Thursday, April 30, 2026 09:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

5-T କରାମତି: ପୂର୍ତ୍ତ ଇଂଜିନିୟରଙ୍କ ପାଇଁ ନୂଆ ବଦଳି ନୀତି

by Our Correspondent
25 Sep, 2019- 11:06 AM
in Latest News, News
1 min read
0
5-T କରାମତି: ପୂର୍ତ୍ତ ଇଂଜିନିୟରଙ୍କ ପାଇଁ ନୂଆ ବଦଳି ନୀତି
ଭୁବନେଶ୍ୱର: ସରକାରୀ ଇଂଜିନିୟରମାନଙ୍କ ବଦଳି ଓ ପୋଷ୍ଟିଂରେ ସ୍ୱଚ୍ଛତା ଆଣିବା ଲାଗି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏକ ନୂଆ ବଦଳି ନୀତି ଗ୍ରହଣ କରିଛି । ଓଡ଼ିଶା ଇଂଜିନିୟରିଂ ସର୍ଭିସ୍(ଓଇଏସ୍)ଏବଂ ଓଡ଼ିଶା ଡିପ୍ଲୋମା ଇଂଜିନିୟର୍ସ ସର୍ଭିସ୍(ଓଡ଼ିଇଏସ୍) କ୍ୟାଡରରେ ଥିବା ଚାକିରିଆମାନଙ୍କ ପାଇଁ ଏହି ନୂଆ ବଦଳି ନୀତି ଲାଗୁ ହେବ । ରାଜ୍ୟ ସରକାରଙ୍କ ୫-ଟି ନୀତିକୁ ଆଖିରେ ରଖି ପୂର୍ତ୍ତ ବିଭାଗ ଏହାର ଗାଇଡ଼ଲାଇନ ପ୍ରସ୍ତୁତ କରିଛି । ନୂଆ ନିୟମରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି ।
ନୂଆ ନୀତି ଅନୁଯାୟୀ, ଏଣିକି ଓଇଏସ୍ କ୍ୟାଡରଭୁକ୍ତ ଇଂଜିନିୟରମାନଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ମିଳିବ ନାହିଁ । ସେହିଭଳି ଓଡ଼ିଇଏସ୍ କ୍ୟାଡରଭୁକ୍ତ ଇଂଜିନିୟରମାନଙ୍କୁ ସେମାନଙ୍କ ନିଜ ସବ ଡିଭିଜନ୍ ରେ ନିଯୁକ୍ତି ମିଳିବ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ରାଜସ୍ୱ ଜିଲ୍ଲାରେ ଓଇଏସ୍ ଇଂଜିନିୟରମାନେ ୧୦ ବର୍ଷରୁ ଅଧିକ କାଳ କାମ କରିପାରିବେ ନାହିଁ । ଡିପ୍ଲୋମା ଇଂଜିନିୟରଙ୍କ କ୍ଷେତ୍ରରେ ଏହା ୫ ବର୍ଷ ଅଧିକ ରଖାଯାଇଛି । ନିର୍ଦ୍ଦିଷ୍ଟ ରାଜସ୍ୱ ଜିଲ୍ଲାରେ ସେମାନଙ୍କୁ ସର୍ବାଧିକ ୧୫ ବର୍ଷ କାମ କରିବାକୁ ସୁଯୋଗ ମିଳିବ ।
ସାଧାରଣ ଭାବେ ଜଣେ ଇଂଜିନିୟର ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ୩ ବର୍ଷ ପୂରଣ କଲା ପରେ ଯାଇ ତାଙ୍କର ବଦଳି ହୋଇପାରିବ । ତେବେ ନିର୍ଦ୍ଦିଷ୍ଟ ଜାଗାରେ ଜଣେ ୫ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ । ଅବସର ସମୟ ୨ ବର୍ଷ ବାକି ଥିଲେ ଇଂଜିନିୟରମାନଙ୍କର ବଦଳି ହେବ ନାହିଁ । ୧୦ ବର୍ଷ ଡେପୁଟେସନ୍ ରେ କାଟିଥିବା ଅଧିକାରୀମାନଙ୍କୁ ମୂଳ ବିଭାଗକୁ ଫେରାଇ ଆଣିବାକୁ ନୂଆ ନିୟମରେ ବ୍ୟବସ୍ଥା ହୋଇଛି ।
ତେବେ ପ୍ରଶାସନିକ କିମ୍ବା ସ୍ୱାସ୍ଥ୍ୟଗତ କାରଣ ପାଇଁ ଏହି ନିୟମ କୋହଳ ହେବ । ଅର୍ଥାତ୍ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଆବଶ୍ୟକ ପଡ଼ିଲେ ସଂପୃକ୍ତ ଇଂଜିନିୟରଙ୍କ ପାଇଁ ବଦଳି ନିୟମ କୋହଳ କରାଯିବ । ସେହିଭଳି ତାଙ୍କର କିମ୍ବା ପରିବାରର ସ୍ୱାସ୍ଥ୍ୟଗତ ସମସ୍ୟା କ୍ଷେତ୍ରରେ ଏହି ନିୟମକୁ କୋହଳ କରାଯିବ ।
ବଦଳି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ତିନୋଟି ଇଂଜିନିୟରିଂ ଏଷ୍ଟାବ୍ଲିସମେଣ୍ଟ କମିଟି ଗଠନ କରାଯାଇଛି । ପୂର୍ତ୍ତ ବିଭାଗ କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏକଜ୍ୟୁଟିଭ ଇଂଜିନିୟର ଏବଂ ତତୁଦ୍ଧ୍ୱର୍ ଅଧିକାରୀମାନଙ୍କ ବଦଳି ଏବଂ ପୋଷ୍ଟିଂ ପାଇଁ ସୁପାରିଶ କରିବେ । ସେହିଭଳି ବିଭାଗୀୟ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଡେପୁଟି ଏକଜ୍ୟୁଟିଭ୍ ଇଂଜିନିୟର ଏବଂ ଅସିଷ୍ଟାଣ୍ଟ ଏକଜୁ୍ୟଟିଭ୍ ଇଂଜିନିୟରମାନଙ୍କର ବଦଳି ଓ ପୋଷ୍ଟିଂ ପାଇଁ ସୁପାରିଶ କରିବେ । ଇଂଜିନିୟର-ଇନ୍-ଚିଫ୍(ସିଭିଲ) ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଜୁନିୟର ଇଂଜିନିୟରମାନଙ୍କର ବଦଳି ଓ ପୋଷ୍ଟିଂ ପାଇଁ ସୁପାରିଶ କରିବେ ।
ଇଂଜିନିୟର ଏବଂ ଡିପ୍ଲୋମା ଇଂଜିନିୟରମାନଙ୍କର ଆବଶ୍ୟକତାକୁ ଚାହିଁ କମିଟି ସରକାରଙ୍କୁ ସୁପାରିଶ କରିବେ ।
ସରକାରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ନୀତିକୁ କାର୍ଯ୍ୟକାରୀ କରିବା ଲାଗି ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାରଙ୍କର ଏହା ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି । ନିକଟରେ ପୂର୍ତ୍ତ ବିଭାଗର ୧୦ ଜଣ ଇଂଜିନିୟର ଡେପୁଟେସନ୍ ରେ ଯାଇ ବିଭାଗରୁ ଫେରି ନ ଥିବା ତାଙ୍କ ଦୃଷ୍ଟିକୁ ଆସିବା ପରେ ସଚିବ କଠୋର ଆଭିମୁଖ୍ୟ ଦେଖାଇଥିଲେ ।
Previous Post

ଫେରିଲା କୋରିଆ; ବ୍ୟାପକ କ୍ଷେତ୍ରରେ ପୁଞ୍ଜି ନିବେଶର ଆଗ୍ରହ

Next Post

ନେତାଙ୍କ ଆଚରଣ; ଗୋଇଠା ମାରି ବିଷ୍ଣୁ

Next Post
ନେତାଙ୍କ ଆଚରଣ; ଗୋଇଠା ମାରି ବିଷ୍ଣୁ

ନେତାଙ୍କ ଆଚରଣ; ଗୋଇଠା ମାରି ବିଷ୍ଣୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA