Thursday, April 30, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିନ୍ତା ବଢ଼ିଲା: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

by Our Correspondent
03 Apr, 2020- 03:07 PM
in Latest News, News
1 min read
0
ଚିନ୍ତା ବଢ଼ିଲା: କଟକରୁ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

୪୮ ଘଣ୍ଟା ପାଇଁ କଟକ ବି ସଟ୍ ଡାଉନ୍

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ିଲା । ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଜଣଙ୍କ କଟକର ଏବଂ ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଟ୍ୱିଟ୍ କରାଯାଇଛି । ତେବେ ତାଙ୍କ ସମ୍ପର୍କରେ ଅନ୍ୟ କିଛି ସୂଚନା ଦିଆଯାଇନି ।
ଦିଲ୍ଲୀ ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ସେ ଯୋଗଦେବାକୁ ଯାଇଥିବା ସନେ୍ଦହ କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ । ଏହା ବି କୁହାଯାଉଛି ଯେ ଦୁଇ ସପ୍ତାହ ତଳେ ସଂପୃକ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିଛନ୍ତି । କରୋନା ଲକ୍ଷଣ ନ ଥିବାରୁ ସେ ଆରାମ୍ ରେ ଅନେକ ଲୋକଙ୍କ ସହ ମିଳାମିଶା କରିଛନ୍ତି । ତେବେ ଏହା କେତେଦୂର ସତ ତାହା ଜଣାପଡ଼ିନାହିଁ । କରୋନା ମନିଟରିଂ ସେଲ୍ ପକ୍ଷରୁ ଆକ୍ରାନ୍ତ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ଟ୍ରେସିଂ ଆରମ୍ଭ ହୋଇଯାଇଛି ।
ସେପଟେ ଭୁବନେଶ୍ୱର, ଭଦ୍ରକ ଭଳି କଟକକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେଲା ମାତ୍ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ଜଣାଇଛନ୍ତି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ କଟକକୁ ସଟ୍ ଡାଉନ୍ ରେ ଅନ୍ତର୍ଭୁକ୍ତ କରାଯାଇଛି ।
ପଞ୍ଚମ ଆକ୍ରାନ୍ତ ଭୁବନେଶ୍ୱର ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସେ ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତ କରି ନ ଥିବାରୁ ତାହା ଗୋଷ୍ଠୀ ସଂକ୍ରମଣ ବା କରୋନା ଷ୍ଟେଜ୍-୩ ର ଆଶଙ୍କା ବଢ଼ାଇ ଥିବାରୁ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ସଂଧ୍ୟାରୁ ସୂର୍ଯ୍ୟନଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି । ତେବେ ସମଗ୍ର ସହର ପ୍ରତି ସଂକ୍ରମଣର ଆଶଙ୍କା ଦୃଷ୍ଟିରୁ ସରକାର ସଟ୍ ଡାଉନ୍ ଭଳି କଠୋର ପଦକ୍ଷେପ ନେଇଛନ୍ତି ।
କଟକ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୪ ଜଣ ଭୁବନେଶ୍ୱରର ହୋଇଥିବା ବେଳେ ଜଣେ ଭଦ୍ରକରୁ ଆକ୍ରାନ୍ତ ହୋଇଛନ୍ତି । ଇତିମଧ୍ୟରେ ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲ୍ ରୁ ଘରକୁ ଫେରିଛନ୍ତି ।
Previous Post

ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

Next Post

ବିପଦ ବଢ଼ିଲା: ଭୁବନେଶ୍ୱରରୁ ଆଉ ୩ କରୋନା ପଜିଟିଭ୍

Next Post
ବିପଦ ବଢ଼ିଲା: ଭୁବନେଶ୍ୱରରୁ ଆଉ ୩ କରୋନା ପଜିଟିଭ୍

ବିପଦ ବଢ଼ିଲା: ଭୁବନେଶ୍ୱରରୁ ଆଉ ୩ କରୋନା ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA