Friday, April 17, 2026 04:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ନବୀନ ଡରରେ ବାଉଳା ଚାଉଳା

by Our Correspondent
01 Apr, 2016- 06:27 PM
in Politics
1 min read
0
ନବୀନ ଡରରେ ବାଉଳା ଚାଉଳା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୃଥକ୍‌ ଭାବେ ଆଗ ଧର୍ମେନ୍ଦ୍ର ପ୍ରଧାନ ଓ କିଛି ଘଣ୍ଟା ପରେ ପ୍ରସାଦ ହରିଚନ୍ଦନ ଆଜି ସହିଦନଗର ଯାଇ ଭେଟିଛନ୍ତି ପ୍ୟାରୀମୋହନ ମହାପାତ୍ରଙ୍କୁ । ପ୍ୟାରୀ ଅସୁସ୍ଥ ଥିବାରୁ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି ଧର୍ମେନ୍ଦ୍ର ଓ ପ୍ରସାଦ କହିଛନ୍ତି । ଲଙ୍କାରେ ହରି ନାମ୍‌ ଭଳି ସ୍ୱାଭାବିକ ଭାବେ ଏଭଳି ସାକ୍ଷାତକାର ରାଜନୈତିକ ମାହୋଲ୍‌କୁ ଚର୍ଚ୍ଚାର ଖୋରାକ ଦେଇଛି ।

ଏହା ସତ ଯେ ପ୍ୟାରୀବାବୁଙ୍କ ଦେହ ଏବେ ଭଲ ରହୁନି । ୭୫/୭୬ ବର୍ଷରେ ପହଞ୍ଚିବା ପରେ ଏହାକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କେହି କହୁଥିଲା ବେଳେ ଆଉ କିଛି ଭିନ୍ନ କଥା କହୁଛନ୍ତି । ତେବେ ଏହା ବି ସତ ଯେ କ୍ଷମତା ଥିଲେ ଉଭୟ ମନ ଓ ଶରୀରକୁ ବାର୍ଦ୍ଧକ୍ୟ ସ୍ପର୍ଶ କରିବା କାଠିକର ହୋଇପଡ଼େ । ମାତ୍ର ପ୍ରଚଣ୍ଡ କ୍ଷମତାର ମଜ୍ଜା ଚାଖିଥିବା ଲୋକଟି କ୍ଷମତାଶୂନ୍ୟ ହୋଇପଡ଼ିଲେ ତାହା ମନ ଓ ଶରୀର ଉପରେ କୁପ୍ରଭାବ ପକାଏ ହିଁ ପକାଏ । ପ୍ୟାରୀବାବୁଙ୍କ କ୍ଷେତ୍ରରେ ଏହି ଦ୍ୱିତୀୟ ଉଦାହରଣଟି ଟିକେ ଅଧିକ ପ୍ରଜୁଯ୍ୟ ଲାଗୁଛି । ତେବେ ରାଜ୍ୟସଭା ସାଂସଦ ଭାବେ କ୍ଷମତାର ଛାଇରେ ଏ ପର୍ଯ୍ୟନ୍ତ ଝୁଲିଥିବା ପ୍ୟାରୀଙ୍କ ରାଜ୍ୟସଭା ଦିନ ସରିଆସୁଥିବାରୁ ଉଭୟ ଶାରୀରିକ ଓ ମାନସିକସ୍ତରରେ ତାଙ୍କୁ ରୋଗ ଅଧିକ ଗ୍ରାସିଛି ।
ଦୀର୍ଘ ୧୨ ବର୍ଷ ଧରି ରାଜ୍ୟର ଶାସନ ଡୋରିକୁ ନଚାଉ ଥିଲେ ପ୍ୟାରୀ । ଅଖଣ୍ଡ କ୍ଷମତା ଥିଲା ତାଙ୍କର । ମେ ୨୯,୨୦୧୨ ପରେ ସେ ନିଃସଙ୍ଗ ପାଲଟି ଯାଇଥିଲେ ବି ରାଜ୍ୟସଭା କ୍ଷମତାର ସ୍ପର୍ଶ ତାଙ୍କୁ ସମ୍ପୂର୍ଣ୍ଣ ବିଚଳିତ କରି ନ ଥିଲା । ମାତ୍ର ଏବେ ସେଇ କ୍ଷମତା ଟିକକ ବି ହାତଛଡ଼ା ହେବାକୁ ଯାଉଛି । ଅବଶିଷ୍ଟ ଜୀବନର ନିଃସଙ୍ଗତା କଥା ଭାବି ସେ ଦୁର୍ବଳ ହୋଇପଡୁଥିବା କହିଲେ ଭୁଲ୍‌ ହେବନି । ସାଙ୍ଗକୁ ରାଜ୍ୟସଭା ଆସନ ଗଲା ପରେ ନବୀନ ପଟ୍ଟନାୟକଙ୍କୁ ସେ ଡରିଯାଇଛନ୍ତି । ନବୀନଙ୍କ ସହ ଏକାନ୍ତରେ ଚଳିଥିବା ପ୍ୟାରୀ ତାଙ୍କର ଭିଣ୍ଡିକ୍ଟିଭ୍‌ ଆଚରଣ କଥା ଭାବି ଆଶଙ୍କିତ ହେବା ସ୍ୱାଭାବିକ । ଯେଉଁ ବ୍ରହ୍ମଅସ୍ତ୍ର ସେ ନବୀନଙ୍କୁ ଡରାଉଥିଲେ ଏବେ ସେହି ଡରରେ ନିଜେ ପଡ଼ିଛନ୍ତି ପ୍ୟାରୀ । ସୁତରାଂ ପ୍ରଚଣ୍ଡ ମାନସିକ ଅସୁସ୍ଥତା ତାଙ୍କ ଶରୀରକୁ ଅସୁସ୍ଥ କରିପକାଇଛି ।

ଏତିକିବେଳେ ବିଜେପିର ମୁଖ୍ୟମନ୍ତ୍ରୀ ଦାବିଦାର ଧର୍ମେନ୍ଦ୍ର ଓ ପିସିସି ସଭାପତି ପ୍ରସାଦ ସୌଜନ୍ୟମୂଳକ ଭେଟିଛନ୍ତି ପ୍ୟାରୀଙ୍କୁ । ସାକ୍ଷାତକୁ ଉଭୟ ଯେତେ ସୌଜନ୍ୟମୂଳକ ବୋଲାଇଲେ ବି ସେଥିରେ ରାଜନୀତିର ଗନ୍ଧ ଯେ ନିଶ୍ଚିତ ରହିଛି ତାହା ରାଜନୀତିରେ ରୁଚି ରଖୁଥିବା ଯେ କୌଣସି ସାଧାରଣ ଲୋକଟିଏ ବି ବୁଝିପାରୁଥିବେ । ପ୍ୟାରୀ, ଧର୍ମେନ୍ଦ୍ର ଓ ପ୍ରସାଦ ସମସ୍ତଙ୍କ ଆଡୁ ରାଜନୀତିର ଗନ୍ଧ ଆସୁଛି । ମାନେ ଯାହା ବି ହୋଇଛି ସବୁ ଯୋଜନାବଦ୍ଧ । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଅନୁମାନ, ରାଜ୍ୟସଭାରୁ ବିଦାୟ ବେଳାରେ ନିଃସଙ୍ଗ ପ୍ୟାରୀ ନିଜ ଆଡୁ ଧର୍ମେନ୍ଦ୍ର ଓ ପ୍ରସାଦଙ୍କ ସାକ୍ଷାତ ପାଇଁ ଚାଲ୍‌ ଖେଳିଛନ୍ତି । ଏମିତିକା ଗୋେଟେ ହଟଚମଟ କରି ନବୀନଙ୍କୁ ଥରହର କରିବାକୁ ହୁଏତ ଶେଷ ଚାଲ୍‌ ହୋଇପାରିଥାଏ । ଆଉ ଏହି ଚାଲ୍‌ର ଭ୍ରମରେ ପଡିଯାଇଛନ୍ତି ଧର୍ମେନ୍ଦ୍ର ଓ ପ୍ରସାଦ ।

ପରାକ୍ରମୀ ନବୀନଙ୍କ ପ୍ରଚଣ୍ଡ ଲୋକପ୍ରିୟତାକୁ କୌଣସି ବାଟେ ଚେକ୍‌ ଦେବାରେ ବିଫଳ ହୋଇଛନ୍ତି ବିଜେପି ଓ କଂଗ୍ରେସ । ଧର୍ମେନ୍ଦ୍ର ଭାବୁଥିଲେ ମାଲ୍‌ ଖଟାଇ, ରାସ୍ତାଘାଟରେ ନିଜର ବିରାଟ ହୋଡିଂ ଲଗାଇଦେଲେ ଲୋକ ତାଙ୍କ ପ୍ରତି ଆକୃଷ୍ଟ ହୋଇଯିବେ ଏବଂ ସେ ମୁଖ୍ୟମନ୍ତ୍ରୀ ହୋଇଯିବେ । ମାତ୍ର ଏହା ଯେ ମରିଚିକା ତାହା ଧର୍ମେନ୍ଦ୍ର ବୁଝିସାରିଲେଣି । ରାଜ୍ୟରେ ବିଜେପିର ଯାହା ସ୍ଥିତି ସେଥିରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରୋଜେକ୍ଟ କରାଇ ସେ ଖାଲି ଲୋକହସା ହେଉନାହାନ୍ତି ବରଂ କେନ୍ଦ୍ରୀୟ ନେତୃତ୍ୱ ଆଗରେ ବେଜିତ୍‌ ହେଉଛନ୍ତି । ସେହିଭଳି ପ୍ରସାଦ ହରିଚନ୍ଦନଙ୍କ ଅବସ୍ଥା । ଯେତେ ଯାହା କଲେ ବି କଂଗ୍ରେସ ନେତା ଏକଜୁଟ୍‌ ହୋଇପାରିବେନି କି ନବୀନଙ୍କ ବିରୋଧରେ ଲଢ଼ି ହେବ ନାହିଁ ବୋଲି ସେ ବୁଝିଗଲେଣି । ହାଇକମାଣ୍ଡଙ୍କ ପାଖରେ ନିଜର ପତିଆରା ହରାଇବା ଭୟରେ ପ୍ରସାଦ ଏବେ ବାଉଳା ଚାଉଳା ହେଲେଣି ।

ଏତିକି ବେଳେ ପ୍ୟାରୀବାବୁଙ୍କୁ ସାହାରା କରି ବର୍ତ୍ତିଯିବେ ବୋଲି ଉଭୟ ନେତା ଅଲଗା ଅଲଗା ଭାବେ ବିଚାର କରୁଥିବା ଚର୍ଚ୍ଚା ହେଉଛି । ପ୍ୟାରୀଙ୍କ ବ୍ରେନ୍‌ ଓ ସାଂଗଠନିକ ଦକ୍ଷତାକୁ ସେମାନେ ନିଜ ନିଜ ପାଇଁ ଖଟାଇବା ଚିନ୍ତା କରୁଛନ୍ତି । ଭାସି ଯାଉଥିବା ଲୋକକୁ କୁଟା ଖିଅ ସାହାରା ଭଳି ପ୍ୟାରୀଙ୍କୁ  ସାହାରା କଲେ କ୍ଷତି ବଦଳରେ ଲାଭ ଅଧିକ ବୋଲି ବୋଧହୁଏ ସେମାନେ ଧରିନେଇଛନ୍ତି । ତେଣୁ ପ୍ୟାରୀଙ୍କ ମନ ନେବାକୁ ଧର୍ମେନ୍ଦ୍ର ଓ ପ୍ରସାଦଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା କହିଲେ ଭୁଲ୍‌ ହେବ ନାହିଁ । ସେଥିପାଇଁ ଅସୁସ୍ଥ ପ୍ୟାରୀଙ୍କୁ ଦେଖିବାର ବାହାନା ପାଇଛନ୍ତି ଉଭୟ । ଆଉ ଯୋଜନାବଦ୍ଧ ହେଉ କି ନ ହେଉ, ପ୍ୟାରୀ ବି ଏମିତିକା ଶକ୍ତି ସଂଚାରର ପ୍ଲଟ୍‌ ଖୋଜୁଥିଲେ ଯାହା ଆମେ ପୂର୍ବରୁ ଚର୍ଚ୍ଚା କରିଛୁ । ତେବେ ଏହା ସତ ହୋଇଥିଲେ ପ୍ୟାରୀ, ଧର୍ମେନ୍ଦ୍ର ଓ ପ୍ରସାଦ ଭାଣ୍ଡିଆ ହେବା ହିଁ ସାର । କାରଣ ପରିସ୍ଥିତି ଏୟା କି ନବୀନଙ୍କୁ କେହି କୌଣସି ବାଟରେ ଚେକ୍‌ ଦେଇପାରିବେ ନାହିଁ । ଅତୀତରେ ନିଜକୁ ଜ୍ୟୋତିଷ ମଣୁଥିବା ପ୍ୟାରୀ ଯେତେବେଳେ ନିଜ ଭବିଷ୍ୟତ ନେଇ ସନ୍ଦିହାନ ସେତେବେଳେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବେ କେମିତି?

Previous Post

ଡି ବ୍ରଦର୍ସ ଲିଙ୍କ୍‌ ! ୦୦୦୧ ମଉଜରେ ଯୁବ ବିଧାୟକ

Next Post

ଆୟକର ଫାଙ୍କୁଛନ୍ତି ବିଜେଡ଼ି ବାବା

Next Post
ଆୟକର ଫାଙ୍କୁଛନ୍ତି ବିଜେଡ଼ି ବାବା

ଆୟକର ଫାଙ୍କୁଛନ୍ତି ବିଜେଡ଼ି ବାବା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA