Saturday, May 9, 2026 03:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜୟନାରାୟଣଙ୍କ ରାସ୍ତାରେ ଧର୍ମେନ୍ଦ୍ର କଣ୍ଟା !

by Our Correspondent
06 Jun, 2019- 10:41 PM
in Latest News, News, Politics
1 min read
0
ଜୟନାରାୟଣଙ୍କ ରାସ୍ତାରେ ଧର୍ମେନ୍ଦ୍ର କଣ୍ଟା !
ଭୁବନେଶ୍ୱର: ବିରୋଧୀ ଦଳ ନେତା ପଦକୁ ନେଇ ଏବେ ରାଜ୍ୟ ବିଜେପିରେ ପ୍ରବଳ ଛକାପଂଝା । ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ଜୟନାରାୟଣ ମିଶ୍ର ଏହି ପଦବୀ ପାଇଁ ମୁଖ୍ୟ ଦାବିଦାର ଥିବା ବେଳେ ତାଙ୍କ ରାସ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଆଡ଼େ କଣ୍ଟା ହୋଇଛନ୍ତି । ଜୟନାରାୟଣଙ୍କ ସହ ତାଙ୍କର ତିକ୍ତତା ଥିବାରୁ ବିରୋଧୀ ଦଳ ନେତା ପଦବୀ ଟେକିଦେବାକୁ ଚାହୁଁ ନ ଥିବା ଖୋଦ ବିଜେପି ଶିବିରରେ ଚର୍ଚ୍ଚା ହେଉଛି ।
ବିଧାନସଭାରେ ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି । ଦଳର ୨୩ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ବିଧାୟକ ସମ୍ପୂର୍ଣ୍ଣ ନବାଗତ । ସେମାନେ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି । ଗତ ବିଧାନସଭାରେ ଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରୁ କେହି ଆସି ପାରିନାହାନ୍ତି । ବିଜେପି ବିଧାୟକମାନଙ୍କ ଅଭିଜ୍ଞତା ଓ ବରିଷ୍ଠତାକୁ ଦେଖିଲେ ସବା ଆଗରେ ଆସୁଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଏଥରକୁ ମିଶାଇ ସେ ୪ ଥର ବିଧାୟକ ହେଲେଣି । ମେଣ୍ଟ ସରକାର ପ୍ରଥମ ପାଳିରେ ସେ ଉପମୁଖ୍ୟ ସଚେତକ ଏବଂ ଦ୍ୱିତୀୟ ପାଳିରେ ମନ୍ତ୍ରୀ ଥିଲେ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ସେ ଜଣାଶୁଣା । ତେଣୁ ବିରୋଧୀ ଦଳ ନେତା ପାଇଁ ନିଜକୁ ହକଦାର ମଣିବା ସ୍ୱାଭାବିକ । ଅତ୍ୟନ୍ତ ସ୍ପଷ୍ଟବାଦୀ ନେତା ଭାବେ ପରିଚିତ ଜୟନାରାୟଣ କିନ୍ତୁ କୌଣସି ପ୍ରକାର ଲବି ରେ ବିଶ୍ୱାସ ରଖିନାହାନ୍ତି । ନିଜର ମେରିଟ୍ କୁ ନେଇ ଆଶାବାଦୀ ଅଛନ୍ତି ।
ଏହି ପଦ ପାଇଁ ପଶ୍ଚିମ ଓଡ଼ିଶାର ଆଉ ଜଣେ ବରିଷ୍ଠ ନେତା ତଥା ଭବାନୀପାଟଣାରୁ ନିର୍ବାଚିତ ପ୍ରଦୀପ୍ତ ନାୟକଙ୍କ ନାଁ ବି ଚର୍ଚ୍ଚା ହେଉଛି । ଜୟନାରାୟଣଙ୍କ ଭଳି ସେ ମଧ୍ୟ ଚାରି ଚାରି ଥର ବିଧାୟକ ହେଲେଣି । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ଜଣେ ଦକ୍ଷ, ସରଳ ନେତା ଭାବେ ତାଙ୍କର ଖ୍ୟାତି ରହିଛି । ତାଙ୍କ ସପକ୍ଷରେ ଦଳର ଗୋଟିଏ ଗୋଷ୍ଠୀ ଲବି ଚଳାଇଛନ୍ତି । ସେହିଭଳି ଅନ୍ୟ ଏକ ଗୋଷ୍ଠୀ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପାଇଁ ଲବି କରୁଛନ୍ତି । ତିନି ଥରର ଏହି ବିଧାୟକ ମେଣ୍ଟ ସରକାରର ଦ୍ୱିତୀୟ ପାଳିରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଅଭିଜ୍ଞ ଓ ଆଦିବାସୀ ନେତା ଭାବେ ତାଙ୍କୁ ଏହି ଆସନ ଦେବାକୁ ଯୁକ୍ତି କରାଯାଉଛି ।
ତେବେ ଏହି ସର୍ବୋଚ୍ଚ ପଦବୀ ପାଇଁ ଗୋପରେ ବଢ଼ୁଥିବା ନେତା କୁଆଡ଼େ ଆଉ ଜଣେ । ସେ ହେଉଛନ୍ତି ସୁବାସ ଚନ୍ଦ୍ର ପାଣିଗ୍ରାହୀ । ଦେବଗଡ଼ ଆସନରୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ୧୯୯୫ ଏବଂ ୨୦୦୦ ମସିହାରେ ସେହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ଅଭିଜ୍ଞତା ଦୃଷ୍ଟିରୁ ସେ ପଛରେ ନାହାନ୍ତି । ତାଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ଜୟନାରାୟଣ ମିଶ୍ରଙ୍କ ସହ ଧର୍ମେନ୍ଦ୍ରଙ୍କ ଭଲ ସମ୍ପର୍କ ନ ଥିବାରୁ ସୁବାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇଛି । ସୁବାସଙ୍କୁ ବିରୋଧୀ ଦଳ ନେତା ପଦରେ ବସାଇ ଜୟନାରାୟଣଙ୍କୁ ପାନେ ଦେବାକୁ କେନ୍ଦ୍ରମନ୍ତ୍ରୀ ଚାହୁଁଥିବା ବିଜେପି ଶିବିରରେ ଆଲୋଚନା ହେଉଛି ।
ଆସନ୍ତା ୮ ତାରିଖରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶା ଆସୁଛନ୍ତି । ସେମାନଙ୍କ ଓଡ଼ିଶା ରହଣୀ କାଳରେ ହିଁ ବିରୋଧୀ ଦଳ ନେତା ଚୟନ କରାଯିବ । ଧର୍ମେନ୍ଦ୍ରଙ୍କ ପ୍ରତିପତ୍ତି ଦୃଷ୍ଟିରୁ ତାଙ୍କ ମନୋନୀତ ନେତା ଏହି ପଦବୀ ପାଇବା ନିଶ୍ଚିତ । ଏବେ ଯାହା ଚର୍ଚ୍ଚା ହେଉଛି, ତାହା ସତ ନା ମିଛ ସେତିକିବେଳେ ଜଣାପଡ଼ିବ ।
Previous Post

୧୪ ଦିନର ବିଧାୟକଙ୍କ ଦବଙ୍ଗଗିରି

Next Post

ବିଜେଡ଼ି ଫେରିବାକୁ ଦାମ ବାଉଳା !

Next Post
ବିଜେଡ଼ି ଫେରିବାକୁ ଦାମ ବାଉଳା !

ବିଜେଡ଼ି ଫେରିବାକୁ ଦାମ ବାଉଳା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA