Wednesday, April 29, 2026 03:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କ ଛକା ନିଶା, ଆଶାୟୀଙ୍କୁ କାଳ

by Our Correspondent
17 Mar, 2019- 07:39 PM
in Latest News, News, Politics
1 min read
0
ବୈଜୟନ୍ତଙ୍କ ଛକା ନିଶା, ଆଶାୟୀଙ୍କୁ କାଳ
ଭୁବନେଶ୍ୱର: ବିଜେପିରେ ମିଶୁ ମିଶୁ ଉଚ୍ଚ ପଦପଦବୀ ପାଇଥିବା ବୈଜୟନ୍ତ ପଣ୍ଡା ଦଳର ମଉଡ଼ମଣି ହୋଇଛନ୍ତି । ନିର୍ବାଚନ ପାଇଁ ଦଳର କ୍ୟାପଟେନ୍ ଦାୟିତ୍ୱ ନେଇଛନ୍ତି । ଜାତୀୟ ଦଳରେ ଗୁରୁତ୍ୱ ପାଇବା ସାଙ୍ଗକୁ ବାହାମାସ ଟେନସନ୍ ମୁକ୍ତ ହୋଇଯାଇଥିବାରୁ ଫୁଲ୍ ଜୋସ୍ ରେ ଅଛନ୍ତି । ଡାକ୍ତର ଦାମୋଦର ରାଉତଙ୍କୁ ଦଳରେ ମିଶାଇବା ତାଙ୍କ ପାଇଁ ପ୍ରଥମ ଓଭରର ପ୍ରଥମ ବଲ୍ ରେ ଛକ୍କା ମାରିବାର ଅନୁଭବ ଆଣିଥିଲା । ଆଗକୁ କେତେ ସ୍କୋର ହେବ ତାହା ଗଣିବାକୁ ଲୋକ ଜଗେଇଥିବା ବୈଜୟନ୍ତ ତାଙ୍କ ହିସାବରେ ଆଉ ଦୁଇଟି ବଲରେ ଲାଗ ଲାଗ ଦୁଇଟି ଛକା ମାରିଛନ୍ତି । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ଗତକାଲି ଓ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ବିଜେପିରେ ମିଶାଇଛନ୍ତି ବୈଜୟନ୍ତ ।
ପରିତ୍ୟକ୍ତ ଓ ଆମଦାନୀ ନେତାଙ୍କୁ ବିଜେପିରେ ମିଶାଇବା ପାଇଁ ବୈଜୟନ୍ତ ଗୋଟିଏ ଫର୍ମାଟ୍ ଧରିଛନ୍ତି । ଥୋପ ଚାହିଁ ବସିଥିବା ନେତାଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ପିଆର ଟିମ୍ ଜରିଆରେ ସେମାନଙ୍କ ସହ କଥାବାର୍ତ୍ତ କରୁଛନ୍ତି । ସର୍ତ୍ତରେ ରାଜି କିମ୍ବା ଅନ୍ୟ ବ୍ୟବସ୍ଥା ହୋଇଗଲା ପରେ ଦଳ ଛାଡ଼ିବାର ଦିନ ଧାର୍ଯ୍ୟ କରାଯାଉଛି । ସେହି ଅନୁଯାୟୀ ସଂପୃକ୍ତ ନେତା ଇସ୍ତଫା ଦେଇ ସିଧା ଯାଉଛନ୍ତି ଦିଲ୍ଲୀ । ବିମାନରେ ଦିଲ୍ଲୀ ଯିବା ଆସିବା, ରହିବା, ଖାଇବା ପିଇବା ବ୍ୟବସ୍ଥା କିଛି ଦେବାକୁ ପଡୁନି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ହେଉଛି ଏବଂ ସେଠାରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, କନକ ବର୍ଦ୍ଧନ ସିଂହଦେଓ ଓ ଅରୁଣ ସିଂ ଉପସ୍ଥିତ ରହୁଛନ୍ତି । ମିଶ୍ରଣ ପର୍ବ ଓ ଭାଷଣବାଜିର ସିଧା ପ୍ରସାରଣ ହେଉଛି ବୈଜୟନ୍ତଙ୍କ ଟିଭିରେ । ସୌମ୍ୟ ବାବୁଙ୍କ ଟିଭି ବି ସିଧା ପ୍ରସାରଣର ସୁଯୋଗ ଛାଡୁନି । ଏହିଭଳି ସବୁ ବିଜେପି ଆଗନ୍ତୁକଙ୍କ ପାଇଁ ଏଇ ଗୋଟିଏ ଫର୍ମାଟ୍ ଲାଗୁ ହେଉଛି ।
ଖାଲି ବଳଭଦ୍ର, ପ୍ରକାଶ ନୁହଁନ୍ତି ଯୋଜନା ଅନୁୟୀ ବିରୋଧୀ ଶିବିରର ଅସନ୍ତୁଷ୍ଟ ସାଂସଦ ଓ ବିଧାୟକଙ୍କୁ ପଦ୍ମ ଧରାଇବେ ବୈଜୟନ୍ତ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ଦିନରାତି ଏକାକାର କରିଛନ୍ତି । ଭୁବନେଶ୍ୱରରୁ ଦିଲ୍ଲୀ ଯିବା ଆସିବା ତାଙ୍କ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ରୁ ପିଏମଜି ଯିବା ଭଳି ହୋଇଛି । ବିଜେଡ଼ି ଫଟାଓ ଅଭିଯାନରେ ତାଙ୍କୁ ନିଦ ନାହିଁ । ଏହି ଦାୟିତ୍ୱ ସହ ବୈଜୟନ୍ତ ରାଜ୍ୟ ବିଜେପିର ଦଇବ ବିଧାତା ବନିଛନ୍ତି । ରାଜ୍ୟ ବିଜେପିର ମଙ୍ଗ ଧରି ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ମାତ୍ ଦେଇଦେଲେଣି ।
ବୈଜୟନ୍ତଙ୍କ ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ପାଖାପାଖି ଡର୍ଜନେ ବିଜେଡ଼ି ବିଧାୟକ ଓ ସାଂସଦଙ୍କ ସହ ବୈଜୟନ୍ତ ଯୋଗସୂତ୍ରରେ ଅଛନ୍ତି । ଯୋଉମାନେ ବିଜେଡ଼ି ଟିକେଟ ପାଇବେନି ସେମାନଙ୍କ ପାଇଁ ବିଜେପି ଟିକେଟ ଖୋଲା ରଖାଯାଇଛି । ବିଜେପି ଟିକେଟ ସମ୍ଭବ ହୋଇ ନ ପାରିଲେ ସେମାନଙ୍କୁ ଅନ୍ୟତ୍ର ଥଇଥାନର ପ୍ରଲୋଭନ ଦିଆଯାଇଛି । ଖାଲି ସେତିକି ନୁହେଁ, ଗତଥର ବିଜେଡ଼ି ଟିକେଟରେ ନିର୍ବାଚନ ପରାଜୟ ଭୋଗିଥିବା କିଛି ନେତା ଏବଂ ପ୍ରତି ନିର୍ବାଚନମଣ୍ଡଳୀରେ ସାଂଗଠନିକ ଦବଦବା ଥିବା ଆଉ କିଛି ଆଶାୟୀ ବିଜେଡ଼ି ନେତାଙ୍କୁ ବୈଜୟନ୍ତ ଆଖି ପକାଇଛନ୍ତି । ଟଙ୍କା ଦେଇ ସେମାନଙ୍କୁ କିଣିବାକୁ ଯୋଜନା ହୋଇଛି । ବିଜେପିର ନିଜସ୍ୱ ବଳ ନ ଥିବା ଜାଣି ବି ବିଜେଡ଼ି ବଳରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ତାଙ୍କର ମନ । ପାଖରେ ଟଙ୍କା, ବୁଦ୍ଧି, କୌଶଳ ଥିଲେ କୌଣସି ଜିନିଷ ଅସମ୍ଭବ ନୁହେଁ ବୋଲି ଅଭିଜ୍ଞ ବୈଜୟନ୍ତ ସମ୍ଭବତଃ ତାଙ୍କ ନିଜର ଅତୀତରୁ ବୁଝିଛନ୍ତି ।
ତେବେ ବିଜେଡ଼ି ଘର ଭାଙ୍ଗିବା ଯୋଜନା ବିଜେପି ଘର ଭାଙ୍ଗିଦେବ ବୋଲି ଆଶଙ୍କା କଲେଣି ଦଳର ଅନେକ ପୁରୁଖା ନେତା । ସେମାନଙ୍କ ମତରେ, ବିଜେପିରେ ନୂଆ ପୁରୁଣା ବିବାଦ ଲାଗିରହିଥିବା ବେଳେ ବୈଜୟନ୍ତଙ୍କ ଆମଦାନୀ ଥିଓରି ସେହି ବିବାଦର ନିଆଁରେ ଝୁଣା ପକାଇଲା ଭଳି ହୋଇଛି । ଦୀର୍ଘ ୪ ବର୍ଷ ଧରି ଧର୍ମେନ୍ଦ୍ର ଦଳୀୟ ସଂଗଠନକୁ ସବଳ କରିବା ପାଇଁ ଉଦ୍ୟମ କଲାବେଳେ ବିଜେଡ଼ି ଓ କଂଗ୍ରେସର କିଛି ନେତାଙ୍କୁ ଆମଦାନୀ କରିଥିଲେ । ଯାହା ଦଳ ପାଇଁ ବୁମେରାଂ ହୋଇଛି । ଆମଦାନୀ ନେତାଙ୍କ ପ୍ରଭୁତ୍ୱ ଜାହିରକୁ ପୁରୁଣା ନେତା ଓ କର୍ମୀ ଗ୍ରହଣ କରିପାରିନାହାନ୍ତି । ଅନେକ ଜିଲ୍ଲାରେ ଏହି ବାଦ ବିବାଦ ଥିଲା ବେଳେ ଏବେ ବୈଜୟନ୍ତଙ୍କ ନେତୃତ୍ୱରେ ତ୍ୱରିତ ଅଭିଯାନ ଅଧିକ ସଙ୍କଟ ଡାକିଆଣିଛି । ବିଜେପିର ଦୀର୍ଘ ଦିନର ଆଶାୟୀମାନଙ୍କ ଜାଗାରେ ବିଜେଡ଼ି ଆମଦାନୀ ନେତାଙ୍କୁ ଟିକେଟ ଦେବା ଭୀଷଣ ମହଙ୍ଗା ପଡ଼ିବ ବୋଲି ସେମାନେ କହିଛନ୍ତି ।
Previous Post

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

Next Post

ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ

Next Post
ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ

ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA