Thursday, April 30, 2026 06:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିରନିଦ୍ରାରେ ଭବାନୀ ପଟ୍ଟନାୟକ

by Our Correspondent
14 May, 2020- 10:12 PM
in Latest News, News
1 min read
0
ଚିରନିଦ୍ରାରେ ଭବାନୀ ପଟ୍ଟନାୟକ
ଭୁୁବନେଶ୍ୱର: ୯୯ ବର୍ଷ ବୟସରେ ବି ୨୯ ବର୍ଷ ଯୁବକର ଉତ୍ସାହ ଭରି ରହିଥିଲା । ଚଳଚଞ୍ଚଳ ଜୀବନର ଗତିପଥରେ ବୟସ ତାଙ୍କୁ ଅଟକାଇ ନ ଥିଲା । ଗାନ୍ଧୀ ବିଚାରାଧାରାର ଆଦର୍ଶକୁ ଧରି ଦୈନନ୍ଦିନ ଜୀବନ ଅତିବାହିତ କରୁଥିଲେ । ସଭା, ସମିତି ଆମନ୍ତ୍ରଣ ପାଇଲେ ଆଗୁଆ ପହଞ୍ଚି ଯାଉଥିଲେ । ସ୍ୱାଧୀନତା ସଂଗ୍ରାମର ବଳ ଏବେ ବି ସତେଜ ଥିଲା । ମନର ବଳରେ ତାଙ୍କ ଶରୀର ବଳିୟାନ୍ ଥିଲା । ତାଙ୍କୁ ଦେଖିଲେ ମନରେ ଆପେ ଆସି ଯାଉଥିଲା ସ୍ନେହ, ଶ୍ରଦ୍ଧା, ସମ୍ମାନ । ସମସ୍ତଙ୍କ ଅତି ଆଦରର ଏହି ମଣିଷ ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ଇହ ଜଗତରେ ନାହାନ୍ତି । ଚିରନିଦ୍ରାରେ ଶୋଇଯାଇଛନ୍ତି ।
ସଦାସର୍ବଦା ଚଳଚଞ୍ଚଳ ରହୁଥିବା ଶ୍ରୀ ପଟ୍ଟନାୟକ ଗତ ମାର୍ଚ୍ଚ ୨୫ ତାରିଖରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଦୁଇ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ । ଆଜି ଦ୍ୱିପ୍ରହରେ ହଠାତ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣି କ୍ୟାପିଟାଲ୍ ଅଣାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ତାଙ୍କର ଜୀବନ ବଞ୍ଚାଇ ପାରି ନ ଥିଲେ । ସଂଧ୍ୟା ସାଢ଼େ ୭ଟାରେ ଆଖି ବୁଜି ଦେଇଥିଲେ ।
୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ନିମାପଡ଼ାରେ ଜନ୍ମ ହୋଇଥିଲେ ଭବାନୀ ପଟ୍ଟନାୟକ । ପିଲାବେଳୁ ଗାନ୍ଧୀ ବିଚାରାଧାରାରେ ଆକୃଷ୍ଟ ହୋଇଥିଲେ । ଦେଶର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅନେକ କଷ୍ଟ ନିର୍ଯାତନା ସହିଥିଲେ । ମାତ୍ର ନିଜ ଲକ୍ଷ୍ୟପଥରୁ କେବେ ବି ହଟି ନ ଥିଲେ । ଗାନ୍ଧୀ ବିଚାରାଧାରା ଓ ଗାନ୍ଧୀବାଦର ଜଣେ ଦୃଢ଼ ସାଧକ ଥିଲେ ସେ । ସମାଜସେବା ଓ ପରୋପକାର ତାଙ୍କ ଜୀବନର ବ୍ରତ ଥିଲା ।
୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ତିନି ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ସାଂସଦ ହୋଇଥିବା ଶ୍ରୀଯୁକ୍ତ ପଟ୍ଟନାୟକ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ । ସ୍ନେହୀ, ମେଳାପୀ ମଣିଷ ଭାବେ ସମସ୍ତଙ୍କୁ ନିଜର କରିପାରୁଥିଲେ । ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ । କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ପ୍ରଦେଶ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବେ ନିଜର ଦାୟିତ୍ୱକୁ ନିଖୁଣ ନିଭାଉ ଥିଲେ ।
ତାଙ୍କ ପତ୍ନୀଙ୍କର ପୂର୍ବରୁ ପରଲୋକ ହୋଇଥିଲା । ଅନ୍ତିମଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ତିନି ଝିଅ, ନାତିନାତୁଣୀ ଉପସ୍ଥିତ ଅଛନ୍ତି ।
ଭବାନୀ ପଟ୍ଟନାୟକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ଅନ୍ତିମ ଦର୍ଶନ ପାଇଁ ଅଶୋକନଗରସ୍ଥିତ ବାସଭବନକୁ ସାଧାରଣ ଜନତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ ଛୁଟିଛି ।
ଭବାନୀ ପଟ୍ଟନାୟକଙ୍କ ମୃତ୍ୟୁରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଖାଲି ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନ ଥିଲେ ବରଂ ଭାରତ ମାଟିର ଜଣେ ଶ୍ରେଷ୍ଠ ସନ୍ତାନ ଥିଲେ ବୋଲି ରାଜ୍ୟପାଳ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ରାଜ୍ୟପାଳ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ସଚ୍ଚା ଦେଶପ୍ରେମୀ ଓ କର୍ମଯୋଗୀଙ୍କୁ ଏ ଜାତି ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ଭବାନୀ ବାବୁ ଗାନ୍ଧୀନୀତିର ଦୃଢ଼ ବିଶ୍ୱାସୀ ଥିଲେ । ବିଜୁ ବାବୁଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ,ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ, ସାମ୍ବାଦିକ ଓ ସବୁ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଭବାନୀ ପଟ୍ଟନାୟକଙ୍କ ବିୟୋଗର ଗଭୀର ଶୋକପ୍ରକାଶ କରିଛନ୍ତି ।
ଆସନ୍ତାକାଲି ସକାଳେ ନିମାପଡ଼ାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
Previous Post

୮ କୋଟି ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ରାସନ୍

Next Post

ଅର୍ଥମନ୍ତ୍ରୀଙ୍କ ଦେଖାନାହିଁ; ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସଞ୍ଜୟ

Next Post
ଅର୍ଥମନ୍ତ୍ରୀଙ୍କ ଦେଖାନାହିଁ; ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସଞ୍ଜୟ

ଅର୍ଥମନ୍ତ୍ରୀଙ୍କ ଦେଖାନାହିଁ; ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲେ ସଞ୍ଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA