Wednesday, April 29, 2026 08:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚ୍ୟାଲେଞ୍ଜ୍… ଚ୍ୟାଲେଞ୍ଜ୍…ଚ୍ୟାଲେଞ୍ଜ୍…

by Our Correspondent
16 Jul, 2020- 09:35 AM
in Latest News, National, News, Politics
1 min read
0
ଚ୍ୟାଲେଞ୍ଜ୍… ଚ୍ୟାଲେଞ୍ଜ୍…ଚ୍ୟାଲେଞ୍ଜ୍…

ଚ୍ୟାଲେଞ୍ଜ୍ । ରାଜସ୍ଥାନ ରାଜନୀତିକୁ ନେଇ ସୃଷ୍ଟି ହୋଇଛି ଚ୍ୟାଲେଞ୍ଜ୍ । କଂଗ୍ରେସ ପାଇଁ ଚ୍ୟାଲେଞ୍ଜ୍, ସଚିନ୍ ପାଇଲଟଙ୍କ ପାଇଁ ଚ୍ୟାଲେଞ୍ଜ… ଆଉ ବିଜେପି ପାଇଁ ବି ଚ୍ୟାଲେଞ୍ଜ୍ । ବିଦ୍ରୋହୀ ସଚିନ୍ ପାଇଲଟଙ୍କୁ ବୁଝାଇ ଶୁଝାଇ ରାଜସ୍ଥାନ ରାଜ ଉଆସକୁ ସଜାଡ଼ିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ୍ । ସଚିନ୍ ପାଇଲଟଙ୍କ ଭଳି କଂଗ୍ରେସର ଜଣେ ଦକ୍ଷ, ଯୁବ ନେତାଙ୍କୁ ଫୋଲ୍ଡକୁ ନେବା ବିଜେପି ପାଇଁ ବି ଚ୍ୟାଲେଞ୍ଜ । ତେବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍, ଭାରତୀୟ ରାଜନୀତିର ନ୍ୟୁଜ୍ ମେକର୍ ଅଫ୍ ଦି ୱିକ୍ ସଚିନ୍ ପାଇଲଟଙ୍କ ପାଇଁ । କାରଣ, ବିଜେପି ଶିବିରକୁ ସେ ଯାଉ ନଥିବା ଏବେ ବି କହୁଛନ୍ତି, ଏହି ବିଦ୍ରୋହୀ କଂଗ୍ରେସ ନେତା ।

କଂଗ୍ରେସର ପାରିବାରବାଦ ରାଜନୀତିରୁ ନିଜକୁ ରାଜନେତା ଭାବେ ଗଢ଼ି ତୋଳିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏବେ ସେ ବିଜେପି ନେତା । ବାପା, ମାଧବରାଓ ସିନ୍ଧିଆ ଥିଲେ କଂଗ୍ରେସର ଜଣେ ଟାଣୁଆ ନେତା । ତାଙ୍କରି ପଦାଙ୍କ ଅନୁସରଣ କରି କଂଗ୍ରେସ ରାଜନୀତିରେ ସେ ଛୋଟରୁ ବଡ଼ ହୋଇଥିଲେ । କିନ୍ତୁ ଟ୍ୟାଲେଣ୍ଟ ବଳରେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ଦଳରେ ନିଜର ଭଲ ଇମେଜ୍ ସୃଷ୍ଟି କରିଥିଲେ । କିନ୍ତୁ ଏବେ ସେ କଂଗ୍ରେସ ପାଇଁ ପୂର୍ବତନ । ନଗଦ ନଗଦ ସେ ପଦ୍ମ ଧରିଛନ୍ତି । କଂଗ୍ରେସକୁ ଚ୍ୟାଲେଞ୍ଜ ମାରି ମଧ୍ୟପ୍ରଦେଶରେ ଜନମତକୁ ହାଇଜାକ୍ କରିବାରେ ସଫଳ ହୋଇଛି ବିଜେପି । ଆଉ ସିନ୍ଧିଆଙ୍କୁ ପଠାଇ ଦେଇଛି ରାଜ୍ୟସଭା । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଆଗକୁ ରହିଛି ବଡ଼ ଚ୍ୟାଲେଞ୍ଜ୍ । କଂଗ୍ରେସ ତାଙ୍କୁ ପ୍ରାଧାନ୍ୟ ଦେଲାନି ବୋଲି ସେ ଦଳ ଛାଡ଼ିଥିବା କହୁଛନ୍ତି । କିନ୍ତୁ ସେ ଚାହୁଁଥିବା ବା ଆଶା ରଖିଥିବା ପ୍ରାଧାନ୍ୟ ବିଜେପିରେ ତାଙ୍କୁ ମିଳିବ ତ ? ଏହା ହିଁ ହେଉଛି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଆଗକୁ ଏକ ଚ୍ୟାଲେଞ୍ଜ ।
ଏବେ ସିନ୍ଧିଆଙ୍କ ଭଳି ଅନୁରୂପ ରାସ୍ତାରେ ସଚିନ୍ ପାଇଲଟ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାପା, ରାଜେଶ ପାଇଲଟଙ୍କ ରାଜନୈତିକ ଦବଦବାରୁ ନିଜର ରାଜନୈତିକ ଫ୍ଲାଇଟ୍ ଉଡ଼ାଣ ଆରମ୍ଭ କରିଛନ୍ତି ସଚିନ୍ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି, ସଚିନ୍ ପାଇଲଟ୍ ମଧ୍ୟ ନିଜ ଟ୍ୟାଲେଣ୍ଟ ବଳରେ ବଳୀୟାନ୍ । କିନ୍ତୁ ଏବେ… ସେ ଯିବେ କୁଆଡ଼େ ? କଂଗ୍ରେସର ତୁଙ୍ଗ ନେତୃତ୍ୱ ଯେତେ ବୁଝାଶୁଝା କରାଇଲେ ବି ପାଇଲଟ ଧରାଛୁଆଁ ଦେଉ ନାହାନ୍ତି । କଂଗ୍ରେସ, ବର୍ତ୍ତମାନ ସୁଦ୍ଧା ତାଙ୍କୁ ଦଳରୁ ବାହାର କରିନି କି ସେ ନିଜ ଆଡୁ ଇସ୍ତଫା ଦେଇନାହାନ୍ତି । କିନ୍ତୁ ପରିସ୍ଥିତି ସେମିତି କିଛି ଦିଗକୁ ଗତି କରୁଛି । କୌଣସି ମୁହୁର୍ତ୍ତରେ କିଛି ଡେଭଲପମେଣ୍ଟ ହୋଇପାରେ ।
ତେବେ ଯଦି ପାଇଲଟ୍, କଂଗ୍ରେସ ପାଇଁ ପୂର୍ବତନ ହୋଇ ଯାଆନ୍ତି, ତେବେ ଚ୍ୟାଲେଞ୍ଜ ହାରିଯିବ ଦଳ । କିନ୍ତୁ ପାଇଲଟ୍ ବିଜେପିକୁ ଯାଉ ନଥିବା ବର୍ତ୍ତମାନ ସୁଦ୍ଧା କହି ଚାଲିଛନ୍ତି । ହୁଏତ କଂଗ୍ରେସକୁ ଅଲବିଦା କହିବା ପରେ ସେ ତାଙ୍କ ମନ୍ତବ୍ୟ ବଦଳାଇ ପାରନ୍ତି । ଯଦି ସେ ମନ୍ତବ୍ୟ ବଦଳାଇ ଦେଲେ, ତେବେ ଚ୍ୟାଲେଞ୍ଜ୍ ଜିତିଯିବ ବିଜେପି । ଆଉ ଯଦି ନ ବଦଳାଇଲେ, ବିଜେପି ପାଇଁ ରାଜସ୍ଥାନ ରାଜ ସିଂହାସନ ଅକ୍ତିଆର କରିବା ଜଟିଳ ଚ୍ୟାଲେଞ୍ଜ ହୋଇପାରେ ।
କୁହାଯାଉଛି, ପାଇଲଟଙ୍କ ପଛରେ ୨୦ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ସରକାର ଗଢ଼ିବାକୁ ହେଲେ ବିଜେପିକୁ ଆଉ ୩୫ ବିଧାୟକଙ୍କ ସମର୍ଥନ ଲୋଡ଼ା । ତେଣୁ ପୂରା ପାଇଲଟ୍ ଗୋଷ୍ଠୀକୁ ଫୋଲ୍ଡକୁ ଆଣିଲେ ବି, ବିଜେପିକୁ ଆଉ କିଛିଟା ଘୋଡ଼ା ବେପାର କରିବାକୁ ପଡ଼ିବ । କିନ୍ତୁ ପାଇଲଟଙ୍କୁ ବିଜେପି ଯେ, ରାଜସ୍ଥାନ ସରକାରର ପାଇଲଟ୍ କରିବ, ତାହା କହିବା ମୁସ୍କିଲ୍ । କାରଣ ବସୁନ୍ଧରା ରାଜେ, ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସମ୍ଭାବନା ଅଧିକ । ସେପଟେ ସିନ୍ଧିଆ ଶୈଳୀରେ ପାଇଲଟଙ୍କୁ ରାଜ୍ୟସଭାରେ ଥଇଥାନ ସମ୍ଭାବନା ବି ନାହିଁ । କାରଣ ନିକଟରେ ଶେଷ ହୋଇଯାଇଛି ରାଜସ୍ଥାନ ରାଜ୍ୟସଭା ନିର୍ବାଚନ ।
ବିଜେପିର ଚ୍ୟାଲେଞ୍ଜ୍… କଂଗ୍ରେସ ମୁକ୍ତ ଭାରତ । ଯେଉଁଥି ପାଇଁ ବିଭୀଷଣ ଅନ୍ୱେଷଣରେ ଲାଗିଛି ଦଳ । ସିନ୍ଧିଆଙ୍କ ପରେ ପାଇଲଟଙ୍କ ଉପରେ ବିଜେପିର ଆଖି । କିନ୍ତୁ ପାଇଲଟ୍ ପଟିଲେ ତ ? ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ କଂଗ୍ରେସର ପାଇଲଟ୍ ଥିଲେ ସଚିନ୍ ପାଇଲଟ୍ । ପୂର୍ବ ରାଜସ୍ଥାନର ୪୯ ଆସନରୁ ୪୨ ଆସନ, କଂଗ୍ରେସ ଖାତାକୁ ଆଣି, ବିଜେପିର ମୂଳ ଦୋହଲାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସିନା କହୁଛନ୍ତି, ସୁନ୍ଦର ଚେହେରା କିମ୍ବା ଭଲ ଇଂରାଜୀ କହିବା… ରାଜନୀତିରେ ସବୁକିଛି ନୁହେଁ । ପାଇଲଟ୍ କିନ୍ତୁ ଏ ଚ୍ୟାଲେଞ୍ଜକୁ ବହୁ ଆଗରୁ ଜିତି ସାରିଛନ୍ତି । ତାଙ୍କ ସୁନ୍ଦର ଚେହେରା ଓ ସୁମଧୁର କହିବା ଶୈଳୀ କଂଗ୍ରେସ ନିକଟରେ ବହୁ ଆଗରୁ ପ୍ରମାଣ କରି ସାରିଛନ୍ତି ।
ସଂରକ୍ଷଣକୁ ନେଇ ରାଜ୍ୟରେ ଗୁଜ୍ଜର ଓ ମୀନା ସଂପ୍ରଦାୟ ମଧ୍ୟରେ ଚାଲିଥିବା ଟକରା-ଟକରିକୁ ପାଇଲଟ୍ ହିଁ ସମାଧାନ କରିବାରେ ସକ୍ଷମ ହୋଇଛନ୍ତି । ଉଭୟ ସଂପ୍ରଦାୟ ପରସ୍ପରର ବିରୋଧୀ ହେଲେ ବି ପାଇଲଟଙ୍କ ପଛରେ ରହିଛି ସେମାନଙ୍କର ସମର୍ଥନ । ଆଉ ରାଜ୍ୟର ଦଳିତ ସଂପ୍ରଦାୟ ବି, ଅନ୍ୟ ଦଳର ନେତାଙ୍କ ଅପେକ୍ଷା ପାଇଲଟଙ୍କୁ ଅଧିକ ଭଲ ପାଆନ୍ତି । ଏଭଳି ସ୍ଥିତିରେ ପାଇଲଟଙ୍କ ଦକ୍ଷତା କେବଳ କଂଗ୍ରେସ ଜାଣିନି, ବିଜେପି ମଧ୍ୟ ମାପି ସାରିଛି । ଯେଉଁଥି ପାଇଁ ଦଳ ପାଇଲଟଙ୍କ ପଛରେ ଭିତିରିଆ ପଡ଼ି ଯାଇଥିବା ବେଳେ, ପାଇଲଟ୍ ବି ଭଲ ରକମ ବାର୍ଗେନିଂ କରୁଥିବା ଚର୍ଚ୍ଚା ହେଉଛି ।
ଏବେ ପାଇଲଟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ, ସେ କରିବେ କଣ  ? କଂଗ୍ରେସରେ ରହିବେ ନା ଯିବେ ? ବିଜେପିରେ ମିଶିବେ ନା ମିଶିବେନି ? ନା ନିଜସ୍ୱ ଦଳ ଗଢ଼ି ଉଭୟ କଂଗ୍ରେସ ଓ ବିଜେପିକୁ ଚ୍ୟାଲେଞ୍ଜ ଦେବେ । ପାଇଲଟଙ୍କ ଇମେଜ୍ ଓ ରାଜସ୍ଥାନ ରାଜନୀତିରେ ତାଙ୍କ ହୋଲ୍ଡକୁ ଦେଖିଲେ ଲାଗୁଛି, ପାଇଲଟ୍, ଜଗନ୍ ରେଡି ହୋଇପାରିବେ । ମୁଖ୍ୟମନ୍ତ୍ରୀ ହେବାକୁ ଜଗନ୍ ମୋହନ୍ ରେଡିଙ୍କୁ ସିନା ୧୦ ବର୍ଷ ଲାଗିଲା, କିନ୍ତୁ ପାଇଲଟଙ୍କୁ ଏତେ ବର୍ଷ ଲାଗି ନପାରେ ।
ଚ୍ୟାଲେଞ୍ଜ ହାରିବା କଂଗ୍ରେସର ଦେହସୁହା ହୋଇଗଲାଣି । କହିବାକୁ ଗଲେ, ବିଜେପି ଯେମିତି ଚାହୁଁଛି, ଗାନ୍ଧି ପରିବାର, କଂଗ୍ରେସକୁ ସେମିତି ଚଳାଉଛନ୍ତି । ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ କଂଗ୍ରେସରେ ପଦ ପଦବୀକୁ ପ୍ରତ୍ୟାଖ୍ୟାନ କରିଥିବା ସୋନିଆ, ୟୁପିଏ-୧ ଏବଂ ୟୁପିଏ-୨ ସରକାର ଅମଳରେ ପରଦା ଆଡୁଆଳରେ ଥାଇ ସରକାରକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କଲେ । କେବଳ ନିଜ ପୁଅ ରାହୁଲଙ୍କ ପାଇଁ ୯୦ ଦଶକରୁ, ଆକୁ ତାକୁ ଧରି ପାର୍ଟିକୁ ବଞ୍ଚାଇ ରଖିଲେ । ୨୦୧୪ ନିର୍ବାଚନ ବେଳକୁ ସୋନିଆ ନିଜେ ଦଳର ଅଧ୍ୟକ୍ଷ ଥିଲେ । କିନ୍ତୁ ଦଳ ସତ୍ତା ହରାଇଲା । ୨୦୧୯ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ କରାଇଲେ । ତାହା ବି ଫେଲ୍ ହେଲା ।
ଏବେ ସୋନିଆ, ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ପୁଣି ଉଠିଲାଣି ରାହୁଲ ଗାନ୍ଧିଙ୍କ କଥା । କଂଗ୍ରେସର ଅଧ୍ୟକ୍ଷ ଭାବେ ଉଭୟ ନେତା ଦେଶବାସୀଙ୍କ ଆଗରେ ଗ୍ରହଣୀୟ ହୋଇପାରୁ ନାହାନ୍ତି, ତଥାପି ବୁଝିପାରୁ ନାହାନ୍ତି । ସେପଟେ ଗାନ୍ଧି ପରିବାରକୁ ନେଇ ଦେଶର ରାଜନୀତିରେ ବିଜେପି ଭିନ୍ନ ଏକ ହାୱା ସୃଷ୍ଟି କରିଥିବା ବେଳେ କଂଗ୍ରେସର ଅଧିକାଂଶ ବଡ଼ ବଡ଼ ନେତା ହଜିଗଲେଣି । ଆଉ ଯେଉଁମାନେ ଅଛନ୍ତି, ସେମାନେ, ଦକ୍ଷତା ଥିବା ଯୁବ ନେତାଙ୍କୁ ବାଟ ଛାଡୁ ନାହାନ୍ତି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସ କେବଳ ନିଜ ଅବକ୍ଷୟ ପାଇଁ ଚ୍ୟାଲେଞ୍ଜ୍ ନୁହେଁ ତ ଆଉ କଣ ?
(ଲେଖକ ବରେନ୍ଦ୍ର କୃଷ୍ଣ ସାହୁ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ।  ତାଙ୍କର ଯୋଗାଯୋଗ ନମ୍ବର ହେଉଛି 7008779043 )

 

 

 

 

Previous Post

ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା

Next Post

ଦିନକରେ ଦେଶରୁ ୩୨,୬୯୫ ପଜିଟିଭ୍, ଓଡ଼ିଶାରେ ୧୫ ହଜାର ପାର୍

Next Post
ଦିନକରେ ଦେଶରୁ ୩୨,୬୯୫ ପଜିଟିଭ୍, ଓଡ଼ିଶାରେ ୧୫ ହଜାର ପାର୍

ଦିନକରେ ଦେଶରୁ ୩୨,୬୯୫ ପଜିଟିଭ୍, ଓଡ଼ିଶାରେ ୧୫ ହଜାର ପାର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA