Wednesday, April 29, 2026 09:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୨୦ ଲକ୍ଷ୍ୟରେ କଂଗ୍ରେସ ବଟୱାରା

by Our Correspondent
07 Oct, 2017- 02:34 PM
in Latest News, Politics
1 min read
0
୧୨୦ ଲକ୍ଷ୍ୟରେ କଂଗ୍ରେସ ବଟୱାରା
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପି ଟିମ୍ ର ଫୋକସ୍ ରାଜ୍ୟ କଂଗ୍ରେସ ଉପରେ କେନ୍ଦ୍ରୀଭୂତ ହୋଇଛି । କଂଗ୍ରେସକୁ ନିଶ୍ଚିନ୍ନ କରିଦେବାକୁ ସେମାନେ ଯୋଜନା କରିଛନ୍ତି । ବିଜେଡ଼ି ସହ ୱାନ୍ ଟୁ ୱାନ୍ ଫାଇଟ୍ କରି ୧୨୦ ପ୍ଲସ୍ ଆସନ ହାତେଇବାକୁ ସେମାନଙ୍କର ଯୋଜନା । ଏହି ସୋଲ୍ ଯୋଜନାର ଶୁଭାରମ୍ଭ ହେଉଛି ୧୪ ତାରିଖରେ । ସେଦିନ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାର ସମେତ କଂଗ୍ରେସର ଥାକେ ପୂର୍ବତନ ବିଧାୟକ ଓ ଜିଲ୍ଲାୱାରି ପ୍ରଭାବଶାଳୀ ନେତା ବିଜେପିରେ ମିଶିବେ । ଏହି ମିଶ୍ରଣ ପର୍ବ ନିରନ୍ତର କରିବାକୁ ଧର୍ମେନ୍ଦ୍ରଙ୍କ ଟିମ୍ ୨୪ ଘଣ୍ଟିଆ ଅପରେସନ୍ ଆରମ୍ଭ କରିଛନ୍ତି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ବଡ଼ ସିଷ୍ଟମେଟିକ୍ ଢ଼ଙ୍ଗରେ ବିଜେପି ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । ୧୪୭ ଟି ଯାକ ନିର୍ବାଚନମଣ୍ଡଳୀର ବଛା ବଛା କଂଗ୍ରେସ ନେତାଙ୍କ ତାଲିକା ବନାଯାଇଛି । ଧର୍ମେନ୍ଦ୍ରଙ୍କ କୋର୍ ଟିମ୍ ସଦସ୍ୟମାନେ ସେମାନଙ୍କ ସହ ଯୋଗସୂତ୍ର କରୁଛନ୍ତି । ସ୍ଥାନୀୟ ବିଜେପି ନେତାଙ୍କ ମାଧ୍ୟମରେ ପ୍ରାରମ୍ଭିକ ଆଲୋଚନା ପରେ ସଂପୃକ୍ତ କଂଗ୍ରେସ ନେତାଙ୍କୁ ସିଧା ଯାଇ ଭେଟୁଛନ୍ତି ଧର୍ମେନ୍ଦ୍ରଙ୍କ କୋର୍ ଟିମ୍ ସଭ୍ୟ । ସେହି କଂଗ୍ରେସ ନେତାଙ୍କୁ ଧର୍ମେନ୍ଦ୍ରଙ୍କ ସହ ଟେଲିଫୋନ୍ ରେ ସିଧାସଳଖ କଥାବାର୍ତ୍ତା କରାଇ ଦିଆଯାଉଛି । ‘ଆମ ଦଳକୁ ଆସନ୍ତୁ । ଆପଣଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ । କୌଣସିଥିରେ ଅସୁବିଧା କରାଯିବନି । କ’ଣ ଚାହୁଁଛନ୍ତି ସିଧାସଳଖ କୁହନ୍ତୁ’ । ନିଜେ ଧର୍ମେନ୍ଦ୍ର ଏଭଳି କଥା ହେଉଛନ୍ତି । ଆଉ ତାହାକୁ ଫଲୋ ଅପ୍ କରୁଛନ୍ତି କୋର୍ ଟିମ୍ । ଖୋଦ୍ ଧର୍ମେନ୍ଦ୍ରଙ୍କଠାରୁ ଲୋଭନୀୟ ପ୍ରତିଶ୍ରୁତି ପାଇଲା ପରେ ଅଲୋଡା ଓ ଅଣନିଶ୍ୱାସୀ କଂଗ୍ରେସ ନେତାଙ୍କ ମନ ବିଜେପି ଆଡକୁ ଢ଼ଳୁଥିବା ବିଭିନ୍ନ ଜିଲ୍ଲାରୁ ଖବର ମିଳିଛି ।
କଂଗ୍ରେସ ଭଙ୍ଗୁଆର ଥିଓରି ଧରି ବିଜେପି ଚତୁର ଖେଳ ଖେଳୁଛି । କଂଗ୍ରେସ ଦୁର୍ବଳ ହେଲେ ବିଜେପିର ଫାଇଦା । ଅଣ ବିଜେଡ଼ି ଭୋଟ ସିଧାସଳଖ ବିଜେପି ପାଖକୁ ଯିବ । କଂଗ୍ରେସ ଶକ୍ତିଶାଳୀ ହେଲେ ବିଜେଡ଼ି ବିରୋଧୀ ଭୋଟ କଂଗ୍ରେସ ଓ ବିଜେପି ମଧ୍ୟରେ ବାଣ୍ଟି ହୋଇଯିବ । ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ତାକୁ ଧୂଳିସାତ୍ କରିବାରେ ବେଶୀ କସରତ୍ ପଡ଼ିବ ନାହିଁ ବୋଲି ବିଜେପି ହିସାବ କରିଛି । ତେଣୁ ବିଜେଡ଼ି ଘର ଭାଙ୍ଗିବାରେ ଶକ୍ତି ନ ଖଟାଇ କଂଗ୍ରେସ ପଛରେ ସେତିକି ଶକ୍ତି ଖଟାଇଲେ ବିଜେପିକୁ ଜବରଦସ୍ତ ଫାଇଦା ଆସିବ ବୋଲି ଶାହା-ଧର୍ମେନ୍ଦ୍ର ଯୋଡି ବୁଦ୍ଧି ଖଟାଇଛନ୍ତି । ଅପ୍ରତିଦ୍ୱନ୍ଦୀ ନବୀନଙ୍କୁ ହଟାଇ ୧୨୦ ପ୍ଲସ୍ ହାସଲର ଏହା ହିଁ ଅସଲ ଚାବିକାଠି ବୋଲି ସେମାନେ ହୃଦୟଙ୍ଗମ କରିଛନ୍ତି । ଆଉ ସେହି ଅନୁଯାୟୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବିଜେପିର ଜଣେ ତୁଙ୍ଗ ନେତା ସ୍ୱୀକାର କରିଛନ୍ତି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଅବିଭକ୍ତ ପୁରୀ,କଟକ,ଗଂଜାମ, କୋରାପୁଟ, କଳାହାଣ୍ଡିର ବହୁ ପ୍ରଭାବଶାଳୀ କଂଗ୍ରେସ ନେତା ବିଜେପି ଚକରରେ ପଡ଼ିସାରିଥିବା ଜଣାପଡ଼ିଛି । ପୂର୍ବତନ କଂଗ୍ରେସ ବିଧାୟକ ନିମାଇଁ ସରକାର, ଦୁଷ୍ମନ୍ତ ନାୟକ ସେମାନଙ୍କ ସମର୍ଥକଙ୍କ ସହ ଆସନ୍ତା ୧୪ ତାରିଖରେ ବିଜେପିରେ ମିଶୁଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ୧୪ ତାରିଖରେ ସମ୍ଭବ ନ ହେଲେ ମଧ୍ୟ ଖୁବ୍ ଶୀଘ୍ର ସେମାନେ ବିଜେପିରେ ମିଶିବେ ବୋଲି ଖୋଦ୍ କଂଗ୍ରେସ ମହଲରୁ ଜଣାପଡ଼ିଛି ।
Previous Post

ଜାଭଡ଼େକରଙ୍କ ବାଚାଳାମୀ !

Next Post

ଶାହାଙ୍କ ପାଇଁ ଶନିଦଶା

Next Post
ଶାହାଙ୍କ ପାଇଁ ଶନିଦଶା

ଶାହାଙ୍କ ପାଇଁ ଶନିଦଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA