ଭୁବନେଶ୍ୱର: ଜାପାନ ଟୋକିଓ ସହରର ଏକ ହୋଟେଲରେ ରୋଷେୟା କାମ କରୁଥିବା ଦୁଇ ଓଡ଼ିଆ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍ ବାହାରୁଦ୍ଦିନ୍ । ରୋଷେଇ କରୁଥିବା ବେଳେ ଗ୍ୟାସ୍ ନିର୍ଗତ କାରଣରୁ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିଲେ । ପୁଅର ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ସେମାନଙ୍କ ଶବକୁ ଓଡ଼ିଶା ଆଣିବା ପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ସହାୟତା ପାଇଁ ଆଗେଇ ଆସିଥିଲେ ‘ମୋ ପରିବାର’ ।








