Thursday, April 30, 2026 07:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାହାଙ୍କ ପାଇଁ ଶନିଦଶା

by Our Correspondent
09 Oct, 2017- 08:40 PM
in Latest News, Politics
1 min read
0
ଶାହାଙ୍କ ପାଇଁ ଶନିଦଶା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସିଲା ବେଳକୁ ବିଜେପିକୁ ଶନିଦଶା ଆଣିଛନ୍ତି ଖୋଦ୍ ଅମିତ୍ ଶାହା । ନିଜକୁ ସ୍ୱଚ୍ଛ ଓ ଭ୍ରଷ୍ଟାଚାର ବିରୋଧୀ ନେତା ବୋଲାଉଥିବା ଶାହାଙ୍କ ପରିବାର ଉପରେ ଆସିଛି ଭ୍ରଷ୍ଟାଚାର ଆରୋପ । ଇଂରାଜୀ ୱେବସାଇଟ୍ ‘ଦ ଓୟାର୍’ ର ଖୁଲାସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶାହାଙ୍କ ଭାବମୂର୍ତ୍ତିରେ କଳଙ୍କ ବୋଳିଛି । ଅମିତ୍ ଶାହାଙ୍କ ପୁଅ ଜୟ ଙ୍କ କମ୍ପାନୀ ସମ୍ପତ୍ତି ବର୍ଷକରେ ୧୬ ହଜାର ଗୁଣା ବୃଦ୍ଧି ପାଇଛି । ଏହା ଛନଛନି ଖବର ନୁହେଁ, ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍ (ଆରଓସି) କାଗଜପତ୍ର ତଥ୍ୟ ଦେଇ ଖବର କରିଛି ‘ଦ ଓୟାର’ । ଏହି ଖବର ବିରୋଧରେ ଜୟ ଆଜି ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଥିଲେ ମଧ୍ୟ ବଦନାମ ଫାସରେ ଫସିଛନ୍ତି ଶାହା ବାପ-ପୁଅ । ସାରା ଦେଶରେ ଖବରଟି ହଇଚଇ ସୃଷ୍ଟି କରିଛି ।
‘ଦ ଓୟାର୍’ ଲେଖିଛି, ୨୦୧୪-୧୫ ରେ ଜୟଙ୍କ କମ୍ପାନୀ ଟେମ୍ପଲ୍ ଏଣ୍ଟରପ୍ରାଇଜ୍ ପ୍ରାଇଭେଟ୍ ଲିମିଟେଡ଼ ମାତ୍ର ୫୦ ହଜାର ଟଙ୍କାର କାରବାର କରିଥିଲା । ୨୦୧୫-୧୬ ରେ ଏହା ୮୦ କୋଟି ୫୦ ଲକ୍ଷରେ ପହଞ୍ଚିଛି । ଅର୍ଥାତ୍ ବର୍ଷକରେ କମ୍ପାନୀ ଟର୍ଣ୍ଣଓଭର୍ ୧୬ ହଜାର ଗୁଣା ବୃଦ୍ଧି ପାଇଛି । ପୁଣି କେତେବେଳେ ? ଯେତେବେଳେ କି ଜୟଙ୍କ କମ୍ପାନୀ ଏକ ଫାଇନାନସିଆଲ୍ ସର୍ଭିସେସ୍ ଫାର୍ମଠାରୁ ୧୫.୭୮ କୋଟି ଟଙ୍କାର ଅନସିକୋରଡ୍ ଲୋନ୍ ଆଣିଛି । ପୁଣି ଲୋନ୍ ଦାତା ଏହି ଫାର୍ମର ମାଲିକ ରାଜେଶ ଖାୱାଲା ହେଉଛନ୍ତି ରାଜ୍ୟସଭା ସାଂସଦ ତଥା ରିଲାଏନସ୍ କମ୍ପାନୀର ଟପ୍ ଏକଜ୍ୟୁଟିଭ୍ ପରିମଲ ନାଥୱାନିଙ୍କ ସମୁଦି । ସେଥିରେ ଆହୁରି ଅନେକ ରୋଚକ ତଥ୍ୟ ବି ରହିଛି । ମୋଟାମୋଟି ଭାବେ ନରେନ୍ଦ୍ର ମୋଦି ଓ ଅମିତ୍ ଶାହା କ୍ଷମତାକୁ ଆସିଲା ପରେ ଜୟ ଶାହାଙ୍କ କମ୍ପାନୀ ସମ୍ପତ୍ତି ବର୍ଷକେ କଳ୍ପନାତୀତ ୧୬ ହଜାର ଗୁଣା ବୃଦ୍ଧି ପାଇଥିବା ଓୟାର ଦର୍ଶାଇଛି । ଉପା ସରକାର ଅମଳରେ ସୋନିଆ ଗାନ୍ଧୀଙ୍କ ଜୋଇଁ ରବର୍ଟ ଭଦ୍ରଙ୍କ ରିୟଲ୍ ଇଷ୍ଟେଟ୍ ବେପାର ମାଲେମାଲକୁ ନେଇ ତୁମ୍ବିତୋଫାନ କରିଥିବା ବିଜେପିକୁ ଓୟାର ରିପୋର୍ଟ ଖାଲି ଚଟକଣି ହୋଇନି ବରଂ ରାଜନୈତିକ ସ୍ଥିତିକୁ ଦୋହଲାଇ ଦେଇଛି ।
ମୋଦିଙ୍କ ବିମୁଦ୍ରାକରଣ ନୀତି ଖୋଦ୍ ଦଳ ଭିତରୁ ସମାଲୋଚନାର ଶରବ୍ୟ ହୋଇଥିଲା ବେଳେ ଅମିତ୍ ଶାହାଙ୍କ ପୁତ୍ରଙ୍କ କମ୍ପାନୀ ସମ୍ପତ୍ତି ଏଥିରେ ନିଆଁ ଲଗାଇଛି । ଅମିତ ଓ ତାଙ୍କ ପୁଅ ହିଁ ବିମୁଦ୍ରାକରଣର ଠିକ୍ ଲାଭ ଉଠାଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏଠି ଓଡ଼ିଶାରେ ମଧ୍ୟ ଜୟ ଶାହାଙ୍କ ସମ୍ପତ୍ତି ରାଜନୀତି ଜୋର୍ ହୋଇଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଜୟଙ୍କ ସମ୍ପତ୍ତି ବୃଦ୍ଧିକୁ ତାତ୍ସଲ୍ୟ କରିଛନ୍ତି । ଏହାକୁ ମୋଦି ସରକାରଙ୍କ ‘ଜୟ କା ବିକାଶ’ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟାକ୍ଷ କରିଛନ୍ତି । ବିଜେପିକୁ ମାଡ଼ ପାଇଁ ବିଜେଡ଼ିକୁ ମଧ୍ୟ ଏହା ବଢ଼ିଆ ଅସ୍ତ୍ର ହୋଇଛି । ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କଠାରୁ ଆରମ୍ଭ କରି ଦଳର ମୁଖପାତ୍ରମାନେ ମୋଦି ଓ ଅମିତଙ୍କୁ ଆକ୍ରମଣ ଆରମ୍ଭ କରିଛନ୍ତି । ସୋସିଆଲ୍ ମିଡ଼ିଆରେ ଆକ୍ରମଣ ତୀବ୍ର ହୋଇଛି । କଂଗ୍ରେସ ଓ ବିଜେଡ଼ିର ଆକ୍ରମଣରେ ବିଜେପିର ବଡ଼ମୁଣ୍ଡଙ୍କ ପାଟି ଚୁପ୍ ରହିଥିବା ବେଳେ ମୁଖପାତ୍ର ସଜ୍ଜନ ଶର୍ମା ଚିରାଚରିତ ଢ଼ଙ୍ଗରେ କାଉଣ୍ଟର କରିଛନ୍ତି । ଖବରର ସତ୍ୟତା ନାହିଁ ବୋଲି କହିଛନ୍ତି ।
Previous Post

୧୨୦ ଲକ୍ଷ୍ୟରେ କଂଗ୍ରେସ ବଟୱାରା

Next Post

ଖତରାରେ ଗଣମାଧ୍ୟମ !

Next Post
ଖତରାରେ ଗଣମାଧ୍ୟମ !

ଖତରାରେ ଗଣମାଧ୍ୟମ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA