Wednesday, April 29, 2026 05:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ

by Our Correspondent
17 Mar, 2019- 11:15 PM
in Latest News, National, News
1 min read
0
ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କ୍ୟାନସର୍ ସହ ଜୀବନ ଲଢ଼େଇରେ ହାରିଗଲେ ମନୋହର ପାରିକର । ମାତ୍ର ୬୩ ବର୍ଷ ବୟସରେ ଆଜି ସଂସାରରୁ ବିଦାୟ ନେଇଛନ୍ତି ‘ମିଷ୍ଟର କ୍ଲିନ୍’ ଭାବେ ପରିଚିତ ଏହି ବିଚକ୍ଷଣ ରାଜନେତା । ଏବେକାର ରାଜନୀତିରେ ଯେଉଁ କେତେଜଣ ଦକ୍ଷ ଓ ଆଦର୍ଶବାଦୀ ନେତା ସମସ୍ତଙ୍କର ନମସ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ପାରିକର । ଏକ ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ ବୋଲି ତାଙ୍କୁ କୁହାଯାଉଥିଲା । କେବଳ ଗୋଆର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ନିଜର ଦକ୍ଷତା ଦେଖାଇଥିଲେ । ପାରିକରଙ୍କ ମୃତ୍ୟୁରେ ଦେଶ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇ ଦେଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ଦଳର ନେତୃବୃନ୍ଦ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ମୁମ୍ବାଇ ଆଇଆଇଟିରୁ ମେଟାଲର୍ଜିକାଲ୍ ଇଂଜିନିଂୟିଂରେ ଡିଗ୍ରୀ ହାସଲ କରିଥିବା ପାରିକର ସ୍କୁଲରେ ପାଠ ପଢ଼ିଲା ବେଳୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତି ଆକୃଷ୍ଟ ହୋଇଥିଲେ । ମାତ୍ର ୨୬ ବର୍ଷ ବୟସରେ ସେ ହୋଇଥିଲେ ସଂଘ ପ୍ରଚାରକ । ପରବର୍ତ୍ତୀ ସମୟରେ ସେ ବିଜେପିରେ ସକ୍ରିୟ ଭୂମିକା ନେଇଥିଲେ ।୧୯୯୧ ମସିହାରେ ଗୋଆରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୧୯୯୪ ମସିହାରେ ସେ ପ୍ରଥମ ଥର ବିଜୟର ସ୍ୱାଦ ଚାଖିଥିଲେ । ତାଙ୍କୁ ମିଶାଇ ୪ ଜଣ ବିଜେପି ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପାରିକରଙ୍କ ଉଦ୍ୟମ ଯୋଗୁଁ ଗୋଆରେ ବିଜେପିର ଶକ୍ତି ବଢ଼ିଥିଲା ଏବଂ ୨୦୦୦ ମସିହାରେ ତାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ବିଜେପି ସରକାର । ସର୍ବମୋଟ ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ ପାରିକର ।
୨୦୧୪ ନିର୍ବାଚନରେ ବିଜେପି ଫେସ୍ ଭାବେ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ପାରିକର । ୨୦୧୪ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ପାଇ ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିବା ପରେ ପାରିକରଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ କରାଯାଇଥିଲା । ମୋଦିଙ୍କର ସେ ଥିଲେ ଅତ୍ୟନ୍ତ ଅନୁଗତ ମନ୍ତ୍ରୀ । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ୨୦୧୬ ମସିହାରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ତେବେ ୨୦୧୭ ମସିହାରେ ଗୋଆ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଫେରି ଆସିଥିଲେ ପାରିକର ।
ଗତବର୍ଷ ଫେବୃଆରୀ ମାସରେ ପାରିକରଙ୍କୁ ପାନକ୍ରିଆଟିକ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ଚିକିତ୍ସା ପାଇଁ ମୁମ୍ବାଇ, ଦିଲ୍ଲୀ ଓ ନ୍ୟୁୟର୍କ ଯାଇଥିଲେ । କିଛି ମାସ ତଳେ ସେ ଗୋଆ ଫେରିଆସିଥିଲେ ମଧ୍ୟ ଅବସ୍ଥା ଠିକ୍ ରହୁ ନ ଥିଲା । ଫେବୃଆରୀ ମାସରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଗୋଆ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଦୁଇସପ୍ତାହ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ଶନିବାର ସକାଳେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା । ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆଜି ସଂଧ୍ୟାରେ ସେ ଆଖି ବୁଜିଦେଇଥିଲେ ।
ପାରିକରଙ୍କ ପତ୍ନୀ ମେଧା ପାରିକରଙ୍କର ୨୦୦୧ ମସିହାରୁ ମୃତୁ୍ୟ ହୋଇଯାଇଛି । ତାଙ୍କର ଦୁଇ ପୁଅ ଅଛନ୍ତି ।
Previous Post

ବୈଜୟନ୍ତଙ୍କ ଛକା ନିଶା, ଆଶାୟୀଙ୍କୁ କାଳ

Next Post

୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

Next Post
୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA