Thursday, April 30, 2026 12:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଝାମେଲା ତୁଟିଲାନି, ନିରଞ୍ଜନଙ୍କ ହାତକୁ ଗଲା କ୍ଷମତା

by Our Correspondent
06 Mar, 2019- 08:41 PM
in Latest News, News, Politics
1 min read
0
ଝାମେଲା ତୁଟିଲାନି, ନିରଞ୍ଜନଙ୍କ ହାତକୁ ଗଲା କ୍ଷମତା
ଭୁବନେଶ୍ୱର: ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ଯାଇଛି ପ୍ରାର୍ଥୀ ଚୟନର ସବୁତକ କ୍ଷମତା । ୧୪୭ ଟି ଯାକ ବିଧାନସଭା ଓ ୨୧ ଟି ଲୋକସଭା ଆସନରେ କିଏ କେଉଁଠୁ ଲଢ଼ିବେ ତାଙ୍କ ନିଷ୍ପତ୍ତି ହେବ ଶିରୋଧାର୍ଯ୍ୟ । ସେ ହେବେ କଂଗ୍ରେସର ଜନ୍, ଜାନି, ଜନାର୍ଦ୍ଦନ । ଆଜି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ନିରଞ୍ଜନଙ୍କୁ ଏହି କ୍ଷମତା ଦିଆଯାଇଛି । ଅଧିକାଂଶ ଆସନରେ ପ୍ରବଳ ଝାମେଲା ଥିବାରୁ ସଭାପତିଙ୍କ ଉପରକୁ ଦାୟିତ୍ୱ ଛାଡ଼ିଦିଆଯାଇଛି । ନିରଞ୍ଜନଙ୍କ ନିଷ୍ପତ୍ତିକୁ କେନ୍ଦ୍ରୀୟ କମିଟିର ଅନୁମୋଦନ ପାଇଁ ପଠାଯିବ । ଏକ ସୂତ୍ରର ଖବର ଅନୁଯାୟୀ, ନିରଞ୍ଜନଙ୍କ ନିଷ୍ପତ୍ତି ଉପରେ କେନ୍ଦ୍ରୀୟ କମିଟି କେବଳ ମୋହର ମାରିବ । ନିରଞ୍ଜନ ଏହାର ଉତ୍ତରଦାୟିତ୍ୱକୁ ବି ମୁଣ୍ଡାଇବେ ।
ଆଜି କଂଗ୍ରେସ ଭବନରେ ନିର୍ବାଚନ କମିଟି ବୈଠକ ବସି ସ୍କ୍ରିନିଂ କମିଟି ପଠାଇଥିବା ନାଁ ଗୁଡ଼ିକ ଉପରେ ତର୍ଜମା ହୋଇଥିଲା । ୧୪୭ ଟି ଯାକ ବିଧାନସଭା ଓ ୨୧ ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ବିଚାରକୁ ନିଆଯାଇଥିଲା । ଅଳ୍ପ କିଛି ଆସନକୁ ଛାଡ଼ିଦେଲେ, ପ୍ରାୟ ସବୁ ଆସନରେ ଅଛନ୍ତି ଏକାଧିକ ସମ୍ଭାବ୍ୟ ପ୍ରାର୍ଥୀ । ଗୋଟେ ଗୋଟେ ଆସନରେ ୬ରୁ ୭ ଜଣ ଲେଖାଏଁ ସମ୍ଭାବ୍ୟ ପ୍ରାର୍ଥୀ ଅଛନ୍ତି । ସ୍ଥିତି ଏଭଳି ଯେ ତାଲିକା କାଟଛାଣ୍ଟ୍ କରିବା ବି ସମ୍ଭବ ହୋଇ ନ ଥିଲା । ଶେଷରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତକୁ ଚୂଡ଼ାନ୍ତ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ଏଥିରେ ହାଇକମାଣ୍ଡଙ୍କ ସମ୍ମତି ଥିବା ଜଣାପଡ଼ିଛି । ନିରଂଜନଙ୍କ ଚୂଡ଼ାନ୍ତ ତାଲିକାକୁ କେନ୍ଦ୍ରୀୟ କମିଟିରେ କେବଳ ମୋହର ଦିଆଯିବ ।
କିଛି ନିର୍ଦ୍ଦିଷ୍ଟ ଆସନରେ କିଏ ପ୍ରାର୍ଥୀ ହେବେ ଜଣାପଡୁଥିଲେ ମଧ୍ୟ ତାଲିକା ଚୂଡ଼ାନ୍ତ ପ୍ରକାଶ ନ ପାଇଲା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ନିରଞ୍ଜନ କ୍ଷମତା ପାଇଥିଲେ ମଧ୍ୟ ତାଙ୍କ ପାଇଁ ଅନେକ ବାଧ୍ୟବଧକତା ଅଛି । ଏମିତି କିଛି ଜାଗା ଅଛି ଯେଉଁଠି ତାଙ୍କ ପସନ୍ଦର ବ୍ୟକ୍ତିଙ୍କୁ ସେ ଚାହିଁଲେ ବି ଟିକେଟ ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ନିଜେ ନିରଞ୍ଜନ କେଉଁଠୁ ଲଢ଼ିବେ ତାହା ସେ ସ୍ଥିର କରିନାହାନ୍ତି । ରାଉରକେଲା, ଭଣ୍ଡାରୀପୋଖରୀ ଓ ଘଷିପୁରା ଆସନ ପାଇଁ ତାଲିକାରେ ତାଙ୍କ ନାଁ ଚଢ଼ିଛି । ସେ ବାଛିବେ କେଉଁଠି ତାଙ୍କୁ ଜିତିବା ସୁବିଧା ହେବ । ତାଙ୍କ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ଲଢ଼ିବା ଏକ ପ୍ରକାର ଚୂଡ଼ାନ୍ତ ବୋଲି ଜଣାପଡ଼ିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି । କଳାହାଣ୍ଡି ଲୋକସଭା ଆସନରୁ ଭକ୍ତ ଦାସ ଓ ନବରଙ୍ଗପୁର ଆସନରୁ ପ୍ରଦୀପ ମାଝୀଙ୍କ ନାଁ ଏକପ୍ରକାର ଚୂଡ଼ାନ୍ତ ବୋଲି କୁହାଯାଉଛି । ଭୁବନେଶ୍ୱର ଲୋକସଭା ଆସନରୁ ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କ ନାଁ ସମ୍ଭାବ୍ୟ ତାଲିକାରେ ରହିଛି । ଭୁବନେଶ୍ୱର ଲୋକସଭା ନଚେତ୍ ଚାନ୍ଦବାଲି ବିଧାନସଭା ଆସନରୁ ସେ ଲଢ଼ିପାରନ୍ତି ।
Previous Post

ମୁଖ୍ୟମନ୍ତ୍ରୀ ମିଛ କହିଛନ୍ତି:ଧର୍ମେନ୍ଦ୍ର

Next Post

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଅସଲି ନୁହେଁ, ନକଲି

Next Post
ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଅସଲି ନୁହେଁ, ନକଲି

ଗଣମାଧ୍ୟମରେ ବୁଲୁଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଅସଲି ନୁହେଁ, ନକଲି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA