Tuesday, June 23, 2026 09:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡି ବ୍ରଦର୍ସ ଲିଙ୍କ୍‌ ! ୦୦୦୧ ମଉଜରେ ଯୁବ ବିଧାୟକ

by Our Correspondent
01 Apr, 2016- 11:56 AM
in News
1 min read
0
ଡି ବ୍ରଦର୍ସ ଲିଙ୍କ୍‌ ! ୦୦୦୧ ମଉଜରେ ଯୁବ ବିଧାୟକ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗାଡ଼ି ନମ୍ବର ଓଡି ୦୫ ଏଫ-୦୦୦୧ । କିଛି ଦିନ ହେଲା ବିଧାନସଭା ପାସ୍‌ ଲାଗିଥିବା ଏହି ଲକ୍‌ଜୁରିଅସ୍‌ କାର୍‌ଟିକୁ ଚଢ଼ୁଛନ୍ତି ଶାସକ ଦଳର ଜଣେ ନାମଜାଦା ଯୁବ ବିଧାୟକ । ବିଧାୟକଙ୍କର ଏକ ପାଜେରୋ ଅଛି । ହେଲେ ଅଧିକାଂଶ ଦିନ ସେ ନିଜ ଗାଡ଼ିରେ ନ ଆସି ଆସୁଛନ୍ତି ଓଡି ୦୫ ଏଫ୍‌-୦୦୦୧ ଗାଡ଼ିରେ । ଗାଡ଼ିଟିକୁ ବ୍ୟବହାର କରୁଥିବାରୁ ବିଧାନସଭାରୁ ପାସ୍‌ ବି କରେଇ ନେଇଛନ୍ତି । ତେବେ ବିଧାୟକ ଗାଡ଼ିଟିକୁ ନିୟମିତ ବ୍ୟବହାର ନ କରି ଘରଣୀଙ୍କ ପାଇଁ ଛାଡ଼ି ଦେଇଛନ୍ତି । ଚାକିରି କରୁଥିବା ଧର୍ମପତ୍ନୀ ଗାଡ଼ିଟିକୁ ଅଫିସ ଯିବା ଆସିବା କାମରେ ବ୍ୟବହାର କରୁଛନ୍ତି । ଯିଏ ଦେଖୁଛି ଜାଣିଛି ଗାଡ଼ିଟି ବିଧାୟକଙ୍କର । ହେଲେ ଗାଡ଼ିର ପ୍ରକୃତ ମାଲିକ ସେ ନୁହଁନ୍ତି । ଅବଶ୍ୟ ପର ଗାଡ଼ିକୁ ଏଭଳି ନିଜର କରିବା ପଛର ରହସ୍ୟ ଏବେ ଧୀରେ ଧୀରେ ପଦାକୁ ଆସୁଛି ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଓଡି ୦୫ ଏଫ-୦୦୦୧ଗାଡ଼ିରୁ ସାଂଘାତିକ ସୁରାକ୍‌ ମିଳିଛି । ଖୋଳତାଡ଼ରୁ ଜଣାପଡ଼ିଛି, ଗାଡ଼ିଟିର ମାଲିକ ହେଉଛନ୍ତି ଅଜୟ କୁମାର ବାରିକ । ବିଜେଡ଼ିର ବଡ଼ ନେତା । କଟକ ମହାନଗର ନିଗମର ଡେପୁଟି ମେୟର । ସାଙ୍ଗକୁ କଟକ ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ବି । ମହାଶୟଙ୍କ କେଳେଙ୍କାରୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଖାଲି ନେତା କି ବେପାରୀ ନୁହଁନ୍ତି ବରଂ ତାଙ୍କଠି ମହାବେପାରୀ ଷ୍ଟାମ୍ପ ଲାଗିଯାଇଛି । ମାନେ ଧଳସାମନ୍ତ ବ୍ରଦର୍ସ ଲିଙ୍କ୍‌ । ପୁଲିସ ପାଖରେ ରହିଥିବା ଅଭିଯୋଗ କହୁଛି ଧଳବ୍ରଦର୍ସ ମାର୍ଫତ୍‌ରେ ଅଜୁ ବାବୁଙ୍କର ମେନ୍‌ ବେପାର ହେଉଛି ଦାଦାବଟି । ଧଳସାମନ୍ତ ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ କୁଖ୍ୟାତ ଅପରାଧୀ ପ୍ରମୋଦ ପାତ୍ର ଓରଫ୍‌ ଭୂଆଁ ଥିଲା ଅଜୁଙ୍କ କଲେକ୍ସନ୍‌ ଏଜେଣ୍ଟ । ବାଦାମବାଡ଼ିରେ ପ୍ରତିଦିନ ପ୍ରାୟ ୭୦୦୦ ଗାଡ଼ିମଟରରୁ ଦାଦାବଟି ଆଦାୟ ଦାୟିତ୍ୱରେ ଥିଲା ଭୂଆଁ । ଶାସକ ଦଳର ଡେପୁଟି ମେୟର୍‌ ଓ କଟକ ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ପ୍ରଭାବ ବିସ୍ତାର କରି କେବଳ କଟକର ୨୩୦ ବସ୍‌ ମାଲିକଙ୍କଠାରୁ ବି ମୋଟା ବଟି ଆଦାୟ ହେଉଥିଲା । ପ୍ରତିଦିନ ଆଦାୟ ହେଉଥିବା ଦାଦାବଟିର ଭାଗୀଦାର ଥିଲେ ଡି ବ୍ରଦର୍ସ ଓ ଅଜୁ । ସମସ୍ତଙ୍କ ଜାଣତରେ ଏହି କାରବାର ବର୍ଷ ବର୍ଷ ଧରି ଚାଲିଥିବା ପୁଲିସ ଏବେ ଅଫିସିଆଲି ସଂଦେହ କରୁଛି । ଇତିମଧ୍ୟରେ ଅଜୁଙ୍କୁ ପୁଲିସ ଡାକି ଜେରା ବି କରିଛି ।

ଠିକ୍‌ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତମ ଯୁବ ବିଧାୟକଙ୍କ କବଜାରେ ଅଜୁ ବାରିକଙ୍କ ଗାଡ଼ି ଦେଖି ଖୋଦ୍‌ ବିଜେଡ଼ି ନେତାମାନେ ତାଜୁବ୍‌ । ଗାଡ଼ିଟି କଟକ ଆରଟିଓ ଅଫିସରେ ଅଜୟ କୁମାର ବାରିକଙ୍କ ନାଁରେ ରେଜିଷ୍ଟ୍ରି ହୋଇଥିଲେ ମଧ୍ୟ ବିଧାୟକଙ୍କୁ ସେ ଗାଡ଼ିଟି କେବେଠାରୁ ଦେଇଛନ୍ତି? ସମ୍ପର୍କର ଡୋରିରେ ନା ଗିଫ୍ଟ ଆକାରରେ? ଡି ବ୍ରଦର୍ସ ଗିରଫ ପରେ ନିଜ ଉପରୁ ପୁଲିସ ହମଲାରୁ ବର୍ତ୍ତିବା ପାଇଁ ବିଧାୟକଙ୍କୁ ଖୁସି କରାଇବାକୁ ଦେଇଛନ୍ତି ନା ଗାଡ଼ିଟିକୁ ବିଧାୟକଙ୍କ ପାଖକୁ ପାର୍‌ କରି ଅନ୍ୟ କୌଣସି ତଦନ୍ତରୁ ବର୍ତ୍ତିବା ପାଇଁ? ଅଜୁଙ୍କୁ ନେଇ ଏମିତି ଗୁଡାଏ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ନୂଆ କରି ବିଧାନସଭାକୁ ଆସି କ୍ଷମତାକୁ ଭରପୁର ଉପଭୋଗ କରୁଥିବା ଯୁବ ବିଧାୟକଙ୍କର ଏହି କେଳେଙ୍କାରୀ ପଛର ଭୂମିକା ବି ସଂଦେହ ଘେରକୁ ଆସିଛି । ଡି ବ୍ରଦର୍ସ ଓ ଦାଦାବଟି ମାମଲା ଖୋଳତାଡ଼ରେ ଫସିଥିବା ଜଣେ ଅଭିଯୁକ୍ତଙ୍କ ଗାଡ଼ିକୁ ବିଧାନସଭା ପାସ୍‌ କରାଇ ସେହି ଗାଡ଼ିରେ ବିଧାନସଭା ଆସିବା ଓ ନିଜ ଧର୍ମପତ୍ନୀଙ୍କ ଅଫିସ ଯିବା ଆସିବାରେ ଗାଡ଼ିଟିକୁ ବ୍ୟବହାର କରିବା ଆଦୌ ମାମୁଲି କଥା ନୁହେଁ । ଏହି ଗାଡି ଚଢ଼ା ପଛରେ କେଉଁ ରହସ୍ୟ କାମ କରୁଛି ତାହାର ତଦନ୍ତ ହେଲେ ସବୁ ପରିଷ୍କାର ହୋଇଯିବ । ତେବେ ପାୱାରଫୁଲ୍‌ ଯୁବ ବିଧାୟକ ପୁଲିସକୁ କିମିଆଁ କଲେ କେହି ବି ଆଶ୍ଚର୍ଯ୍ୟ ହେବାର ନାହିଁ । କାରଣ ଏହି ଯୁବ ବିଧାୟକ କ୍ଷମତାସ୍ୱାଦରେ ଖାଲି ସ୍ମାର୍ଟ ହୋଇନାହାନ୍ତି ବରଂ ପୁଲିସକୁ ବଶ କରିବାର କୌଶଳ ବି ଶିଖିଗଲେଣି ।

Previous Post

ସରକାରୀ ବିଜ୍ଞାପନରେ ମୁହଁ, ଏମ୍‌ପି/ଏମ୍‌ଏଲଏଙ୍କ ପକେଟ ଗରମ

Next Post

ନବୀନ ଡରରେ ବାଉଳା ଚାଉଳା

Next Post
ନବୀନ ଡରରେ ବାଉଳା ଚାଉଳା

ନବୀନ ଡରରେ ବାଉଳା ଚାଉଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA