Wednesday, April 29, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !

by Our Correspondent
17 Mar, 2019- 04:02 PM
in Latest News, News, Politics
1 min read
0
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ନବୀନ !
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି ବିଜେପି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ଜନସାଧାରଣ ତାଙ୍କୁ ସେଥିପାଇଁ ଅନୁରୋଧ କରିଛନ୍ତି ଏବଂ ସେମାନଙ୍କ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ବିଚାର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନିଜେ ଏହି ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସାଧାରଣରେ ଉତ୍କଣ୍ଠା ବଢ଼ିଯାଇଛି । ମୁଖ୍ୟମନ୍ତ୍ରୀ ଯଦି ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ କେଉଁ ଆସନରୁ ଲଢ଼ିବେ? ହିଞ୍ଜିଳିକାଟୁ ଛାଡ଼ିବେ ନା ଛାଡ଼ିବେନି? ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପଛରେ ବାଧ୍ୟବାଧକତା ନା ଆଉ କିଛି ଚାଲ୍? ଏସବୁ ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ।
ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ଗୁରୁତ୍ୱର ସହ ଚିନ୍ତା କରୁଥିବା ନେଇ ମୁଖ୍ୟମନ୍ତ୍ରୀ ମନଖୋଲି କହିବା ପରେ ପଶ୍ଚିମ ଓଡ଼ିଶା ରାଜନୀତି ନୂଆ ସମୀକରଣ ଆଡକୁ ଗତି କରିଛି । ମୁଖ୍ୟମନ୍ତ୍ରୀ ଯଦି ନିଷ୍ପତ୍ତି ନିଅନ୍ତି ତେବେ କେଉଁ ଆସନରୁ ଲଢ଼ିବେ ତାହାର ଅଙ୍କକଷା ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ପରିପ୍ରେକ୍ଷୀରେ ବିରୋଧୀ ଶିବିରର ରଣକୌଶଳ ବି ବଦଳିବାକୁ ବସିଲାଣି । ବିଜେଡ଼ି ମହଲର ଚର୍ଚ୍ଚା କହୁଛି, ପଶ୍ଚିମ ଓଡ଼ିଶାରେ ୯ଟି ଜିଲ୍ଲା ମଧ୍ୟରୁ ମୁଖ୍ୟମନ୍ତ୍ରୀ ଯେଉଁଠି ଚାହିଁବେ ଲଢ଼ିପାରିବେ ସେଥିରେ କୌଣସି ଅସୁବିଧା ନାହିଁ । ତେବେ ବରଗଡ଼ ଆସନରୁ ଲଢ଼ିବାକୁ ସେ ଅଧିକ ପସନ୍ଦ କରିପାରନ୍ତି । ଦେବେଶ ଆଚାର୍ଯ୍ୟଙ୍କୁ ଅନ୍ୟତ୍ର ପଠାଇବାରେ ଅସୁବିଧା ନାହିଁ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ’ଣ ତାହାର ଟେର୍ ପାଇବା କଷ୍ଟକର ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ପଶ୍ଚିମ ଓଡ଼ିଶାର ବିଜେଡ଼ି ମହଲରେ ଖୁସି ଖେଳିଯାଇଛି । କର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ସତରେ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ଉତ୍ସାହିତ କର୍ମୀମାନେ ବିଶ୍ୱାସ କରିପାରୁନାହାନ୍ତି । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଆଗମନକୁ ସ୍ୱାଗତ କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ଓ ତାଙ୍କର କାର୍ଯ୍ୟକୁ ଗଭୀର ଭାବରେ ଭଲ ପାଆନ୍ତି । ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳରୁ ପ୍ରତିନିଧିତ୍ୱ କଲେ ଲୋକଙ୍କ ଭଲପାଇବାର ପ୍ରତିଦାନ ହେବ ବୋଲି ସେମାନେ କହିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏବେକାର ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ମଧ୍ୟ ପ୍ରବଳ ଚର୍ଚ୍ଚା । କ୍ରମାଗତ ଚତୁର୍ଥ ଥର ପାଇଁ ହିଞ୍ଜିଳିବାସୀ ନବୀନଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପରେ ଏବେ ପଞ୍ଚମପାଳିକୁ ଅପେକ୍ଷା କରିଛନ୍ତି । ନବୀନଙ୍କ ପ୍ରତି ହିଞ୍ଜିଳିବାସୀଙ୍କର ପ୍ରବଳ ଭଲ ପାଇବା ଅଛି ଏବଂ ସେ ହିଁ ଏଠାକାର ପ୍ରତିନିଧି ବୋଲି ମାନସିକସ୍ତରରେ ପ୍ରସ୍ତୁତି ହୋଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିଲେ ବି ହିଞ୍ଜିଳି ଛାଡ଼ିବେ ନାହିଁ ବୋଲି ହିଞ୍ଜିଳି ବିଜେଡ଼ି କର୍ମୀମାନେ ବିଶ୍ୱାସ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କ’ଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା ।
Previous Post

ନବୀନ ନିବାସରେ ଦିଲ୍ଲୀପ ରାୟ

Next Post

ବୈଜୟନ୍ତଙ୍କ ଛକା ନିଶା, ଆଶାୟୀଙ୍କୁ କାଳ

Next Post
ବୈଜୟନ୍ତଙ୍କ ଛକା ନିଶା, ଆଶାୟୀଙ୍କୁ କାଳ

ବୈଜୟନ୍ତଙ୍କ ଛକା ନିଶା, ଆଶାୟୀଙ୍କୁ କାଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA