Friday, June 26, 2026 05:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ

by Our Correspondent
21 Aug, 2019- 10:46 PM
in Latest News, National, News
1 min read
0
ଚିଦାମ୍ବରମଙ୍କୁ ଘରୁ ଉଠାଇନେଲା ସିବିଆଇ
ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ଙ୍କୁ ଶେଷରେ ଉଠାଇ ନେଲା ସିବିଆଇ । ଗତକାଲି ରାତିରୁ ଅନ୍ତର୍ଦ୍ଧାନ କୁହାଯାଉଥିବା ଚିଦାମ୍ବରମ୍ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ନିଜ ଘରକୁ ଫେରିବା କ୍ଷଣି ସିବିଆଇ ଅଧିକାରୀମାନେ ଘରେ ପଶି ତାଙ୍କୁ ଉଠାଇ ନେଇଛନ୍ତି । ସିଧାସଳଖ ତାଙ୍କୁ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଛି । ଦେଶର ପୂର୍ବତନ ଗୃହ ଓ ଅର୍ଥମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ଘଟଣା ଭାରତୀୟ ରାଜନୈତିକ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ସିବିଆଇ ଅତି ନାଟକୀୟ ଢ଼ଙ୍ଗରେ ଚିଦାମ୍ବରଙ୍କୁ ଗିରଫ କରିବା ଘଟଣା ସମଗ୍ର ଦେଶରେ ହଟଚମଟ ସୃଷ୍ଟି କରିଛି ।
ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ଏହି ଦଶା ଭୋଗିବାକୁ ପଡ଼ିଛି । ଦିଲ୍ଲୀ ହାଇକୋର୍ଟରେ ସେ କରିଥିବା ଦୁଇଟି ଅନ୍ତରୀଣ ଜାମିନ ଆବେଦନ ଗତକାଲି ଖାରଜ ହୋଇଯାଇଥିଲା । ଏହାପରେ ସଂଧ୍ୟାରୁ ମଧ୍ୟରାତି ପର୍ଯ୍ୟନ୍ତ ସିବିଆଇ ଓ ଇଡି ଅଧିକାରୀମାନେ ଆଗପଛ ହୋଇ ଚିଦମ୍ବରମଙ୍କ ଘରେ ଚଢ଼ାଉ କରିଥିଲେ । ଚିଦମ୍ବରମଙ୍କୁ ନ ପାଇ ସିବିଆଇ ଅଧିକାରୀମାନେ ତାଙ୍କ ଘର ଆଗରେ ଏକ ଲୁକ୍ ଆଉଟ୍ ନୋଟିସ୍ ଟାଙ୍ଗି ଦେଇଥିଲେ । ୨ ଘଣ୍ଟା ଭିତରେ ସିବିଆଇରେ ହାଜର ହେବାକୁ ସେଥିରେ କୁହାଯାଇଥିଲା ।
ସେପଟେ ଦିଲ୍ଲୀ ହାଇକୋର୍ଟରୁ ନିରାଶ ହୋଇଥିବା ଚିଦାମ୍ବରମ ଗତକାଲି ରାତିରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ମାମଲାର ଶୁଣାଣୀ ହେବାକୁ ଥିଲେ ହେଁ ତାହା ୨୩ ତାରିଖକୁ ଘୁଞ୍ଚି ଯାଇଥିଲା । ସୁତରାଂ ଆଜି ସୁପ୍ରିମକୋର୍ଟରୁ ରିଲିଫ୍ ପାଇବାରେ ସମର୍ଥ ହୋଇ ନ ଥିଲେ ଚିଦାମ୍ବରମ । ଅନ୍ୟପକ୍ଷରେ ଗତ ରାତିରୁ ଗଣମାଧ୍ୟମ ସାମନାରୁ ଅନ୍ତର୍ଦ୍ଧାନ ରହିଥିବା ଚିଦମ୍ବରମ ଆଜି ସଂଧ୍ୟା ୮ଟାରେ ହଠାତ୍ ଏଆଇସିସି(କଂଗ୍ରେସ) ଅଫିସରେ ପହଞ୍ଚି ଏକ ପ୍ରେସମିଟ୍ କରିଥିଲେ । ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସେ ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ସଫେଇ ଦେଇଥିଲେ । ଗତକାଲି ରାତିରୁ ସେ କେଉଁଠି ଲୁଚିନାହାନ୍ତି । ସୁପ୍ରିମକୋର୍ଟ ଓକିଲଙ୍କ ସହ ବିଚାର ବିମର୍ଷରେ ବ୍ୟସ୍ତ ଥିବା କହିଥିଲେ । ତେବେ ଏଆଇସିସି କାର୍ଯ୍ୟାଳୟରୁ ପ୍ରେସମିଟ୍ ସାରି ଚିଦାମ୍ବରମ ସିଧା ଫେରିଥିଲେ ଜୋର୍ ବାଗ ସ୍ଥିତି ବାସଭବନକୁ । ଚିଦମ୍ବରମଙ୍କ ସହ ଗାଡ଼ିରେ ଥିଲେ ସହଯୋଗୀ କପିଲ୍ ସିବଲ୍ ଏବଂ ଅଭିଷେକ ମନୁସିଂଘଭି । ଅନ୍ୟ କିଛି କଂଗ୍ରେସ ନେତା ବି ସାଙ୍ଗରେ ଥିଲେ ।
ତେବେ ଚିଦମ୍ବରମ ଘରେ ପହଞ୍ଚିବାର ମାତ୍ର କେଇ ମିନିଟ୍ ପରେ ଦିଲ୍ଲୀ ପୁଲିସ ସହାୟତାରେ ସିବିଆଇର ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍ ତାଙ୍କ ଘରକୁ ଘେରିଯାଇଥିଲେ । ପଛେ ପଛେ ଇଡ଼ିର ଏକ ଟିମ୍ ମଧ୍ୟ ସେଠାରେ ପହଞ୍ଚିଥିଲେ । ଗେଟ୍ ଡ଼େଇଁ ସେମାନେ ସିଧା ଭିତରକୁ ପଶିଥିଲେ । ଆଉ ଘରର କବାଟ ଖୋଲି ଚିଦାମ୍ବରମଙ୍କୁ ଟେକି ଆଣିଥିଲେ । ଡାକ୍ତରୀ ପରୀକ୍ଷା କରି ତାଙ୍କୁ ସିବିଆଇ ଅଫିସ ଅଣାଯାଇଛି । ତାଙ୍କୁ ଗିରଫ କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି ।
ଚିଦାମ୍ବରମଙ୍କ ଗିରଫକୁ ନେଇ ରାଜନୈତିକ ତମ୍ବିତୋଫାନ ଜୋର ଧରିଛି । ସିବିଆଇ ଓ ଇଡିକୁ ଲଗାଇ ମୋଦି ସରକାର ଏଭଳି ରାଜନୈତିକ ପ୍ରତିଶୋଧ ଓ ଆକ୍ରୋଶ ଦେଖାଇଛନ୍ତି ବୋଲି କଂଗ୍ରେସ କହିଛି । ବିନା ଏଫଆଇଆରରେ ତାଙ୍କ ଗିରଫଦାରି ଦଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅନ୍ୟପକ୍ଷରେ, ଆଇନ ତା ବାଟରେ ଯାଉଛି ଏବଂ ଏଥିରେ ସରକାରଙ୍କର ହସ୍ତକ୍ଷେପ ନାହିଁ ବୋଲି ବିଜେପି ସଫେଇ ଦେଉଛି ।
Previous Post

ପ୍ରଶାସନିକ ବିଭାଗ ସହ ମିଶିଲା ନିର୍ଦ୍ଦେଶାଳୟ, ତଳିଆ ଖାଲି ପଦବୀ ଉଚ୍ଛେଦ

Next Post

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

Next Post
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ କ୍ରିଷନ୍ କୁମାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA