Thursday, April 30, 2026 06:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜିତୁଙ୍କୁ ହଟାଇ ରୋହିତଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମ

by Our Correspondent
23 Sep, 2019- 04:18 PM
in Latest News, News, Politics
1 min read
0
ଜିତୁଙ୍କୁ ହଟାଇ ରୋହିତଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମ
ଭୁବନେଶ୍ୱର: ଧର୍ମଶାଳାର ଦୁଇ ଥରର ଯୁବ ବିଧାୟକ ପ୍ରଣବ(ଜିତୁ) ବଳବନ୍ତରାୟଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବୀରୁ ହଟାଯାଇଛି । ସେହି ପଦବୀଟି ରୋହିତ ପୂଜାରୀଙ୍କୁ ଫେରାଇ ଦିଆଯାଇଛି । ରେଢ଼ାଖୋଲ ବିଧାନସଭା ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ରୋହିତ ଗତ ବିଧାନସଭାରେ ସେହି ଉପମୁଖ୍ୟ ସଚେତକ ପଦରେ ଥିଲେ । ଏଥର ସେ ମନ୍ତ୍ରୀ ପଦ ପାଇଁ ଆଶା ବାନ୍ଧିଥିଲେ । ମାତ୍ର ମନ୍ତ୍ରୀ ହେବାର ସୌଭାଗ୍ୟ ତ ମିଳିଲାନି, ବରଂ ଦଳରେ ସେ ଉପେକ୍ଷିତ ହୋଇଗଲେ । ଯାହାକି ରୋହିତଙ୍କୁ ଅସନ୍ତୁଷ୍ଟ କରିଦେଇଥିଲା । ବିଜେପୁର ଉପନିର୍ବାଚନ ଦୃଷ୍ଟିରୁ ସମ୍ଭବତଃ ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ଯୁବନେତାଙ୍କୁ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ।
ଅନ୍ୟପକ୍ଷରେ, ମାତ୍ର ତିନି ମାସ ତଳେ ଉପମୁଖ୍ୟ ସଚେତକ ପଦବୀରେ ନିଯୁକ୍ତି ପାଇଥିବା ଜିତୁ ବଳବନ୍ତରାୟଙ୍କୁ ଅଚାନକ ହଟାଇ ଦିଆଯିବା ବିଜେଡ଼ି ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି । ରୋହିତ ପୂଜାରୀଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଭାବଶାଳୀ ଜିତୁଙ୍କୁ କ’ଣ ବଳି ଦିଆଗଲା କି ବୋଲି ପ୍ରଶ୍ନ ହେଉଛି । ତେବେ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିତୁଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ଯୋଜନା ହୋଇଛି । ତାଙ୍କୁ ସନ୍ତୁଷ୍ଟ କରିବାକୁ ଦୁଇଟି ବିକଳ୍ପ ରାସ୍ତା ରହିଛି । ଗୋଟିଏ ହେଲା, ଯୁବ ବିଜେଡ଼ି ସଭାପତି ଏବଂ ଅନ୍ୟଟି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଦୁଇଟି ଯାକ ପଦବୀ ଉପମୁଖ୍ୟ ସଚେତକ ପଦର ଉତ୍ତମ ବିକଳ୍ପ ହୋଇଥିବାରୁ ଜିତୁ ଖୁସି ରହିବେ ବୋଲି କୁହାଯାଉଛି ।
ଉପମୁଖ୍ୟ ସଚେତକ ପଦବୀ ଫେରି ପାଇଥିବା ରୋହିତ ପୂଜାରୀ ଖୁସି ଅଛନ୍ତି ନା ନାହିଁ ଜଣାପଡ଼ିନାହିଁ । କାରଣ ଏଥର ଖାଲି ମନ୍ତ୍ରୀ ନୁହେଁ, କ୍ୟାବିନେଟ୍ ମନ୍ତ୍ରୀ ହେବେ ବୋଲି ତାଙ୍କର ଆଶା ଥିଲା । ମାତ୍ର କିଛି ହୋଇ ନ ପାରିବାରୁ ତାଙ୍କର ମନ ମରିଯାଇଥିଲା । ଅସନ୍ତୁଷ୍ଟ ଚରମ ସୀମାରେ ପହଞ୍ଚଥିଲା । ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରୋହିତଙ୍କୁ ତାଙ୍କ ପୂର୍ବ ଜାଗାରେ ଥଇଥାନ କରିଥିବା କୁହାଯାଉଥିଲେ ମଧ୍ୟ ରୋହିତଙ୍କୁ ଏହା କେତେ ଦୂର ସନ୍ତୁଷ୍ଟ କରିଛି ତାହା ଜଣାପଡ଼ିନାହିଁ । ରୋହିତଙ୍କ ପ୍ରତିକ୍ରିୟା ଜାଣିବାକୁ ଆମେ ଚେଷ୍ଟା କରିଥିଲୁ । ମାତ୍ର ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।
Previous Post

ଉତ୍ତରାଧିକାରୀ ଲୋକେ ବାଛିବେ କହିଲେ ନବୀନ

Next Post

ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ

Next Post
ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ

ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA