Thursday, April 30, 2026 06:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜଜ୍ ଙ୍କ ଘରେ ରାତିଅଧିଆ ଚଢ଼ଉ: ଉଦ୍ଧତ ସିବିଆଇ ଫସିଲା

by Our Correspondent
20 Sep, 2017- 11:51 PM
in Latest News, News
1 min read
0
ଜଜ୍ ଙ୍କ ଘରେ ରାତିଅଧିଆ ଚଢ଼ଉ: ଉଦ୍ଧତ ସିବିଆଇ ଫସିଲା
ଭୁବନେଶ୍ୱର: ହାଇକୋର୍ଟର ସିଟିଂ ଜଷ୍ଟିସ୍ ସି.ଆର.ଦାସଙ୍କ ସରକାରୀ କ୍ୱାର୍ଟରରେ ଗତ ରାତି ଅଧରେ ପଶିଲା ସିବିଆଇ । ଏଭଳି ଅତ୍ୟନ୍ତ ସାଂଘାତିକ ଘଟଣାକୁ ବାର୍ ଆସୋସିଏସନ୍ ବିରୋଧ କରି ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ । ସଂଧ୍ୟାରେ ସିବିଆଇ ଅଫିସ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି ହୋଇ ଘଟଣାକୁ ଗୁଜବ ବୋଲି କୁହାଗଲା । ପରେ ପରେ ଜଷ୍ଟିସ୍ ଙ୍କ ବାସଭବନର ଦୁଇ ସୁରକ୍ଷାକର୍ମୀଙ୍କ ଏତଲା ଆଧାରରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ସଂପୃକ୍ତ ସିବିଆଇ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କଲା । କମିଶନରେଟ୍ ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଲା ପରେ ସିବିଆଇ ଆଉ ଏକ ସ୍ପଷ୍ଟୀକରଣ ଜାରି କରିଛି । ଦୁଇ ଘଣ୍ଟା ପୂର୍ବରୁ ଘଟଣାକୁ ଗୁଜବ ବୋଲି କହିଥିବା ସିବିଆଇ ନିଜର ସ୍ୱର ବଦଳାଇ ଘଟଣାକୁ ଏକପ୍ରକାର ମାନିନେଇଛି । ଜଷ୍ଟିସ୍ ଦାସଙ୍କ ସରକାରୀ କ୍ୱାର୍ଟର ଗେଟ୍ ଭିତରକୁ ସିବିଆଇ ଟିମ୍ ପଶିନି । ଗେଟ୍ ବାହାରୁ ଅନୁଧ୍ୟାନ କରି ଫେରିଆସିଛି ବୋଲି ସଫେଇ ଦେଇଛି । ଏହି ନାଟକୀୟ ଘଟଣାବଳୀ ସିବିଆଇର ସିବିଆଇର ଔଦ୍ଧତାମୀ ଓ ଅରାଜକତାକୁ ପଦାରେ ପକାଇଦେଇଛି । କେନ୍ଦ୍ରୀୟ ତଦନ୍ତକାରୀ ଏହି ସଂସ୍ଥା ଆଉ ଯେ ଇନ୍ଦ୍ରଚନ୍ଦ୍ରଙ୍କୁ ଖାତିର କରିବା ଅବସ୍ଥାରେ ନାହିଁ ତାହା କାମରେ ଦେଖାଇଛି ।
ସିବିଆଇ ଯାହା ସଫେଇ ଦେଲେ ବି ତାର ମନମାନି ଓ ଅଭଦ୍ରାମୀ ଧରାପଡିଛି । ଜଷ୍ଟିସ୍ ସି.ଆର.ଦାସଙ୍କ ସରକାରୀ କ୍ୱାର୍ଟର ଆଗରେ ବଡ଼ ବଡ଼ ଅକ୍ଷରରେ ତାଙ୍କର ନେମ୍ ପ୍ଲେଟ୍ ରହିଛି । ମଙ୍ଗଳବାର ରାତି ଅଧରେ ସିବିଆଇ ଇନସପ୍ଟେର ପି.କେ.ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଯାଇ ପହଞ୍ଚିଥିଲେ । ଜଷ୍ଟିସ୍ କୁଦ୍ଦସି ଏଠାରେ ରହୁଛନ୍ତି କି ନାଇଁ ଡ୍ୟୁଟିରେ ଥିବା ଦୁଇ ସୁରକ୍ଷାକର୍ମୀ(ହୋମଗାର୍ଡ)ଙ୍କୁ ପଚାରିଥିଲେ । ସେମାନେ ମନା କରିବା ସତ୍ତ୍ୱେ ସିବିଆଇ ଅଫିସରମାନେ ସେମାନଙ୍କ ସହ ଯୁକ୍ତିତର୍କ କରି ଫେରି ଆସିଲେ । ସିବିଆଇ ଟିମ୍ ରାତି ଅଧରେ ହାଇକୋର୍ଟର ଜଣେ ସିଟିଂ ଜଜ୍ ଙ୍କ ଘରକୁ ଯାଇ ତନାଘନା କରିବା ଖାଲି ଓକିଲ ସମାଜ ନୁହେଁ, ସମଗ୍ର ରାଜ୍ୟବାସୀଙ୍କୁ ଚହଲେଇ ଦେଇଛି ।
ପ୍ରଥମତଃ, ଏମିତିରେ ସିବିଆଇ କେନ୍ଦ୍ର ସରକାରଙ୍କ ଗୋଟେ ସାଧାରଣ ତଦନ୍ତକାରୀ ସଂସ୍ଥା । ପୁଲିସର କ୍ଷମତା ଯାହା ସିବିଆଇର କ୍ଷମତା ବି ସେୟା । ଜଣେ ସିଟିଂ ଜଜ୍ ଙ୍କ ବିରୋଧରେ ତନାଘନା କରିବା ସିବିଆଇ ଅଧିକାର ବାହାରେ । ଦ୍ୱିତୀୟରେ, ହାଇକୋର୍ଟର ପୁର୍ବତନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ କୁଦ୍ଦସି ସେ କ୍ୱାର୍ଟରରେ ପୂର୍ବରୁ ରହୁଥିଲେ । ଧରନ୍ତୁ ଯଦି ବା ସାଧାରଣ ଅପରାଧୀଙ୍କ ଭଳି ଜଷ୍ଟିସ୍ କୁଦ୍ଦସିଙ୍କ ବିରୋଧରେ କୌଣସି ଅଭିଯୋଗର ତନାଘନା ପାଇଁ ସିବିଆଇ ଟିମ୍ ଯାଇଥିଲେ ସେମାନେ ସର୍ଚ୍ଚ ୱାରେଣ୍ଟ ସହ ସ୍ଥାନୀୟ ପୁଲିସର ସହାୟତା ନେଇ ଯିବା କଥା । ସେହି ସର୍ଚ୍ଚ ୱରେଣ୍ଟରେ ଅଭିଯୁକ୍ତଙ୍କ ନାଁ, ଠିକଣା ରହିବା କଥା । ମାତ୍ର ତାହା ଥିଲା କି ? ଜଷ୍ଟିସ୍ କୁଦ୍ଦସି ୩ ବର୍ଷ ତଳୁ ସେ କ୍ୱାର୍ଟର ଛାଡ଼ିସାରିଥିଲେ ମଧ୍ୟ ସେକଥା ସିବିଆଇ ଟିମ୍ କିଭଳି ଜାଣିପାରିଲା ନାହିଁ ?
ଆହୁରି ସାଂଘାତିକ କଥା ହେଉଛି, ଜଷ୍ଟିସ୍ ଙ୍କ ଘରର ନେମ୍ ପ୍ଲେଟ୍ ଦେଖିଲା ପରେ ବି ସିବିଆଇ ଅଧିକାରୀମାନେ ସୁରକ୍ଷାକର୍ମୀଙ୍କୁ ହାରକିନ୍ ଦେଖାଇବା ସବୁ ଲକ୍ଷ୍ମଣରେଖା ଟପିଯାଇଛି । ବରିଷ୍ଠ ଆଇନଜୀବୀଙ୍କ ମତରେ ସେହି ଜାଗାରୁ ତତକ୍ଷଣାତ୍ ସଂପୃକ୍ତ ସିବିଆଇ ଅଧିକାରୀଙ୍କୁ ପୁଲିସ ବାନ୍ଧିନେବା କଥା । ପୁଲିସ ଭଳି ସିବିଆଇ ହାଇକୋର୍ଟର ଏକ ପକ୍ଷ ହୋଇ ବିଚାରପତିଙ୍କ ଘରକୁ ରାତିଅଧରେ ଯିବା ଏବଂ ସୁରକ୍ଷାକର୍ମୀଙ୍କୁ ନାଲିଆଖି ଦେଖାଇବା ଅତ୍ୟନ୍ତ ସାଂଘାତିକ ବୋଲି ବାର୍ କାଉନସିଲ୍ କର୍ମକର୍ତ୍ତା କହିଛନ୍ତି । ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ସିବିଆଇକୁ ବ୍ୟବହାର କରାଯାଉଛି ବୋଲି ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର କହିଥିଲା ବେଳେ ଘଟଣାକୁ ଅତ୍ୟନ୍ତ ସାଂଘାତିକ ବୋଲି ବରିଷ୍ଠ ଆଇନଜୀବୀ ସୀତାଂଶୁ ଦ୍ୱିବେଦୀ, କାଳୀପ୍ରସନ୍ନ ମିଶ୍ର ପ୍ରମୁଖ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେପଟେ ଏହି ଘଟଣାକୁ ପୁଲିସ ଡିଜି ମଧ୍ୟ ଗମ୍ଭୀରତାର ସହ ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲିସ ଡିଜି ଓ କମିଶନର ଆଜି ଦିତମାମ ଏହି ଘଟଣା ଉପରେ ନଜର ରଖିଥିଲେ । ଉଚ୍ଚସ୍ତରୀୟ ବୈଠକ ଡାକି ଏହା ଉପରେ ତନାଘନା କରିଥିଲେ । ଶେଷରେ ଜଷ୍ଟିସ୍ ଙ୍କ ସୁରକ୍ଷାକର୍ମୀଙ୍କ ଆଧାରରେ କ୍ୟାଣ୍ଟନମେଣ୍ଟ ଥାନାରେ ସିବିଆଇ ଇନସପେକ୍ଟର ପି.କେ.ମିଶ୍ର ଓ ଟିମ୍ ବିରୋଧରେ ୧୨୦(ବି), ୩୫୩,୫୧୧ ଏବଂ ଆଇପିସି ଧାରା ୩୪ ରେ ମାମଲା ରୁଜୁ ହୋଇଛି ।
Previous Post

ବାଟହୁଡ଼ି ହାଇକୋର୍ଟ ଜଜ୍ ଙ୍କ ଘରେ ପଶିଲା ସିବିଆଇ !

Next Post

ନ୍ୟାୟପାଳିକାର କଳଙ୍କ: ଦଲାଲି କରି ବନ୍ଧା ହେଲେ କୁଦ୍ଦୁସି

Next Post
ନ୍ୟାୟପାଳିକାର କଳଙ୍କ: ଦଲାଲି କରି ବନ୍ଧା ହେଲେ କୁଦ୍ଦୁସି

ନ୍ୟାୟପାଳିକାର କଳଙ୍କ: ଦଲାଲି କରି ବନ୍ଧା ହେଲେ କୁଦ୍ଦୁସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA