Thursday, July 2, 2026 02:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

by Our Correspondent
18 Mar, 2019- 05:57 PM
in Latest News, News, Politics
1 min read
0
୧୪ ବିଧାୟକଙ୍କ ଟିକେଟ କଟିଲା, ଲୋକସଭା ପାଇଁ ୮ ନୂଆ ମୁହଁ

– ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ବିଜେଡ଼ି ପ୍ରାର୍ଥୀ ତାଲିକା ଘୋଷିତ
– ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ
– ଲୋକସଭାରେ ୩, ବିଧାନସଭାରେ ୧୦ ମହିଳା ପ୍ରାର୍ଥୀ
– ହିଂଜିଳି ଓ ବିଜେପୁରରୁ ଏକ ସଙ୍ଗେ ଲଢ଼ିବେ ନବୀନ

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଆସନଗୁଡ଼ିକ ପାଇଁ ବିଜେଡ଼ିର ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏକମାତ୍ର ବଲାଙ୍ଗୀର ଲୋକସଭା ଆସନରେ କଳିକେଶ ସିଂହଦେଓ ଅପରିବର୍ତ୍ତିତ ରହିଥିବା ବେଳେ ୮ଟି ଆସନରେ ନୂଆ ପ୍ରାର୍ଥୀ ଦିଆଯାଇଛି । ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଆସନରୁ ପ୍ରାର୍ଥୀ କରାଯାଇଛି ।
ବିଧାନସଭା ପ୍ରାର୍ଥୀ ତାଲିକାରେ ୧୪ ଜଣ ବିଧାୟକଙ୍କୁ ବାଦ୍ ଦିଆଯାଇଛି । ବାଦ୍ ପଡ଼ିଥିବା ବିଧାୟକମାନେ ହେଲେ, କିଛି ଘଣ୍ଟା ପୂର୍ବରୁ ବିଜେଡ଼ିରୁ ଇସ୍ତଫା ଦେଇଥିବା ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ଭବାନୀପାଟଣାର ଅନାମ ନାଏକ, ନର୍ଲାର ଧନେଶ୍ୱର ମାଝୀ, ବ୍ରହ୍ମପୁରର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ଡ. ପ୍ରିୟାଂଶୁ ପ୍ରଧାନ, ମୋହନା ଶ୍ରୀମତୀ ବାସନ୍ତୀ ମଲ୍ଲିକ, ଆସ୍କା ଦେବରାଜ ମହାନ୍ତି, କବିସୂର୍ଯ୍ୟନଗର ଶ୍ରୀମତି ଭି.ସୁଜ୍ଞାନ କୁମାରୀ ଦେଓ, ଖଲିକୋଟ ପୂର୍ଣ୍ଣଚନ୍ଦ୍ର ସେଠୀ, ବାଲିଗୁଡ଼ା ରାଜୀବ ପାତ୍ର, ଦଶପଲ୍ଲା ପୂର୍ଣ୍ଣ ନାୟକ, କଂଟାବାଂଝୀ ଆୟୁବ ଖାଁ ଏବଂ ବିଜେପୁର ଶ୍ରୀମତୀ ରୀତା ସାହୁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂଜିଳି ଆସନ ସହ ବିଜେପୁର ଆସନରୁ ପ୍ରାର୍ଥୀ ହେବେ । ପଶ୍ଚିମ ଓଡ଼ିଶା ଜନସାଧାରଣଙ୍କ ଅନୁରୋଧକ୍ରମେ ସେଠାରୁ ଲଢ଼ିବାକୁ ଗୁରୁତ୍ୱର ସହ ଚିନ୍ତା କରୁଥିବା ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ବେଶ୍ ଗୁରୁତ୍ୱ ଦେଇଛନ୍ତି ନବୀନ । ଘୋଷିତ ୯ଟି ଲୋକସଭା ଆସନ ମଧ୍ୟରୁ କୋରାପୁଟ, ଆସ୍କା ଓ ସୁନ୍ଦରଗଡ଼ ଆସନରେ ସେ ମହିଳା ପ୍ରାର୍ଥୀ ଦେଇଛନ୍ତି । କୋରାପୁଟରେ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକାକା ପ୍ରାର୍ଥୀ ହୋଇଥିବା ବେଳେ ନିକଟରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରାଯାଇଛି । ଆସ୍କାରେ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ଜଣେ ମିଶନ ଶକ୍ତି ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ସେ ହେଉଛନ୍ତି ନାଳବନ୍ତର ସତସଙ୍ଗ ଏସଏଚଜି ର ଶ୍ରୀମତୀ ପ୍ରମିଳା ବିଶୋଈ । ସେହିଭଳି ବିଧାନସଭା ପାଇଁ ୧୦ ଜଣ ମହିଳାଙ୍କୁ ଟିକେଟ ଦେଇଛନ୍ତି ନବୀନ ।
ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଳିରେ ଥିବା ୯ ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ଆଜି ଘୋଷିତ ତାଲିକାରେ ସ୍ଥାନ ପାଇନାହିଁ । ଆସନ୍ତାକାଲି ଏହା ଘୋଷଣା ହେବ ବୋଲି ଜଣାପଡ଼ିଛି ।

ପ୍ରାର୍ଥୀ ତାଲିକା

କୋରାପୁଟ 
ବିଷମ କଟକ- ଜଗନ୍ନାଥ ସାରକା
ଗୁଣୁପୁର- ରଘୁନାଥ ଗମାଙ୍ଗୋ
ରାୟଗଡ଼ା- ଲାଲବିହାରି ହିମିରିକା
କୋରାପୁଟ- ରଘୁରାମ ପଡଲ
ଲକ୍ଷ୍ମୀପୁର- ପ୍ରଭୁ ଜାନୀ
ସାଂସଦ ପ୍ରାର୍ଥୀ: ଶ୍ରୀମତୀ କୌଶଲ୍ୟା ହିକାକା
ନବରଙ୍ଗପୁର
ନବରଙ୍ଗପୁର- ସଦାଶିବ ପ୍ରଧାନୀ
ଉମରକୋଟ- ସୁବାସ ଗଣ୍ଡ
ଡାବୁଗାଁ- ମନୋହର ରାନ୍ଧାରୀ
କୋଟପାଡ଼- ଶ୍ରୀମତୀ ପଦ୍ମିନୀ ଦିଆନ୍
ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା
ସାଂସଦ ପ୍ରାର୍ଥୀ: ରମେଶ ଚନ୍ଦ୍ର ମାଝୀ
କଳାହାଣ୍ଡି
ଭବାନୀପାଟଣା- ଦୁଷ୍ମନ୍ତ ନାଏକ
ନର୍ଲା- ଭୂପିନ୍ଦର ସିଂ
ଜୁନାଗଡ଼- ଦିବ୍ୟ ଶଙ୍କର ମିଶ୍ର
ଧର୍ମଗଡ଼- ମୌସୁଦି ବାଗ
ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ
ଖରିଆର- ଲମ୍ବୋଦର ନିଆଳ
ସାଂସଦ ପ୍ରାର୍ଥୀ: ପୁଷ୍ପେନ୍ଦ୍ର ସିଂହଦେଓ
ବ୍ରହ୍ମପୁର
ବ୍ରହ୍ମପୁର- ବିକ୍ରମ କୁମାର ପଣ୍ଡା
ଗୋପାଳପୁର- ଡ. ପ୍ରଦୀପ କୁମାର ପାଣିଗ୍ରାହୀ
ଦିଗପହଣ୍ଡି- ସୂର୍ଯ୍ୟନାରାୟଣ ପାତ୍ର
ଚିକିଟି- ଶ୍ରୀମତୀ ଉଷା ଦେବୀ
ଛତ୍ରପୁର- ସୁବାସ ଚନ୍ଦ୍ର ବେହେରା
ପାରଳାଖେମୁଣ୍ଡି- ଶ୍ରୀମତୀ କଲ୍ୟାଣୀ ଗଜପତି
ମୋହନା- ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ
ସାଂସଦ ପ୍ରାର୍ଥୀ: ଚନ୍ଦ୍ରଶେଖର ସାହୁ

ଫେଜ୍ -୨

ଆସ୍କା 
ଆସ୍କା- ଶ୍ରୀମତୀ ମଂଜୁଳା ସ୍ୱାଇଁ
ସୋରଡା- ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି- ଶ୍ରୀମତୀ ନନ୍ଦିନୀ ଦେବୀ
ହିଂଜିଳି- ନବୀନ ପଟ୍ଟନାୟକ
ପୋଲସରା- ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଶ୍ରୀମତୀ ଲତିକା ପ୍ରଧାନ
ଖଲିକୋଟ- ଶ୍ରୀମତୀ କେ.କେ. ସୂର୍ଯ୍ୟମଣି ବୈଦ୍ୟ
ସାଂସଦ ପ୍ରାର୍ଥୀ: ଶ୍ରୀମତୀ ପ୍ରମିଳା ବିଶୋଈ
କନ୍ଧମାଳ
ବାଲିଗୁଡ଼ା- ଚକ୍ରଧର କଅଁର
ଜି.ଉଦୟଗିରି- ସାଲୁଗା ପ୍ରଧାନ
ବୌଦ୍ଧ- ପ୍ରଦୀପ କୁମାର ଅମାତ
କଣ୍ଟାମାଳ- ମହୀଧର ରଣା
ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା- ରମେଶ ବେହେରା
ସାଂସଦ ପ୍ରାର୍ଥୀ: ଅଚ୍ୟୁତ ସାମନ୍ତ
ବଲାଙ୍ଗୀର
ଟିଟିଲାଗଡ଼-ଶ୍ରୀମତୀ ଟୁକୁନି ସାହୁ
ପାଟଣାଗଡ଼- ସରୋଜ ମେହେର
ସୋନପୁର- ନିରଞ୍ଜନ ପୂଜାରୀ
କଣ୍ଟାବାଂଝୀ-ଅଜୟ ଦାସ
ବୀରମହରାଜପୁର-ପଦ୍ମନାଭ ବେହେରା
ସାଂସଦ ପ୍ରାର୍ଥୀ: କଳିକେଶ ନାରାୟଣ ସିଂହଦେଓ
ବରଗଡ଼
ବରଗଡ଼-ଦେବେଶ ଆଚାର୍ଯ୍ୟ
ଅତାବିରା-ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
ଭଟଲି-ସୁଶାନ୍ତ ସିଂ
ପଦ୍ମପୁର-ବିଜୟ ରଞ୍ଜନ ସିଂ ବରିହା
ବିଜେପୁର-ନବୀନ ପଟ୍ଟନାୟକ
ଝାରସୁଗୁଡ଼ା-ନବ କିଶୋର ଦାସ
ସାଂସଦ ପ୍ରାର୍ଥୀ: ପ୍ରସନ୍ନ ଆଚାର୍ଯ୍ୟ
ସୁନ୍ଦରଗଡ଼
ସୁନ୍ଦରଗଡ଼-ଯୋଗେଶ କୁମାର ସିଂ
ରାଜଗାଙ୍ଗପୁର-ମଙ୍ଗଳା କିଷାନ
ତଳସରା-ଷ୍ଟିଫେନ୍ ସୋରେନ୍
ରାଉରକେଲା-ଶାରଦା ପ୍ରସାଦ ନାୟକ
ରଘୁନାଥପଲ୍ଲୀ-ସୁବ୍ରତ ତରାଇ
ବଣାଇ-ରଞ୍ଜିତ କିଷାନ୍
ସାଂସଦ ପ୍ରାର୍ଥୀ: ଶ୍ରୀମତୀ ସୁନୀତା ବିଶ୍ୱାଳ
Previous Post

ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ

Next Post

ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ

Next Post
ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ

ବିଜେଡ଼ିକୁ ଫେରିଲେ ପ୍ରଫୁଲ୍ଲ ଘଡ଼ାଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA