Thursday, April 30, 2026 06:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟୁଇଟ୍ ମାଷ୍ଟରଙ୍କ ଚାଲାକି ?

by Our Correspondent
16 Aug, 2017- 11:36 AM
in Latest News, Politics
1 min read
0
ଟୁଇଟ୍ ମାଷ୍ଟରଙ୍କ ଚାଲାକି ?
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିରାମୟ ଜୀବନ ପାଇଁ ବୈଜୟନ୍ତ ‘ଜୟ’ ପଣ୍ଡା ସତରେ ଭାରି ବ୍ୟସ୍ତ ? ପ୍ରବଳ ଗୁଳୁଗୁଳି ସହି ନ ପାରି ଅଶ୍ୱସ୍ତି ଅନୁଭବ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ତାଙ୍କର ବହୁତ ଚିନ୍ତା ? ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଆକୁଳ ପ୍ରାର୍ଥନା ? ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଠିକ୍ ଥିବା ସ୍ପଷ୍ଟୀକରଣ ଆସିଲା ପରେ ବି ଜୟଙ୍କ ମନ ବୁଝିଲାନି । ଟୁଇଟ୍ କରି ଜଗନ୍ନାଥଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ନିରାମୟ ଜୀବନ ପ୍ରାର୍ଥନା କଲେ ।
ସେପଟେ ଟୁଇଟ୍ ମାଷ୍ଟରଙ୍କ ନିଜସ୍ୱ ଟିଭି ଚାନେଲ୍ ରେ ନବୀନ ନିବାସ ଲାଇଭ୍ ଧମାକା ଲୋକଙ୍କ ମନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଶଙ୍କା ସୃଷ୍ଟି କଲାବେଳକୁ ଏହି ଟୁଇଟ୍ ଆତଙ୍କିତ କରିଦେଇଥିଲା । ନବୀନଙ୍କୁ ଭଲ ପାଉଥିବା ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଲା ପରେ ଯାଇ ଲୋକଙ୍କ ମନରୁ ଆଶଙ୍କା ହଟିଥିଲା । ସେ ଯାହା ହେଉ ନା କାହିଁକି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଜୟ ପଣ୍ଡାଙ୍କ ଟୁଇଟ୍ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଟୁଇଟ୍ ପଛରେ ଜୟଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି ଜାଣିଲା ପରେ ବି ସେ କ’ଣ ପାଇଁ ଚିନ୍ତିତ ହୋଇପଡ଼ିଲେ ? ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନାଭରା ନିଜ ଟୁଇଟ୍ କୁ ନିଜ ଟିଭିରେ ଦେଖାଇବାରେ କ’ଣ ଅସୁବିଧା ଥିଲା ? ମୁଖ୍ୟମନ୍ତ୍ରୀଙ୍କ ନିରାମୟ ଜୀବନ ଚାହୁଁଥିଲେ ନା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରି ଅନ୍ୟ କିଛି ଫାଇଦା ହାସଲ ଉଦ୍ୟମରେ ଥିଲେ ?
ଜୟଙ୍କ ଟୁଇଟ୍ ଉପରେ ରିଟୁଇଟ୍ କରିଥିବା କିଛି ଲୋକଙ୍କର ମତାମତ ବି ଆମେ ଏଠାରେ ଉଲ୍ଲେଖ କରୁଛୁ । ଡ. ସ୍ୱାତୀ ମଲ୍ଲିକ ଲେଖିଛନ୍ତି, ଜଗନ୍ନାଥଙ୍କ ପାଖରେ ଡାକିଲା ଭଳି କିଛି ଅସୁବିଧା ହେଇନି । ବରଂ ଜଗନ୍ନାଥଙ୍କ ପାଖରେ ଗୋରଖପୁର ପିଲାଙ୍କ ପାଇଁ ଡାକ । ସମ୍ବିତ୍ କାରକ୍ ସ୍ୱାଇଁ ଲେଖିଛନ୍ତି, ପ୍ଲିଜ୍ ଡୋଣ୍ଟ ଜଏନ୍ ବିଜେପି.. ନବୀନ ବାବୁ ମେ ନଟ୍ ଲିଭ୍ ଫର ଏଭର୍ । ଆଣ୍ଡ ବିଜେପି ଓଣ୍ଟ୍ ପ୍ରୋଭାଇଡ ସିଏମ୍ ପୋଷ୍ଟ ଆଟ୍ ଏନି କଷ୍ଟ୍ । ଗଗନ ସିଂ ଲେଖିଛନ୍ତି, ଷ୍ଟପ୍ ଆକ୍ଟିଂ । ୟୁ ଆଣ୍ଡ ୟୋର୍ ଚାନେଲ୍ ଓନଲି ଲୁକ୍ ଫର୍ ଅପର୍ଚୁନିଟି ଟୁ ଡିଫେମ୍ ବିଜେଡ଼ି ଆଣ୍ଡ ଆୱାର୍ ସିଏମ୍ ।
ଉଲ୍ଲେଖଯୋଗ୍ୟ, ଚିଦାମ୍ବରମ୍ ପରିବାର ସହ ଜୟ ପଣ୍ଡାଙ୍କ ବ୍ୟବସାୟିକ ସମ୍ପର୍କ ନେଇ ଅଜିତ୍ ଯୋଗୀ ଗୁରୁତର ଅଭିଯୋଗ ଆଣିଥିଲେ ମଧ୍ୟ ତାହାର ଜବାବ ଦେବାକୁ ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ ହାଣ୍ଡଲ୍ ଚାଲୁନାହିଁ । ଏ ପ୍ରସଙ୍ଗରେ ସେ ପୂରାପୁରି ଚୁପ୍ ହୋଇଯାଇଛନ୍ତି । ମଉନେ ସମ୍ମତି ଲକ୍ଷଣ ନ୍ୟାୟରେ ଯୋଗୀଙ୍କ ଅଭିଯୋଗ ଠିକ୍ ବୋଲି ବୋଧହୁଏ ଇଙ୍ଗିତ ଦେଇଛନ୍ତି । ଏବେ କିନ୍ତୁ ସେଇ ଟୁଇଟ୍ ଜରିଆରେ ଶୁଖିଲାଟାରେ ନବୀନଙ୍କ ସ୍ୱାସ୍ଥ୍ୟ ନେଇ ତାଙ୍କର ଚିନ୍ତା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

ନବୀନ କାଶିଲେ, ଲାଇଭ୍

Next Post

ଜୋର୍ ଧରିଲା କଂଗ୍ରେସିଆ ମାରପିଟ୍

Next Post
ଜୋର୍ ଧରିଲା କଂଗ୍ରେସିଆ ମାରପିଟ୍

ଜୋର୍ ଧରିଲା କଂଗ୍ରେସିଆ ମାରପିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA