Thursday, April 30, 2026 07:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ

by Our Correspondent
23 Sep, 2019- 10:48 PM
in Latest News, News
1 min read
0
ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ
ଭୁବନେଶ୍ୱର: ପୋସ୍କୋ କଥା ଭୁଲି ଓଡ଼ିଶା ସହ ନୂଆ ସମ୍ପର୍କରେ ଯୋଡି ହେବାକୁ ଯାଉଛି କୋରିଆ । ତେବେ ଏଥର ଆଉ ଇସ୍ପାତ ଭଳି ମେଗା ଶିଳ୍ପ କ୍ଷେତ୍ରରେ ନୁହେଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ପୁଞ୍ଜି ଖଟାଇବାକୁ ଚାହିଁଛି । ବିଶେଷ କରି ଅଟୋ ମୋବାଇଲ୍ ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ଓଡ଼ିଶାରେ କାରଖାନା ବସାଇବାକୁ କୋରିଆ ଆଗ୍ରହୀ ହୋଇପଡ଼ିଛି । ଆଜି କୋରିଆର ଶିଳ୍ପ ଓ ବାଣିଜ୍ୟିକ ପ୍ରତିନିଧି ଦଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଆଗ୍ରହ ଦେଖାଇଛନ୍ତି । କୋରିଆର ଆଗ୍ରହକୁ ଏକ ବଡ଼ ସୁଯୋଗ ଭାବି ମୁଖ୍ୟମନ୍ତ୍ରୀ ଉତ୍ସାହିତ ହୋଇପଡ଼ିଛନ୍ତି । ଓଡ଼ିଶାରେ ବିପୁଳ ପୁଞ୍ଜି ଖଟାଇବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଦିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
ରିପବ୍ଲିକ୍ ଅଫ କୋରିଆର ରାଷ୍ଟ୍ରଦୂତ ସିନ୍ ବଙ୍ଗ କିଲ୍ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ଥିଲେ ସାମସଙ୍ଗ, ଏଲଜି, କିଆ ମୋଟର୍ସ ଭଳି ବଛା ବଛା ୯ଟି କମ୍ପାନୀର ପ୍ରତିନିଧି । ଏମାନଙ୍କୁ ମିଶାଇ ୪୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶାରେ ପୁଞ୍ଜି ନିବେଶ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଇଲେକଟ୍ରୋନିକ୍ସ, ମାନୁଫାକଚରିଂ, ପେଟ୍ରୋଲିୟମ୍, କେମିକାଲସ୍ ଆଣ୍ଡ ପେଟ୍ରୋ କେମିକାଲସ୍, ଟେକ୍ସଟାଇଲସ୍, ଟୁରିଜିମ୍ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ସେମାନେ ଆଗ୍ରହୀ ଥିବା ଜଣାଇଥିଲେ । ଧାତୁ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଡାଉନଷ୍ଟି୍ମ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ପୁଞ୍ଜି ଖଟାଇବାକୁ ସେମାନଙ୍କ ଆଗ୍ରହ ରଖିଥିଲେ ।
କୋରିଆ ପ୍ରତିନିଧି ଦଳର ଆଗ୍ରହ ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଉତ୍ସାହିତ ହୋଇପଡ଼ିଛନ୍ତି । ରାଜ୍ୟ ସରକାର ମଧ୍ୟ ଏହି କ୍ଷେତ୍ରଗୁଡ଼ିକରେ ପୁଞ୍ଜି ନିବେଶକୁ ଉତ୍ସାହିତ କରୁଥିବା ଜଣାଇଥିଲେ । କୋରିଆ ଏବଂ ଓଡ଼ିଶା ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ପର୍ଯ୍ୟଟନର ବିସ୍ତାର ପାଇଁ ଏହା ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ଦେଇଥିଲେ । କୋରିଆ ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ, ଶିଳ୍ପ ଅନୁକୂଳ ଭିତ୍ତିଭୂମି ଏବଂ ଦକ୍ଷତା ସମ୍ପନ୍ନ ମାନବ ସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ପୁଞ୍ଜି ନିବେଶ ପାଇଁ କୋରିଆ ପୁଣି ଥରେ ଓଡ଼ିଶା ମୁହାଁ ହୋଇଥିବାରୁ ରାଜ୍ୟ ସରକାର ଏହି ସୁଯୋଗକୁ ଆଉ ହାତଛଡ଼ା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟ ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ଓଡ଼ିଶାରେ ଇସ୍ପାତ ଶିଳ୍ପ ପାଇଁ ୫୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ସ୍ୱପ୍ନ ଦେଖିଥିବା କୋରିଆ କମ୍ପାନୀ ପୋସ୍କୋର ଅବସ୍ଥା କ’ଣ ହେଲା ତାହା ସମସ୍ତଙ୍କୁ ଜଣା । ତେବେ ଅତୀତରେ ଓଡ଼ିଶାର ଏହି ତିକ୍ତ ଅନୁଭୂତିକୁ କୋରିଆ ଭୁଲି ଯାଇ ନୂଆ ସ୍ୱପ୍ନ ଧରିବା ଏବଂ ରାଜ୍ୟ ସରକାର ତାହାକୁ ସଫଳ କରିବାକୁ ଅଣ୍ଟା ଭିଡ଼ିବା ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ଜିତୁଙ୍କୁ ହଟାଇ ରୋହିତଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମ

Next Post

5-T କରାମତି: ପୂର୍ତ୍ତ ଇଂଜିନିୟରଙ୍କ ପାଇଁ ନୂଆ ବଦଳି ନୀତି

Next Post
5-T କରାମତି: ପୂର୍ତ୍ତ ଇଂଜିନିୟରଙ୍କ ପାଇଁ ନୂଆ ବଦଳି ନୀତି

5-T କରାମତି: ପୂର୍ତ୍ତ ଇଂଜିନିୟରଙ୍କ ପାଇଁ ନୂଆ ବଦଳି ନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA