Thursday, April 30, 2026 10:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚେଲା, ଚାମୁଣ୍ଡା, ବଚସ୍କର..

by Our Correspondent
21 Oct, 2017- 11:53 AM
in Latest News, Politics
1 min read
0
ଚେଲା, ଚାମୁଣ୍ଡା, ବଚସ୍କର..
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାସକୁ ନବୀନ ପଟ୍ଟନାୟକଙ୍କ ପାଣି ପ୍ରକଳ୍ପ। ଗୋଟିଏ ଦିନରେ ଇଏ ଅଦ୍ଭୂତ ସଂଯୋଗ । ଭୁବନେଶ୍ୱରରେ ପାଇପ୍ ଯୋଗେ ଗ୍ୟାସ ପ୍ରକଳ୍ପକୁ ଧର୍ମେନ୍ଦ୍ର ଉଦଘାଟନ କରିଥିଲା ବେଳେ କଟକରେ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପକୁ ନବୀନ ଉଦଘାଟନ କରିଥିଲେ । ତେବେ ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହୋଇଥିବା ଦୁଇ ପ୍ରକଳ୍ପର ଗୁଣଗାନକୁ ବଳିଯାଇଛି କଳି । ଗାଁ ମାଇପିଙ୍କ ଭଳି ଲୁଗାରେ କଣ୍ଟା ପକାଇ କଳି କରିଛନ୍ତି ବିଜେପି ଓ ବିଜେଡ଼ି ନେତା । ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଦୁଇ ଜନକଲ୍ୟାଣକାରୀ ପ୍ରକଳ୍ପରେ ପଶିଛି ରାଜନୈତିକ ପେଂଚ । ପାଇପ୍ ଯୋଗେ ଗ୍ୟାସ୍ ପ୍ରକଳ୍ପରୁ ଧର୍ମେନ୍ଦ୍ର ପ୍ରଧାନ ସବୁ ଫାଇଦା ନେବାକୁ ଉଦ୍ୟମ କରିଥିବା ବେଳେ ବିଜେଡ଼ି ତାହାକୁ ବରଦାସ୍ତ କରିନି । ତମର କିଛି ବାହାଦୁରି ନାହିଁ, ୨୦୦୯ରୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉଦ୍ୟମ କରି ଆସୁଛନ୍ତି ବୋଲି କହି ବିଜେପିକୁ ଟକ୍କର ଦେଇଛନ୍ତି ବିଜେଡ଼ି ନେତା ।
ଗତକାଲି ନାଲକୋ ନଗରରେ ଆୟୋଜିତ ଗ୍ୟାସ୍ ପ୍ରକଳ୍ପ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର । ମନଇଚ୍ଛା ବର୍ଷିଥିଲେ । ଗଦା ଗଦା ପ୍ରଶ୍ନ ପଚାରିଥିଲେ । ଏତେ ଗରମ ହୋଇଯାଇଥିଲେ ଯେ ପାଟିର ଭାଷାକୁ ସଂଯମ କରିପାରି ନ ଥିଲେ । ନବୀନ ଓ ତାଙ୍କ ଦଳକୁ ମିଛୁଆ ରାଧୁଆ ଆକ୍ଷେପ କରିବା ସହ ସାମ୍ବାଦିକଙ୍କୁ ଆହ୍ୱାନ ଦେଇଥିଲେ ଯାଅ, ମୋର ପ୍ରଶ୍ନର ଉତ୍ତର ନବୀନଙ୍କୁ ଯାଇ ପଚାର । ତାଙ୍କର ଚେଲା, ଚାମୁଣ୍ଡା କି ବଚସ୍କରଙ୍କୁ ନ ପଚାରି ସିଧାସଳଖ ନବୀନଙ୍କୁ ପଚାର ।
ରାଜନୈତିକ ସମୀକ୍ଷକଙ୍କ ମତରେ ଧର୍ମେନ୍ଦ୍ର ଆଜିକାଲି ସବୁ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମନଇଚ୍ଛା ଗାଳି କରୁଛନ୍ତି । ଭାଷା ଅଭାଷା ମାନୁନାହାନ୍ତି । ରାଜନୈତିକ ଦୃଷ୍ଟିରୁ ଏଥିରେ କୌଣସି ଆପତ୍ତି ନାହିଁ । ମାତ୍ର ନବୀନଙ୍କ ସହ ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତି ତୁଳନାରେ ଧର୍ମେନ୍ଦ୍ର ବିଷ ପିଉଛନ୍ତି । ଦ୍ୱିତୀୟରେ, ବିଜେଡ଼ିର ଚେଲା, ଚାମୁଣ୍ଡା କି ବଚସ୍କର ଯାହାକୁ କହିଥାଉନ୍ତୁ ନା କାହିଁକି ହେଲେ ଧର୍ମେନ୍ଦ୍ର ନିଜ ଘର କଥା ଭୁଲି ଯାଆନ୍ତୁ ନାହିଁ । ଦଳରେ ନବୀନଙ୍କର ଚେଲା ଚାମୁଣ୍ଡା ଅଛନ୍ତି । ଦଳର ମୁଖ୍ୟ ଭାବେ ତାଙ୍କର ଚେଲା, ଚାମୁଣ୍ଡା ରହିବା ବି ସ୍ୱାଭାବିକ । ହେଲେ ପଦପଦବୀ ଦୃଷ୍ଟିରୁ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର କିଏ ? ତାଙ୍କର ଏଠି ଚେଲା, ଚାମଣ୍ଡା ଭର୍ତ୍ତି ହୋଇଛନ୍ତି କାହିଁକି ? ଦଳର ନେତା ଓ କର୍ମୀଙ୍କୁ ସେ ନିଜର ଚାମଚାଗିରି କରିବାକୁ ବାଧ୍ୟ କରୁନାହାନ୍ତି କି ? ଧର୍ମେନ୍ଦ୍ରଙ୍କର ଏକଛତ୍ରବାଦରେ ତାଙ୍କ ଦଳର ବରିଷ୍ଠ ନେତାମାନେ ଥରହର ହେଉନାହାନ୍ତି କି ? ତେଣୁ ପରକୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ଆଡକୁ ଚାରି ଅଙ୍ଗୁଳି ଆସୁଥିବା ଧର୍ମେନ୍ଦ୍ର ଭୁଲି ନ ଯିବା କଥା ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ବିଖ୍ୟାତ ଚେଲା ଚାମୁଣ୍ଡାମଣ୍ଡଳୀଙ୍କ ବିଷୟରେ ଆଜିକାଲି ସୋସିଆଲ୍ ମିଡ଼ିଆରେ ବହୁତ ଚର୍ଚ୍ଚା । ଟିଭି ବିତର୍କରେ ସେମାନଙ୍କ ଭାଷା ଓ ଅଶାଳୀନ ହାବଭାବ ସମସ୍ତଙ୍କ ନଜରକୁ ଆସିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଟାକିଂ ମୁଡ୍ କୁ ସେମାନେ ଆଉ ଦୁଇପଦ ଆଗକୁ ନେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାରିଷଦ ଉଦ୍ଦେଶ୍ୟରେ ଚେଲା, ଚାମଣ୍ଡା, ବଚସ୍କର ଭଳି ଶବ୍ଦ ସେମାନଙ୍କ ପାଇଁ ନିହାତି ମାମୁଲି । କିନ୍ତୁ ନବୀନଙ୍କ ବିକଳ୍ପ ଦାବିଦାର ଧର୍ମେନ୍ଦ୍ରଙ୍କ ମୁହଁରେ ଏହା ଶୋଭା ପାଉନି । ଧର୍ମେନ୍ଦ୍ରଙ୍କ ଭାଷା ତାଙ୍କ ସମର୍ଥକଙ୍କୁ ବି ଆଘାତ ଦେଉଛି । ବ୍ୟକ୍ତିତ୍ୱର ମାପକାଠିରେ ଧର୍ମେନ୍ଦ୍ର ପଛରେ ପଡ଼ିଯାଉଥିବା ସେମାନେ ଅନୁଭବ କରିଛନ୍ତି । ଧର୍ମେନ୍ଦ୍ର ନିଜ ପାଟିରେ ଏଭଳି କଥା ନ କହି ନିଜର ଚେଲାଚାମୁଣ୍ଡାଙ୍କ ମୁହଁରେ ବାରମ୍ବାର କୁହାଇବାରେ ଆପତ୍ତି ନାହିଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି ।
Previous Post

ଚର୍ଚ୍ଚାରେ ବିଜୟ ପଟ୍ଟନାୟକ

Next Post

୧୨ ଘଣ୍ଟାର ସସପେନସ୍

Next Post
୧୨ ଘଣ୍ଟାର ସସପେନସ୍

୧୨ ଘଣ୍ଟାର ସସପେନସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA