Thursday, May 7, 2026 12:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୪ ଦିନର ବିଧାୟକଙ୍କ ଦବଙ୍ଗଗିରି

by Our Correspondent
06 Jun, 2019- 10:23 PM
in Latest News, News
1 min read
0
୧୪ ଦିନର ବିଧାୟକଙ୍କ ଦବଙ୍ଗଗିରି
ଭୁବନେଶ୍ୱର: ବିଜେଡ଼ିର ଦବଙ୍ଗ ବିଧାୟକ ଭାବେ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ଅଛି । ଗତଥର ବିଧାୟକ ଥିଲେ । ଏଥର ବି ବିଧାୟକ ହୋଇଛନ୍ତି । ତେବେ ତାଙ୍କର ଗୁରୁ ହେଲା ଭଳିଆ ଲୋକ ଏଥର ବିଧାନସଭା ଆସିଛନ୍ତି । ପାଟଣାଗଡରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସରୋଜ ମେହେରଙ୍କ ଦବଙ୍ଗଗିରି ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ବିଜେପି ହେଭିୱେଟ୍ ତଥା ୫ ଥରିଆ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇ ବିଧାନସଭା ଆସିଥିବା ବିଜେଡ଼ିର ଏହି ବିଧାୟକ କ୍ଷମତାକୁ ବୁଝିବା ପୂର୍ବରୁ କ୍ଷମତାର ଚାବୁକ୍ ଧରିଛନ୍ତି । ବିଚ୍ ରାସ୍ତାରେ ସର୍ବସାଧାରଣଙ୍କ ସାମନାରେ ଜଣେ ଜେଇଙ୍କୁ କାନ ଧରି ବସ ଉଠ୍ କରାଇଛନ୍ତି । ନିମ୍ନମାନର ରାସ୍ତା ତିଆରି କରିଥିବାରୁ ଜେଇଙ୍କୁ ଏଭଳି ଶାସ୍ତି ଦେଇଛନ୍ତି ବିଧାୟକ ।
ପାଟଣାଗଡ଼ ନିର୍ବାଚନମଣ୍ଡଳୀର ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ପିଚୁ ରାସ୍ତା ନିର୍ମାଣ ହେଉଥିଲା । କାମ ଅତି ନିମ୍ନମାନର ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଗତକାଲି ବିଧାୟକଙ୍କ ନିକଟରେ ଫେରାଦ ହୋଇଥିଲେ । ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଜେଇ ଜୟକାନ୍ତ ଶିବିରଙ୍କୁ ବିଧାୟକ ଜାଗା ଉପରକୁ ଡାକିଥିଲେ । ଗ୍ରାମବାସୀଙ୍କ ସାମନାରେ ଜେଇଙ୍କୁ ପ୍ରବଳ ଗାଳିମନ୍ଦ କରି ସିଧା ଆକ୍ସନ୍ ମୁଡ଼ କୁ ଚାଲି ଆସିଥିଲେ । ୫ ମିନିଟ୍ ରେ ୧୦୦ ଥର କାନ ଧରି ବସ ଉଠ୍ ହେବାକୁ ଆଦେଶ ଦେଇଥିଲେ ବିଧାୟକ । ବିଧାୟକଙ୍କ ନାଲିଆଖିରେ ଜେଇ ଅତର୍ଚ୍ଛିଆ ହୋଇ ବସ ଉଠ୍ ହୋଇଥିଲେ । ବିଧାୟକଙ୍କ ଦ୍ୱାରା ଜେଇ କାନ ଧରି ବସ ଉଠ୍ ହେବାର ଦୃଶ୍ୟ ସୋସିଆଲ୍ ମିଡ଼ିଆକୁ ଆସିବା ପରେ ଭାଇରାଲ୍ ହୋଇଗଲା ।
ସୋସିଆଲ୍ ମିଡ଼ିଆ ଓ ଗଣମାଧ୍ୟମରେ ବିଧାୟକଙ୍କ ଉତ୍ପାତ ଓ ଅଭଦ୍ରାମୀ ପ୍ରସାରିତ ହେବା ପରେ ଚାରିଆଡୁ ସମାଲୋଚନା ହେଲା । ତର ସହିଲାନି ବିଧାୟକଙ୍କୁ । ନିଜର ଏଭଳି କାର୍ଯ୍ୟ ପାଇଁ ଦୁଃଖିତ କହିଦେଇ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଉଦ୍ୟମ କରିଛନ୍ତି । ନିମ୍ନମାନର ରାସ୍ତା ପାଇଁ ଲୋକେ ତାତିକି ଥିଲେ ଏବଂ ଜେଇଙ୍କ ବିରୋଧରେ ତ୍ୱରିତ୍ କାର୍ଯ୍ୟନୁଷ୍ଠାନ ପାଇଁ ଅଡ଼ି ବସିଲେ । ପରିସ୍ଥିତି ଏଭଳି ହେଲା ଯେ ସେ ଜେଇଙ୍କୁ ଶାସ୍ତି ଦେଇ ନ ଥିଲେ ଲୋକେ ତାଙ୍କୁ ଆକ୍ରମଣ କରିଥାନ୍ତେ । ଏହା ହେଉଛି ଏବେ ଏବେ ମାନ୍ୟବର ହୋଇଥିବା ସରୋଜ ମେହେରଙ୍କ ସଫେଇ ।
ତେବେ ବିଧାୟକ ଦୁଃଖ ପ୍ରକାଶ କରି ସଫେଇ ଦେବା ପରେ ବି ଅଡୁଆ କମିବା ପରିବର୍ତ୍ତେ ବଢ଼ିଯାଇଛି । ଜେଇଙ୍କ ପତ୍ନୀ ଆଜି ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କ ସ୍ୱାମୀଙ୍କୁ ବିଧାୟକ ଘରୁ ଅପହରଣ କରିନେଇଥିବା ଏବଂ ସର୍ବସାଧାରଣରେ ଜାତିଆଣ ଆକ୍ଷେପ କରି ୧୦୦ ଥର କାନଧରି ବସ ଉଠ୍ କରାଇଥିବା ସେ ଅଭିଯୋଗ କରିଛନ୍ତି । ପାଟଣାଗଡ଼ ପୁଲିସ ଏତଲାକୁ ଗ୍ରହଣ କରିଛନ୍ତି । ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ବିଭିନ୍ନ ମହଲରୁ ଦାବି ହେଲାଣି ।
Previous Post

ଦିଲ୍ଲୀ ଚର୍ଚ୍ଚା: ଜୁଏଲ୍ ବାଚସ୍ପତି, ଭର୍ତ୍ତୃହରି ଉପବାଚସ୍ପତି

Next Post

ଜୟନାରାୟଣଙ୍କ ରାସ୍ତାରେ ଧର୍ମେନ୍ଦ୍ର କଣ୍ଟା !

Next Post
ଜୟନାରାୟଣଙ୍କ ରାସ୍ତାରେ ଧର୍ମେନ୍ଦ୍ର କଣ୍ଟା !

ଜୟନାରାୟଣଙ୍କ ରାସ୍ତାରେ ଧର୍ମେନ୍ଦ୍ର କଣ୍ଟା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA