ଗଜପତି() ମୋହନା ବ୍ଲକ୍ ବିରିକୋଟରେ ଏକ ଜଳ ବିଭାଜିକା ପ୍ରକଳ୍ପ ଉଦଘାଟିତ ହୋଇଛି । ଆଦିବାସୀଙ୍କ ଜୀବନଜୀବିକାରେ ଉନ୍ନତି ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପରେ କ୍ରାଥୋଲିକ୍ ରିଲିଫ ସର୍ଭିସ୍(ସିଆରଏସ)ଏବଂ ନାବାର୍ଡ ପୁଞ୍ଜିନିବେଶ କରିବେ । ରାୟଗଡ଼ାର ସ୍ୱେଚ୍ଛାସେବୀ ସଂଗଠନ ସୋସାଇଟ ଫର୍ ଲଫେୟାର୍ ଆନିମେସନ୍ ଆଣ୍ଡ ଡେଭେଲପମେଣ୍ଟ ଜଳ ବିଭାଜିକା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବ । ଏହି ପ୍ରକଳ୍ପ ଅଧୀନରେ ୪ ଟି ମାଇକ୍ରୋ ଟରସେଡ୍ ରହିବ । ଯେଉଁଥିରୁ ୧୭ଟି ରାଜସ୍ୱ ଗ୍ରାମର ୯୧୪ ଟି ପରିବାର ଉପକୃତ ହେବେ । ୩୭ ଶହ ଏକର ଜମି ଜଳସେଚିତ ହୋଇପାରିବ । ପ୍ରକଳ୍ପ ଉଦଘାଟନରେ ସିଆରଏସ, ନାବାର୍ଡ ଏବଂ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।