦୁର୍ବଳ ଥିବାରୁ ୧୨୦ ଆସନ ଲକ୍ଷ୍ୟକୁ ସେ ଗ୍ରହଣ କରିନାହାନ୍ତି । ତାଙ୍କର ଯୁକ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଜି ବି ଅତୁଟ ରହିଛି । ୨୦୦୯ରେ ବିଜେପିର ହାତଛାଡ଼ି ନବୀନଙ୍କ ଏକଲା ଚଲୋ ନୀତି ତାଙ୍କୁ ଅଧିକ ସଫଳତା ଦେଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପିର ମିସନ୍ ଫଳପ୍ରଦ ହେବ ବୋଲି ସେ ଜମାରୁ ବିଶ୍ୱାସ କରିନାହାନ୍ତି । ଦକ୍ଷିଣ ଭାରତ ଓ ଉତ୍ତରପ୍ରଦେଶ ପରି ଏହି ଦୁଇ ପୂର୍ବ ରାଜ୍ୟରେ ବିଜେପିର ଜାତିଆଣ ରାଜନୀତି ଫର୍ମୂଲା କାମ କରିବ ନାହିଁ ବୋଲି ଚନ୍ଦନ ଲେଖିଛନ୍ତି ।
ଚନ୍ଦନ ମିତ୍ରଙ୍କ ଆର୍ଟିକିଲ୍ କୁ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି । ଏଇଥିପାଇଁ କି କେନ୍ଦ୍ରୀୟ ପ୍ରଭାରୀ ଭାବେ ଓଡ଼ିଶା ବିଜେପିର ସାଂଗଠନିକ ଦାୟିତ୍ୱ ସେ ଅତୀତରେ ସମ୍ଭାଳିଥିଲେ । ଓଡ଼ିଶାରେ କ୍ୟାମ୍ପ କରି ବିଜେପିର ଶକ୍ତିବୃଦ୍ଧି ଅଙ୍କ କଷୁଥିଲେ । ବିଜେପିର ତଳୁ ଉପର ସଂଗଠନ ଯାଏଁ ତାଙ୍କର ଜ୍ଞାନ, ଦଖଲ ଥିଲା । ୨୦୦୯ ମସିହାରେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପିକୁ ଏକାକୀ ସବଳ କରିବା ପାଇଁ ସେ ଥିଲେ ମାଷ୍ଟର ପ୍ଲାନର୍ । ମାତ୍ର ତାଙ୍କର ସବୁ ଫର୍ମୂଲା/ଷ୍ଟ୍ରାଟେଜି ଫେଲ୍ ମାରିଥିଲା । ନବୀନଙ୍କ ଆଗରେ ବିଜେପି ଅଙ୍କ କାମ କଲାନି । ଦୀର୍ଘ ୮ ବର୍ଷ ପରେ ବି ନବୀନଙ୍କୁ ଟକ୍କର ଦେବାରେ ବିଜେପି ସମର୍ଥ ହୋଇନାହିଁ ବୋଲି ଚନ୍ଦନ ନିଜ ଆର୍ଟିକିଲ୍ ଜରିଆରେ ଜଣାଇଦେଇଛନ୍ତି ।
ଚନ୍ଦନଙ୍କ ଆକଳନ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ମୁଣ୍ଡ ଗରମ କରିଥିବା ବେଳେ ସଂଖ୍ୟାଗରିଷ୍ଠ ଧର୍ମେନ୍ଦ୍ର ବିରୋଧୀ ଗୋଷ୍ଠୀକୁ ଆମୋଦିତ କରିଛି । ଚନ୍ଦନ ଯାହା ଲେଖିଛନ୍ତି ଅକ୍ଷରେ ଅକ୍ଷରେ ସତ ବୋଲି ଦଳର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି । ସେ କହିଛନ୍ତି, ନିକଟରେ ମିସନ୍ ୧୨୦ ଅଭିଯାନରେ ଓଡ଼ିଶା ଆସିଥିବା ଖୋଦ୍ ଅମିତ୍ ଶାହା ଦଳର ଦୁର୍ବଳ ସ୍ଥିତି ଉପରେ ହୃଦୟଙ୍ଗମ କରିଛନ୍ତି । ମିସନ୍ ୧୨୦ର ସ୍ଲୋଗାନ୍ ଧରି ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାର ଯୋଜନା ଏଠି କାମ କରିବା ଉପରେ ତାଙ୍କର ବି ଘୋର ସନ୍ଦେହ ରହିଛି । ପାର୍ଟି ଅଫିସରେ କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ଶାହା ଖୁବ୍ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ । ଏଠି ବିଜେପି କ’ଣ କାମ କରୁଛି ସେ ବୁଝିପାରୁନାହାନ୍ତି ବୋଲି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଅରୁଣ ସିଂଙ୍କ ଉପରେ ଗର୍ଜିଥିଲେ ଶାହା । ଏଠି ତମେ ଦଳର ତୃଣମୂଳସ୍ତରରୁ ଯେଉଁ କାର୍ଯ୍ୟକର୍ତ୍ତାଙ୍କୁ ମିସନ୍ ୧୨୦ ମନ୍ତ୍ର ଦେବାକୁ ଡାକିଛ, ସେମାନେ ନା ହିନ୍ଦୀ ବୁଝୁଛନ୍ତି, ନା ଇଂରାଜୀ ବୁଝୁଛନ୍ତି । କେଉଁ ଭାଷାରେ ସେମାନଙ୍କୁ ବୁଝେଇବି ବୋଲି ଚଢ଼ାଗଳାରେ ଝାଡ଼ିଥିଲେ । ଦଳର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଗତି ଉପରେ ଅସନ୍ତୁଷ୍ଟ ହୋଇ ଶାହା ଦିଲ୍ଲୀ ଫେରିଥିଲେ ବୋଲି ସଂପୃକ୍ତ ବରିଷ୍ଠ ନେତା କହିଛନ୍ତି ।
ଏହାକୁ ନେଇ ଦଳର ଉପରମହଲରେ ଘଣ୍ଟାଚକଟା ଚାଲିଥିବା ବେଳେ ଚନ୍ଦନଙ୍କ ଆର୍ଟିକିଲ୍ ନିଆଁରେ ଘିଅ ଢ଼ାଳିଲା ଭଳି ହୋଇଛି । ଧର୍ମେନ୍ଦ୍ରଙ୍କ ଶିବିରରେ ଏହା କମ୍ପନ ସୃଷ୍ଟି କରିଛି । ତେବେ କିଛି ନେତା ଉପରେ ଫୁଟାଣି ଦେଖାଇବାକୁ ଯାଇ ଚନ୍ଦନଙ୍କୁ କାର୍ଟୁନ୍ କରିବାକୁ ପଛାଇନାହାନ୍ତି । ଓଡ଼ିଶାରେ ବିଜେପି ସଂଗଠନର ଶକ୍ତିବୃଦ୍ଧି ଉପରେ ଚନ୍ଦନ ଦା’ଙ୍କର ଧାରଣା ନାହିଁ ବୋଲି ସେମାନେ କଟାକ୍ଷ କରିଛନ୍ତି ।
Previous Post

ନ୍ୟାୟପାଳିକାର କଳଙ୍କ: ଦଲାଲି କରି ବନ୍ଧା ହେଲେ କୁଦ୍ଦୁସି

Next Post

ସିବିଆଇ ପାଇଁ ଅଡୁଆ ବଢ଼ିଲା

Next Post
ସିବିଆଇ ପାଇଁ ଅଡୁଆ ବଢ଼ିଲା

ସିବିଆଇ ପାଇଁ ଅଡୁଆ ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA