ଭୁବନେଶ୍ୱର: ଦେବାଳିଆ ଅବସ୍ଥାରେ ଚାଲୁଥିବା ପଣ୍ଡା ପରିବାର ମାଲିକାନା ସଂସ୍ଥା ଓରଟେଲ୍ କମ୍ୟୁନିକେସନ୍ ଡୁବିବାକୁ ଯାଉଛି । ଋଣଦାତାମାନଙ୍କୁ ଟଙ୍କା ଫେରାଇ ନ ପାରି କମ୍ପାନୀ ଆଇନ ଜାଲରେ ବାନ୍ଧି ହୋଇଯାଇଛି । ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ (ଏନସିଏଲଟି) ଓରଟେଲ୍ ବିରୋଧରେ କର୍ପୋରେଟ୍ ଇନସଲଭେନ୍ସି ରିଜୋଲ୍ୟୁସନ୍ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନୀଲ ଭାଟିଆଙ୍କୁ ଅନ୍ତରୀଣ ଇନସଲଭେନ୍ସି ପ୍ରଫେସନାଲ୍(ଆଇପି) ଭାବେ ନିଯୁକ୍ତି ଦିଆଯାଇଛି । ଇତିମଧ୍ୟରେ ଶ୍ରୀ ଭାଟିଆ ଓରଟେଲ୍ ଋଣଦାତାଙ୍କ ନିମନ୍ତେ ସର୍ବସାଧାରଣ ନୋଟିସ୍ ଜାରି କରିଛନ୍ତି ।
ଋଣ ଓ ବିଭିନ୍ନ ବକେୟାର ଖିଲାପ ନେଇ ଓରଟେଲ୍ ବିରୋଧରେ କ୍ରମାଗତ ଅଭିଯୋଗ ହୋଇ ଆସୁଥିଲା । ଏମିତିକି ବର୍ଷ ବର୍ଷ ଧରି କର୍ମଚାରୀଙ୍କ କର୍ମଚାରୀଙ୍କ ଦରମା ଦେଉ ନ ଥିବା ବି ଅଭିଯୋଗ ରହିଛି । ତେବେ ସୋନି ପିକଚର୍ସ ନେଟୱାର୍କସ୍(ଭାରତ) ପ୍ରାଇଭେଟ୍ ଲିମିଟେଡ଼ର ଅଭିଯୋଗ ଏହାକୁ ନିର୍ଣ୍ଣାୟକ ମୋଡ଼ ଦେଇଛି । ସୋନି ଏହାର ପ୍ରସାରଣ ବାବଦକୁ ଓରଟେଲ ଉପରେ ୧୨ କୋଟି ଟଙ୍କା ବକେୟା ପ୍ରାପ୍ୟ ଦାବି କରି ନିରାଶ ହେବା ପରେ ଗତ ସେପ୍ଟେମ୍ବର ମାସରେ ଏନସିଏଲଟି ପାଖରେ ପିଟିସନ୍ ଦାଖଲ କରିଥିଲା । ଏନସିଏଲଟି ସୋନିର ଆବେଦନକୁ ଗ୍ରହଣ କରି ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି । ଓରଟେଲ୍ ବିରୋଧରେ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସୀ କୋଡ୍,୨୦୧୬ର ଧାରା ୬ ଅନୁଯାୟୀ କର୍ପୋରେଟ୍ ଇନସଲଭେନ୍ସି ରିଜୋଲ୍ୟୁସନ୍ ପ୍ରକ୍ରିୟା ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୬ ମାସ ମଧ୍ୟରେ (୨୬.୦୫.୨୦୧୯) ପ୍ରକ୍ରିୟା ଶେଷ ହେବ । ଅନ୍ତରୀଣ ରିଜୋଲ୍ୟୁସନ୍ ପ୍ରଫେସନାଲ୍ (ଆଇଆରପି) ଭାବେ ଅନୀଲ ଭାଟିଆଙ୍କୁ ନିଯୁକ୍ତି ଦିଆଯାଇଛି ।








Sir ortel ra jau public announcement form ta deiparibe mail id re plz diantuna