Thursday, April 30, 2026 07:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜାଭଡ଼େକରଙ୍କ ବାଚାଳାମୀ !

by Our Correspondent
06 Oct, 2017- 03:37 PM
in Latest News, Politics
1 min read
0
ଜାଭଡ଼େକରଙ୍କ ବାଚାଳାମୀ !
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଭୁବନେଶ୍ୱର ଆସି କହିଛନ୍ତି ଟଙ୍କିକିଆ ଚାଉଳ ନବୀନଙ୍କ ନୁହେଁ, ମୋଦିଙ୍କର । ଜାଭେଡ଼କରଙ୍କ ଏହି ମନ୍ତବ୍ୟ ଉପରେ ରାଜ୍ୟ ବିଜେପି ନେତାମାନଙ୍କ ଛାତି ଆହୁରି କୁଣ୍ଢେମୋଟ ହୋଇଛି । ସତେ ଯେମିତି ମୋଦି ତାଙ୍କ ତାଙ୍କ ନିଜ ପକେଟରୁ ଓଡ଼ିଆ ଲୋକଙ୍କ ପେଟକୁ ଟଙ୍କିକିଆ ଚାଉଳ ଦେଉଛନ୍ତି । ଗଣମାଧ୍ୟମରେ ଏହା ଉପରେ ସଜ ବିତର୍କ କରି ଓଡ଼ିଆଙ୍କୁ ପୁଣି ଭକୁଆ ବନେଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଆଦୌ ପ୍ରାସଙ୍ଗିକତା ରଖୁ ନ ଥିବା ଚାଉଳ ପ୍ରସଙ୍ଗକୁ ଆଣି ରାଜନୈତିକ ହଟଚମଟ ସୃଷ୍ଟି କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପାଟିରେ ଏଭଳି ଅପ୍ରାସଙ୍ଗିକ କଥା ଉଠାଇ ବିଜେପି ଲୋକଙ୍କ ମନରେ ଅଯଥା ଭ୍ରମ ସୃଷ୍ଟି କରୁଛି ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି ।
ଟଙ୍କିକିଆ ଚାଉଳରେ ବିଜେପି ପାଖରେ ନୂଆ ଗଣିତ ନାହିଁ । ସେହି ପୁରୁଣା ପାଠ ଘୋଷି ଘୋଷି ସେମାନେ ଥକି ସାରିଛନ୍ତି । ବଡ଼ ବଡ଼ ବ୍ୟାନର, ହୋଡିଂ ଜରିଆରେ ଲୋକଙ୍କୁ ଟଙ୍କିକିଆ ଚାଉଳ ପାଠ ପଢ଼ାଇ ସାରିଛନ୍ତି । ଫଳ କ’ଣ ହୋଇଛି ସେମାନେ ଜାଣିଛନ୍ତି । ହେଲେ ହଠାତ୍ ଏହାର ପୁଣି କି ଆବଶ୍ୟକତା ପଡ଼ିଲା ? ଜାଭଡ଼େକରଙ୍କ ପାଟିରୁ ଅଦିନ ମେଘ ପରି ଏହି ପ୍ରସଙ୍ଗ କାହିଁକ ଖସିଲା ? ଯଦି ଉଠାଇଲେ ତାଙ୍କର ହିତାହିତ ଜ୍ଞାନକୁ ଭୁଲିଗଲେ କେମିତି ? ଏକଥା ସମସ୍ତଙ୍କୁ ଜଣା, ଓଡ଼ିଶା ଲୋକେ ଆଜି ନୁହେଁ ୨୦୦୮ ମସିହାରୁ ପ୍ରଥମେ ଦି ଟଙ୍କାରେ ଚାଉଳ ପାଇଥିଲେ । ପରେ ଟଙ୍କାକରେ ପାଇଲେ । ସେଥିରେ କେନ୍ଦ୍ର-ରାଜ୍ୟର ଭାଗିଦାର କଥାକୁ କେହି ଅସ୍ୱୀକାର କରୁନାହାନ୍ତି । କିନ୍ତୁ ତାହା ଏକ୍ସକ୍ଲୁସିଭିଲି ମୋଦିଙ୍କ ଚାଉଳ କିଭଳି ହେଲା ତାହା ଜମାରୁ ବୁଝିହେଉନି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କେହି କେହି ବାଚାଳାମୀ କହୁଥିଲା ବେଳେ ରାଜନୀତି ପଣ୍ଡିତମାନେ ବିଜେପିର ଏହା ଅହଂକାର ଓ ଶସ୍ତା ରାଜନୀତି ବୋଲି କହିଛନ୍ତି ।
ଅର୍ଥନୀତି ଓ ବିମୁଦ୍ରାକରଣ ମାଡରେ ନିଜ ଦଳରୁ ଘାଇଲା ହୋଇଥିବା ମୋଦି ଟିମ୍ ର ବାଚାଳାମୀକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଓଡ଼ିଶା ପରିପ୍ରେକ୍ଷୀରେ, ଶୂନ୍ୟରୁ ତୋଳିଲା ଭଳି ବିଜେପି ନେତା ଓ ତାଙ୍କ କେନ୍ଦ୍ରମନ୍ତ୍ରୀମାନଙ୍କର ଆଚରଣ ଓ ଉଚ୍ଚାରଣ ଲୋକଙ୍କ ସମର୍ଥନ/ସହାନୁଭୂତି ବଦଳରେ କ୍ରୋଧ ଓ ବିରକ୍ତି ଆଣିଛି । ବାସ୍ତବ ଇସ୍ୟୁ ଛାଡ଼ି ନିଜ ଜାଗିରି ସମ୍ପତ୍ତି ଭଳି ସେମାନଙ୍କର ତୋଡ଼କୁ ଲୋକେ ଗ୍ରହଣ କରିନାହାନ୍ତି । ମାସକୁ ଗଣ୍ଡେ ଲେଖାଏଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ଏମିତିକା ବିଭ୍ରାନ୍ତିକର କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ନିଜ ସପକ୍ଷରେ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି । ମିସନ୍ ୧୨୦ ପ୍ଲସ୍ ର ଏହା ଏକ ଷ୍ଟ୍ରାଟେଜି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଏମିତି ଢ଼ଙ୍ଗରେ ବିଜେପି ପ୍ରଚାର କଲେ ଲୋକଙ୍କ ଆଦର ନୁହେଁ, ବରଂ ଲୋକଙ୍କ ପାହାର ଖାଇବେ ବୋଲି ଦଳର ଜଣେ ବରିଷ୍ଠ ଅସନ୍ତୁଷ୍ଟ ନେତା କହିଛନ୍ତି ।
Previous Post

ବିଜେଡ଼ି ପାଇଁ ବବି କଣ୍ଟା !

Next Post

୧୨୦ ଲକ୍ଷ୍ୟରେ କଂଗ୍ରେସ ବଟୱାରା

Next Post
୧୨୦ ଲକ୍ଷ୍ୟରେ କଂଗ୍ରେସ ବଟୱାରା

୧୨୦ ଲକ୍ଷ୍ୟରେ କଂଗ୍ରେସ ବଟୱାରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA