Thursday, April 30, 2026 06:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନ୍ୟାୟପାଳିକାର କଳଙ୍କ: ଦଲାଲି କରି ବନ୍ଧା ହେଲେ କୁଦ୍ଦୁସି

by Our Correspondent
21 Sep, 2017- 04:28 PM
in Latest News, News
1 min read
0
ନ୍ୟାୟପାଳିକାର କଳଙ୍କ: ଦଲାଲି କରି ବନ୍ଧା ହେଲେ କୁଦ୍ଦୁସି
ଭୁବନେଶ୍ୱର: ନ୍ୟାୟପାଳିକାର ଆଉ ଏକ କଳଙ୍କ ହୋଇଛନ୍ତି ଅବସରପ୍ରାପ୍ତ ଜଷ୍ଟିସ୍ ଆଇ.ଏମ.କୁଦ୍ଦୁସି । ଦଲାଲି କରି ଲାଞ୍ଚ ନେବା ଅଭିଯୋଗରେ ଆଜି ସିବିଆଇ ତାଙ୍କୁ ଗିରଫ କରିଛି । ନୂଆଦିଲ୍ଲୀସ୍ଥିତ ଗ୍ରେଟର କୈଳାସସ୍ଥିତ ବାସଭବନରୁ ତାଙ୍କୁ ବନ୍ଧା ଯାଇଛି । କୁଦ୍ଦୁସିିଙ୍କ ମୁଖ୍ୟ ସହଯୋଗୀ ଭୁବନେଶ୍ୱରର ବିଶ୍ୱନାଥ ଅଗ୍ରୱାଲ୍ ଓ ଅନ୍ୟ ୪ ଜଣଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ଗତକାଲି କୁଦ୍ଦୁସିଙ୍କ ଦିଲ୍ଲୀ ଘର, ବିଶ୍ୱନାଥଙ୍କ ଭୁବନେଶ୍ୱରର କାନନବିହାର ଘର ସମେତ ୯ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା । ମୋଟା ଲାଞ୍ଚ ବଦଳରେ ବିଚାରପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଅଭିଯୋଗରେ କୁଦ୍ଦୁସିଙ୍କ ଗିରଫଦାରି ନ୍ୟାୟପାଳିକା ବ୍ୟବସ୍ଥାରେ ଆଉ ଏକ କଳଙ୍କ ଯୋଡିଛି । ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ପୁଣି ଥରେ ଦୋହଲିଯାଇଛି ।
କୁଦ୍ଦୁସିଙ୍କ ବିରୋଧରେ ଅଭିଯୋଗ ଅପରାଧ ମାମଲାଟି ବେଶ୍ ସାଂଘାତିକ । ଉତ୍ତରପ୍ରଦେଶର ଲକ୍ଷ୍ମୌରେ ପ୍ରସାଦ ଏଜୁକେସନ୍ ଟ୍ରଷ୍ଟ ନାମରେ ଏକ ସଂସ୍ଥା ଅଛି । ସରାଇ ସାହଜାଦି, ବନ୍ଥରାରେ ଏହି ଟ୍ରଷ୍ଟର ପରିଚାଳନାରେ ତିଆରି ହୋଇଛି ଘରୋଇ ମେଡ଼ିକାଲ କଲେଜ ‘ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନସ୍’ । ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଉକ୍ତ ମେଡ଼ିକାଲ୍ କଲେଜ ସମେତ ଦେଶର ୪୬ ଟି ମେଡ଼ିକାଲ କଲେଜରେ ନାମଲେଖାକୁ କେନ୍ଦ୍ର ସରକାର ବ୍ୟାନ୍ କରିଥିଲେ । ତେବେ ପ୍ରସାଦ ଟ୍ରଷ୍ଟ ପକ୍ଷରୁ ଏହାକୁ ସୁପ୍ରିମେକୋର୍ଟରେ ଚାଲେଂଜ କରାଯାଇଥିଲା । ସୁପ୍ରିମକୋର୍ଟ ଏହାର ଅନୁଧ୍ୟାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର ଅନୁଧ୍ୟାନ କରି ପ୍ରସାଦ ଏଜୁକେସନ୍ ଟ୍ରଷ୍ଟର ମେଡ଼ିକାଲ୍ କଲେଜ ସ୍ୱୀକୃତି ଓ ନାମଲେଖାକୁ ୨୦୧୭ ଶିକ୍ଷାବର୍ଷରୁ ଦୁଇବର୍ଷ ପାଇଁ ବ୍ୟାନ୍ କରିଥିଲେ । ତେବେ ସୁପ୍ରିମକୋର୍ଟରେ ମାମଲାର ରଫାଦଫା ପାଇଁ ପ୍ରସାଦ ଟ୍ରଷ୍ଟର ବି.ପି.ଯାଦବ ଓ ପଲାସ ଯାଦବ ହାୱାଲା ଏଜେଣ୍ଟ ଭାବନା ପାଣ୍ଡେଙ୍କ ମାଧ୍ୟମରେ ଅବସରପ୍ରାପ୍ତ ବିଚାରପତି କୁଦ୍ଦୁସିଙ୍କ ସହଯୋଗ ଲୋଡିଥିଲେ । ସୁପ୍ରିମକୋର୍ଟରେ ସିରିଜ୍ ପିଟିସନ୍ କରି ବିଚାରପ୍ରକ୍ରିୟାକୁ ନିଜ ସପକ୍ଷରେ ନେବାକୁ ସେମାନେ କୁଦ୍ଦୁସିଙ୍କଠାରୁ ପ୍ରତିଶ୍ରୁତି ପାଇଥିଲେ । ହାୱାଲା ଜରିଆରେ ଏହି ବାବଦକୁ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ବିଶ୍ୱନାଥ ଅଗ୍ରୱାଲ୍ ଏହି କାରବାରରେ ମଧ୍ୟସ୍ଥି ଥିଲେ ।
ସିବିଆଇ ହାବୁଡ଼ରେ ଏହି ସାଂଘାତିକ କାରବାରର ଖିଅ ଲାଗିଲା ପରେ ଖୋଳତାଡ଼ ହୋଇଥିଲା । ଗତକାଲି କୁଦ୍ଦୁସିଙ୍କ ଘର ସମେତ ୯ଟି ସ୍ଥାନରେ ଚଢ଼ଉ କରି ସିବିଆଇ ନଗଦ ୯୨ ଲକ୍ଷ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରିଥିଲା । କୁଦ୍ଦୁସି ଓ ଅନ୍ୟ ୭ ଜଣଙ୍କ ବିରୋଧରେ ପ୍ରିଭେନସନ୍ ଅଫ କରପସନ୍ ଆକ୍ଟ ୧୯୮୮ ଏବଂ ଆଇପିସି ଧାରା ୧୨୦(ବି)ରେ ମାମଲା ରୁଜୁ ହୋଇଥିଲା । ଆଜି କୁଦ୍ଦୁସିଙ୍କ ସମେତ ବି.ପି.ଯାଦବ, ପଲାସ ଯାଦବ, ବିଶ୍ୱନାଥ ଅଗ୍ରୱାଲ୍, ଭାବନା ପାଣ୍ଡେ ଏବଂ ରାମଦେବ ସାରସ୍ୱତଙ୍କୁ ସିବିଆଇ ଗିରଫ କରିଛି ।
ଉତ୍ତରପ୍ରଦେଶରେ ଜନ୍ମିତ ଇସରତ ମସରୁର୍ କୁଦ୍ଦୁସି ୧୯୯୩ ମସିହାରେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତି ପାଇଥିଲେ । ୧୯୯୫ ମସିହାରେ ତାଙ୍କୁ ସ୍ଥାୟୀ ବିଚରପତି ନିଯୁକ୍ତି ମିଳିଲା । ୨୦୦୪ ମସିହାରେ ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ଓଡ଼ିଶା ହାଇକୋର୍ଟରେ ୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ପରେ ଛତିଶଗଡ଼ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ୨୦୧୨ ମସିହାରେ କୁଦ୍ଦୁସି ଅବସର ନେଇଥିଲେ । ସଙ୍ଗୀନ ଦୁର୍ନୀତି ମାମଲାରେ କୁଦ୍ଦୁସି ଗିରଫ ହେବା ପରେ ତାଙ୍କ ଚାକିରିକାଳରେ ନ୍ୟାୟିକ ବିଚାର ଉପରେ ପ୍ରଶ୍ନ ଉଠିଛି । ସାରା ଦେଶରେ ଏହା ଚର୍ଚ୍ଚା ଓ ଚିନ୍ତାର ବିଷୟ ହୋଇଛି ।
Previous Post

ଜଜ୍ ଙ୍କ ଘରେ ରାତିଅଧିଆ ଚଢ଼ଉ: ଉଦ୍ଧତ ସିବିଆଇ ଫସିଲା

Next Post

ଚନ୍ଦନଙ୍କ ସନ୍ଦେହ, ଖୋଦ୍ ଶାହାଙ୍କର ବି

Next Post
ଚନ୍ଦନଙ୍କ ସନ୍ଦେହ, ଖୋଦ୍ ଶାହାଙ୍କର  ବି

ଚନ୍ଦନଙ୍କ ସନ୍ଦେହ, ଖୋଦ୍ ଶାହାଙ୍କର ବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA